ଓଡିଶା

odisha

ETV Bharat / international

Ukraine Crisis: କିଭ ରାସ୍ତାରେ ମାଳମାଳ ମୃତଦେହ, ଗଲାଣି ୪୧୦ ନାଗରିକଙ୍କ ଜୀବନ - ୪୧୦ ନାଗରିକଙ୍କ ମୃତଦେହ ଉଦ୍ଧାର

ଶ୍ମଶାନ ପାଲଟିଲାଣି କିଭ ରାସ୍ତା । ଯେଉଁଆଡେ ଚାହିଁଲେ ଖାଲି ମାଳମାଳ ମୃତଦେହ। ଏଯାବତ 410 ସାଧାରଣ ନାଗରିକଙ୍କ ମୃତଦେହ ଉଦ୍ଧାର ହୋଇଥିଲା ସୂଚନା ମିଳିଛି । ଅଧିକ ପଢନ୍ତୁ

410 civilian bodies found near Kyiv
410 civilian bodies found near Kyiv

By

Published : Apr 4, 2022, 10:48 AM IST

କିଭ:ଥମୁନି ରୁଷ-ୟୁକ୍ରେନ ଯୁଦ୍ଧ। ଦିନକୁ ଦିନ ଉଗ୍ର ରୂପ ନେଉଛି ଯୁଦ୍ଧ । ୟୁକ୍ରେନ ଉପରେ ଋଷର ଆକ୍ରମଣ ୩୯ ଦିନରେ ପହଞ୍ଚିଲାଣି । ୪୦ ଲକ୍ଷରୁ ଅଧିକ ