ଓଡିଶା

odisha

G20 ଘୋଷଣାପତ୍ରକୁ ୟୁକ୍ରେନର ସମାଲୋଚନା; କହିଲା ଗର୍ବ କରିବା ଭଳି କିଛି ନାହିଁ

By ETV Bharat Odisha Team

Published : Sep 10, 2023, 8:25 AM IST

ଜି-୨୦ର ମିଳିତ ଘୋଷଣାପତ୍ରକୁ ସମାଲୋଚନା କଲା ୟୁକ୍ରେନ । କହିଲେ ଏଥିରେ ଗର୍ବ କରିବା ଭଳି କିଛି ନାହିଁ । ଅଧିକ ପଢନ୍ତୁ

G20 ଘୋଷଣାପତ୍ରକୁ ୟୁକ୍ରେନର ସମାଲୋଚନା
G20 ଘୋଷଣାପତ୍ରକୁ ୟୁକ୍ରେନର ସମାଲୋଚନା

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ନୂଆଦିଲ୍ଲୀ ଘୋଷଣାପତ୍ରକୁ ଗୃହୀତ କରାଇ ଭାରତ ବଡ ଉପଲବ୍ଧ ହାସଲ କରିଛି । ସମ୍ମିଳିତ ବିକାଶ, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଇତ୍ୟାଦି ପ୍ରସଙ୍ଗ ଘୋଷଣାପତ୍ରରେ ଉଲ୍ଲେଖ ରହିଥିବା ବେଳେ ଏଥିରେ ସବୁ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି । ହେଲେ ଜି-୨୦ର ଏହି ମିଳିତ ଘୋଷଣାପତ୍ରକୁ ସମାଲୋଚନା କରିଛି ୟୁକ୍ରେନ । କାରଣ ଘୋଷଣାପତ୍ରରେ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ରହିଥିଲେ ହେଁ ଆକ୍ରମଣ ପାଇଁ ଏଥିରେ ଋଷକୁ ସିଧାସଳଖ ଦାୟୀ କରାଯାଇ ନାହିଁ କି ଋଷର ନାମ ଉଲ୍ଲେଖ କରାଯାଇନି । ତେଣୁ ୟୁକ୍ରେନ ଯୁଦ୍ଧ ସମ୍ବନ୍ଧୀୟ ଜି-୨୦ର ଘୋଷଣାପତ୍ରରେ ଗର୍ବ କରିବା ଭଳି କିଛି ନାହିଁ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।

ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଓଲେଗ ନିକୋଲେଙ୍କୋ ଜି-୨୦ ଘୋଷଣାପତ୍ରକୁ ସମାଲୋଚନା କରି କହିଛନ୍ତି, ୟୁକ୍ରେନରେ ଆକ୍ରମଣ ପାଇଁ ଏଥିରେ ଋଷର ନାମ ଉଲ୍ଲେଖ କରାଯାଇନି । ଏଥିସହ ସେ ଘୋଷଣାପତ୍ରର ଗୋଟିଏ ଭାଗର ସ୍କ୍ରିନସଟ୍ 'ଏକ୍ସ'ରେ ପୋଷ୍ଟ କରିଛନ୍ତି, ଯେଉଁଥିରେ କିଛି ଶବ୍ଦକୁ ଲାଲ ରଙ୍ଗରେ ହଟାଇ ଦିଆଯାଇ ଏହାକୁ ସଂଶୋଧନ କରାଯାଇଥିବାର ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ: G20 Delhi Declaration on Ukraine war: 'ପରମାଣୁ ଅସ୍ତ୍ରଶସ୍ତ୍ରର ଉପଯୋଗ ଓ ଧମକ ଗ୍ରହଣୀୟ ନୁହେଁ'

ତେବେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନୂଆଦିଲ୍ଲୀ ଘୋଷଣାପତ୍ରରେ ସିଧାସଳଖ ଉଲ୍ଲେଖ କରାଯାଇ ନଥିଲେ ମଧ୍ୟ ବିଶ୍ବରେ ପରମାଣୁ ଅସ୍ତ୍ରର ବ୍ୟବହାର କିମ୍ବା ପରମାଣୁ ଅସ୍ତ୍ରର ଧମକ ଦେବା ଆଦୌ ଗ୍ରହଣୀୟ ନୁହେଁ । କୌଣସି ଦେଶର ଅଞ୍ଚଳକୁ ଅଧିଗ୍ରହଣ କରିବା ପାଇଁ ବଳ ପ୍ରୟୋଗ କରିବାରୁ ସବୁ ଦେଶ ଦୂରେଇ ରହିବା ଉଚିତ୍ ବୋଲି ଘୋଷଣାପତ୍ରରେ ଉଲ୍ଲେଖ କରାଯାଇଛି । କିନ୍ତୁ କୌଣସି ସ୍ଥାନରେ ଋଷିଆ ନାମ ଲେଖା ନଯିବାକୁ ନେଇ ୟୁକ୍ରେନ ସମାଲୋଚନା କରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଶନିବାର ଠାରୁ ଦିଲ୍ଲୀରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ ଚାଲିଛି । ଗତକାଲି ସମ୍ମିଳନୀରେ ନୂଆଦିଲ୍ଲୀ ଘୋଷଣାପତ୍ରକୁ ମଞ୍ଜୁରୀ ମିଳିବା ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଘୋଷଣାପତ୍ର ଗୃହୀତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ମୁଁ ଗୋଟିଏ ଭଲ ଖବର ପାଇଛି । ନୂଆଦିଲ୍ଲୀ ଜି-୨୦ ଲିଡର୍ସ ସମ୍ମିଳନୀ ଘୋଷଣାପତ୍ରରେ ସବୁ ରାଷ୍ଟ୍ର ସହମତ ହୋଇଛନ୍ତି । ଏହି ଘୋଷଣାପତ୍ର ଗ୍ରହଣ କରିବାକୁ ମୋର ପ୍ରସ୍ତାବ ରହିଥିବାବେଳେ ସମସ୍ତେ ଗ୍ରହଣ କରଛନ୍ତି ।

ABOUT THE AUTHOR

...view details