ଓଡିଶା

odisha

By

Published : Sep 6, 2022, 7:52 AM IST

Updated : Sep 6, 2022, 8:56 AM IST

ETV Bharat / international

ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଲିଜ ଟ୍ରସ

ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଲିଜ ଟ୍ରସ । ରାଣୀ ଏଲିଜାବେଥ ଦ୍ବିତୀୟ ତାଙ୍କୁ ଶପଥପାଠ କରାଇ ଔପଚାରିକ ଭାବେ ନାମ ଘୋଷଣା କରିବେ । ଏଥିପାଇଁ ସ୍କଟଲାଣ୍ଡରେ ସ୍ବତନ୍ତ୍ର ସମାରୋହ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଲିଜ ଟ୍ରସ
ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଲିଜ ଟ୍ରସ

ଲଣ୍ଡନ:ବୈଦେଶିକ ସଚିବ ଲିଜ ଟ୍ରସ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଭାରାତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ସାସଂଦ ଋଷି ସୁନକଙ୍କୁ 20 ହଜାରରୁ ଅଧିକ ଭୋଟରେ ହରାଇ ବ୍ରିଟେନ ପିଏମ ଗାଦି ଅକ୍ତିଆର କରିଛନ୍ତି 47 ବର୍ଷୀୟ ଲିଜ ଟ୍ରସ । ସେ ତୃତୀୟ ମହିଳା ଭାବେ ବ୍ରିଟେନ ପିଏମ ଆସନ ଅଳଙ୍କୃତ କରିଛନ୍ତି । ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଲିଜ ଟ୍ରସ । ରାଣୀ ଏଲିଜାବେଥ ଦ୍ବିତୀୟ ତାଙ୍କୁ ଶପଥପାଠ କରାଇ ଔପଚାରିକ ଭାବେ ନାମ ଘୋଷଣା କରିବେ । ଏଥିପାଇଁ ସ୍କଟଲାଣ୍ଡରେ ସ୍ବତନ୍ତ୍ର ସମାରୋହ ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ...ଲିଜ ଟ୍ରସ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ହାରିଲେ ଋଷି ସୁନକ

ଦକ୍ଷିଣପନ୍ଥା ଲିଜ ଟ୍ରସ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ବୋରିସ ଜନସନଙ୍କ ସ୍ଥାନ ନେବେ । ଦେଶର ଜଣେ ଫାୟାରବ୍ରାଣ୍ଡ ନେତ୍ରୀ ଭାବେ ଲିଜ ଜଣାଶୁଣା । 2 ମାସ ଧରି ଚାଲିଥିବା ନିର୍ବାଚନ ପ୍ରକ୍ରିୟାରେ ଋଷି ସୁନକଙ୍କ ସହ ତାଙ୍କର କଡା ମୁକାବିଲା ହୋଇଥିଲା । ବୋରିସ ଜନସନଙ୍କ ସରକାରରେ ଲିଜ ବିଦେଶ ମନ୍ତ୍ରୀ ଥିଲେ । 11ମାସ ଧରି ସେ ଏହି ପଦରେ ରହିଥିଲେ । ଚୂଡାନ୍ତ ପର୍ଯ୍ୟାୟ ନିର୍ବାଚନରେ ଲିଜ ଟ୍ରସଙ୍କୁ 81,316 ଖଣ୍ଡ ଭୋଟ ମିଳିଥିଲା । ଋଷି ସୁନକଙ୍କୁ 60, 399 ଭୋଟ ମିଳିଥିଲା ।

ମୋଟ ଭୋଟ ସଂଖ୍ୟା 1,71,437 ଥିଲା ଏବଂ ଭୋଟ ହାର 82.6 ପ୍ରତିଶତ ରହିଥିଲା । 654 ଖଣ୍ଡ ଭୋଟ ନାକଚ ହୋଇଥିଲା । ପ୍ରଥମ 5ଟି ପର୍ଯ୍ୟାୟ ଭୋଟିଂରେ ଟ୍ରସଙ୍କୁ ପଛରେ ପକାଇଥିଲେ ଋଷି । ସୁନକ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା । ହେଲେ ଚୂଡାନ୍ତ ପର୍ଯ୍ୟାୟରେ ବାଜି ମାରି ନେଇଥିଲେ ଟ୍ରସ ।

ଏହା ବି ପଢନ୍ତୁ...UK PM Race: ସର୍ଭେ ରିପୋର୍ଟରେ ଟ୍ରସଙ୍କ ପଲ୍ଲା ଭାରି, ଋଷି ସୁନକଙ୍କ ହାରିବା ଆଶଙ୍କା

