ଓଡିଶା

odisha

ETV Bharat / international

Ukraine Invasion: ଚଳିତ ବର୍ଷ ୪୫.୧% ଖସିବ ୟୁକ୍ରେନ ଅର୍ଥନୀତି, ପ୍ରଭାବିତ ହେବ ପୁରା ବିଶ୍ବ

ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଯୁଦ୍ଧଗ୍ରସ୍ତ ଦେଶର ଅର୍ଥନୀତି ଚଳିତ ବର୍ଷ ୪୫.୧% ହ୍ରାସ ପାଇବ । ସମଗ୍ର ବିଶ୍ବ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ । ପୂର୍ବାନୁମାନ କଲା ବିଶ୍ବ ବ୍ୟାଙ୍କ । ଅଧିକ ପଢନ୍ତୁ

Ukraine-Russia Invasion: ଚଳିତ ବର୍ଷ ୪୫.୧% ଖସିବ ୟୁକ୍ରେନ ଅର୍ଥନୀତି, ପ୍ରଭାବିତ ହେବ ପୁରା ବିଶ୍ବ
Ukraine-Russia Invasion: ଚଳିତ ବର୍ଷ ୪୫.୧% ଖସିବ ୟୁକ୍ରେନ ଅର୍ଥନୀତି, ପ୍ରଭାବିତ ହେବ ପୁରା ବିଶ୍ବ

By

Published : Apr 12, 2022, 7:55 AM IST

କିଭ୍: ଋଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି । ଋଷର ଆକ୍ରମଣରେ ଛାରଖାର ହୋଇଯାଇଛି ସମଗ୍ର ଦେଶ । ଶିଳ୍ପ, କୃଷି ଓ ନିବିର୍ମାଣ କ୍ଷେତ୍ର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଦେଶର ଅର୍ଥବ୍ୟବସ୍ଥା ଏକ ପ୍ରକାର ପଙ୍ଗୁ ହେବାକୁ ବସିଛି । ଏହାଯୋଗୁଁ ୟୁକ୍ରେନ ଅର୍ଥନୀତି ଚଳିତ ବର୍ଷ ୪୫.୧% ହ୍ରାସ ପାଇବ । ଯୁଦ୍ଧ ଯେତେ ଅଧିକ ଦିନ ଜାରି ରହିବ ଅର୍ଥନୀତି ସେହି ଅନୁପାତରେ ପ୍ରଭାବିତ ହେବ । ବିଶ୍ବ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ଅର୍ଥନୈତିକ ରିପୋର୍ଟରେ ଏହା ପୂର୍ବାନୁମାନ କରାଯାଇଛି ।

ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(IMF) ଆକଳନ କରିଥିଲା ଯେ ଯୁଦ୍ଧ ଯୋଗୁଁ ୟୁକ୍ରେନ ଅର୍ଥନୀତି ୧୦ ରୁ ୩୫ % ଯାଏଁ ହ୍ରାସ ପାଇବ । ହେଲେ ବିଶ୍ବ ବ୍ୟାଙ୍କ ପୂର୍ବାନୁମାନ IMF ଅନୁମାନ ଠାରୁ ଅତ୍ୟନ୍ତ ଖରାପ ରହିଛି । ଯୁଦ୍ଧ ଯୋଗୁଁ ଋଷକୁ ମଧ୍ୟ ଅର୍ଥନୈତିକ ପ୍ରତିବନ୍ଧକ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଆମେରିକା ସମେତ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ଋଷିଆ ଉପରେ ଆର୍ଥିକ କଟକଣା ଲଗାଇଛନ୍ତି । ଫଳସୂରୁପ ଋଷର ଜିଡିପି ୧୧.୨% ହ୍ରାସ ପାଇବ ବୋଲି ରିପୋର୍ଟରେ କୁହାଯାଇଛି ।

ତେବେ ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ କେବଳ ଏହି ଦୁଇ ଦେଶର ଅର୍ଥନୀତିକୁ ପ୍ରଭାବିତ କରୁନାହିଁ, ବରଂ ଏହାର ପରିଣାମ ସମଗ୍ର ବିଶ୍ବ ଭୋଗୁଛି । ଋଷ ଉପରେ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ସମଗ୍ର ବିଶ୍ବ ଅର୍ଥନୀତି ଉପରେ ପ୍ରଭାବ ପକାଉଛି । ଫଳରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାରେ ଲାଗିଛି । ଏହା ପ୍ରଭାବରେ ପୂର୍ବ ୟୁରୋପୀୟ ଦେଶଗୁଡିକର ଜିଡିପି ୩୦ ପ୍ରତିଶତରୁ ଅଧିକ ହ୍ରାସ ପାଇପାରେ ବୋଲି ବିଶ୍ବ ବ୍ୟାଙ୍କ କହିଛି ।

ABOUT THE AUTHOR

...view details