ଓଡିଶା

odisha

ETV Bharat / international

Russia-Ukraine War: ଋଷ କବଳରୁ ମୁକ୍ତ ହେଲା କିଭ, ଦାବି କଲା ୟୁକ୍ରେନ - ଋଷ-ୟୁକ୍ରେନ ଯୁଦ୍ଧ

ଋଷ-ୟୁକ୍ରେନ ଯୁଦ୍ଧକୁ 40 ଦିନ ପୁରିଛି । ସେପଟେ ଋଷ ୟୁକ୍ରେନର ପୂର୍ବାଞ୍ଚଳ ଆଡ଼କୁ ଅଗ୍ରସର ହେବାପରେ ୟୁକ୍ରେନ କିଭ ଓ ତାର ଚତୁଃପାର୍ଶ୍ବ ଅଞ୍ଚଳକୁ କବଜା କରିଥିବା ନେଇ ଦାବି କରିଛି । ଅଧିକ ପଢନ୍ତୁ

Russia-Ukraine War: କିଭ ଅଞ୍ଚଳକୁ ଦାଖଲ କରିବା ନେଇ ଦାବିକଲା ୟୁକ୍ରେନRussia-Ukraine War: କିଭ ଅଞ୍ଚଳକୁ ଦାଖଲ କରିବା ନେଇ ଦାବିକଲା ୟୁକ୍ରେନ
Russia-Ukraine War: କିଭ ଅଞ୍ଚଳକୁ ଦାଖଲ କରିବା ନେଇ ଦାବିକଲା ୟୁକ୍ରେନ

By

Published : Apr 3, 2022, 2:00 PM IST

କିଭ: ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଋଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ଆଜି ୪୦ ଦିନ ପୂରିଛି । ସେପଟେ ଋଷ ୟୁକ୍ରେନର ପୂର୍ବାଞ୍ଚଳ ଆଡ଼କୁ ଅଗ୍ରସର ହେବାପରେ ୟୁକ୍ରେନ କିଭ ଓ ତାର ଚତୁଃପାର୍ଶ୍ବ ଅଞ୍ଚଳକୁ ପୁଣିଥରେ କବଜା କରିଥିବା ନେଇ ଦାବି କରିଛି । ଏ ନେଇ ଶନିବାର ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ସପ୍ତାହରେ କିଭରୁ ଋଷୀୟ ସେନା ପୂର୍ବାଞ୍ଚଳକୁ ଅଗ୍ରସର ହେବାପରେ କିଭ ଚତୁଃପାର୍ଶ୍ବରେ ଥିବା ୩୦ରୁ ଅଧିକ ସହର ଓ ଗାଁକୁ ୟୁକ୍ରେନ କବଜା କରିନେବା କଥା କହିଛନ୍ତି ୟୁକ୍ରେନ ସେନାଧିକାରୀ । ୟୁକ୍ରେନର ଉପ ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମାଲୟାର୍‌ ଫେସବୁକରେ ଲେଖିଛନ୍ତି ଯେ, ସମୁଦାୟ କିଭ ଅଞ୍ଚଳକୁ ଋଷ ଠାରୁ ସ୍ବାଧିନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Russia-Ukraine War: ପାଲଟା ଜବାବ ଦେଲା ୟୁକ୍ରେନ, ଉଡାଇଦେଲା ଋଷ ତୈଳ ଡିପୋ

କିନ୍ତୁ ଏ ନେଇ ଋଷ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇନାହିଁ । ବୁଚାର ମେୟରଙ୍କ କହିବା ଅନୁଯାୟୀ, ଋଷ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୩୦୦ରୁ ଅଧିକ ବାସିନ୍ଦାଙ୍କ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details