ବିଭିନ୍ନ ସର୍ଭେ ରିପୋର୍ଟରେ ଲିଜ ବିପୁଳ ବିଜୟ ହାସଲ କରିବା ନେଇ ଆକଳନ ହୋଇଥିଲା ଯାହା ସତ ହୋଇଛି । ହେଲେ ଫଳାଫଳରୁ କିଛି ଅଲଗା ଚିତ୍ର ଆସିଛି । 2001 ପରେ ପ୍ରଥମ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ଲିଜଙ୍କୁ 60%ରୁ କମ ଭୋଟ ମିଳିଛି । ତାଙ୍କ ପକ୍ଷରେ 56% ଦଳୀୟ ସଦସ୍ୟଙ୍କ ଭୋଟ ଆସିଛି । 2019 ବୋରିସ ଜନସନଙ୍କୁ 66.4% ଭୋଟ ମିଳିଥିଲା । ଅନେକ ବିବାଦରେ ଫସିବା କାରଣରୁ ଚଳିତବର୍ଷ ଜୁଲାଇ 7ରେ କଞ୍ଜରଭେଟିଭ ପାର୍ଟି ପଦରୁ ଇସ୍ତଫା ଦେଇଥିଲେ ବୋରିସ ଜନସନ । ଏହା ପରେ ଲିଜ ଟ୍ରସ ଓ ଋଷି ସୁନକଙ୍କ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଥିଲା ।

ଭାରତ-ବ୍ରିଟେନ ସମ୍ପର୍କ ସୃଦୁଢ ହେବ

କଞ୍ଜରଭେଟିଭ ପାର୍ଟି ନେତ୍ରୀ ତଥା ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତ ଓ ବ୍ରିଟେନ ସମ୍ପର୍କ ଆହୁରି ମଜବୁତ ହେବ । ଏ ନେଇ ଅନେକ ଥର ସଂଙ୍କେତ ଦେଇଛନ୍ତି ଟ୍ରସ । କିଛି ଦିନ ତଳେ ସେ ଭାରତ-ବ୍ରିଟେନ ଅର୍ଥନୈତିକ ସମ୍ପର୍କକୁ 'ମଧୁର ସ୍ଥାନ' ବୋଲ କହିଥିଲେ । ବ୍ରିଟେନର ବୈଦେଶିକ ମନ୍ତ୍ରୀ ଭାବେ ଭାରତ ସହ ସେ ଏକାଧୀକ ଚୁକ୍ତି ସ୍ବାକ୍ଷର କରିଛନ୍ତି । ଆଗକୁ ଦୁଇ ଦେଶ ମଧ୍ୟରେ ସାମଗ୍ରୀ ଯୋଗାଣ ପାଇଁ ବାଟ ଫିଟିବ । ଅର୍ଥ ସେବାଠୁ ନ୍ୟାୟିକ ସେବା ଯାଏ, ଡିଜିଟାଲ ଓ ଡାଟା ଏବଂ ସାମଗ୍ରୀ ଆଦି ସବୁକିଛି ସାମିଲ ରହିବ ।

ନଜର ପକାନ୍ତୁ 1952ରେ ମହାରାଣୀଙ୍କ ରାଜଭିଷେକ ପରଠୁ 10 ଡ୍ରାଉନିଂ ଷ୍ଟ୍ରିଟ ଦଖଲ କରିଥିବା ତାଲିକା ଉପରେ

  • ୱିନଷ୍ଟନ ଚର୍ଚିଲ (କଞ୍ଜରଭେଟିଭ, 1951-55)
  • ଆନ୍ଥୋନି ଏଡେନ (କଞ୍ଜରଭେଟିଭ, 1955-57)
  • ହାରୋଲ୍ଡ ମ୍ୟାକମିଲାନ (କଞ୍ଜରଭେଟିଭ, 1957-63)
  • ଆଲେକ ଡଗଲାସ (କଞ୍ଜରଭେଟିଭ, 1963-64)
  • ହାରେଲ୍ଡ ୱିଲସନ (ଲେବର, 1964-70)
  • ଏଡୱାର୍ଡ ହି (କଞ୍ଜରଭେଟିଭ,1970-74)
  • ହାରେଲ୍ଡ ୱିଲସନ (ଲେବର, 1974-76)
  • ଜେମ୍ସ କାଲ୍ଲାଘାନ (ଲେବର, 1976-79)
  • ମାର୍ଗାରେଟ ଥାଚର (କଞ୍ଜରଭେଟିଭ,1976-79)
  • ଜନ ମେଜର (କଞ୍ଜରଭେଟିଭ,1990-2007)
  • ଟୋନି ବ୍ଲେୟାର (ଲେବର, 1997-2007)
  • ଗର୍ଡନ ବ୍ରାଉନ (ଲେବର, 2007-10)
  • ଡେଭିଡ କାମେରନ (କଞ୍ଜରଭେଟିଭ, 2010-16)
  • ଥେରେସା ମେ (କଞ୍ଜରଭେଟିଭ, 2016-19)
  • ବୋରିସ ଜନସନ (କଞ୍ଜରଭେଟିଭ, 2019-22)
  • ଲିଜ ଟ୍ରିସ(କଞ୍ଜରଭେଟିଭ, 2022)
Last Updated : Sep 6, 2022, 8:56 AM IST

ABOUT THE AUTHOR

...view details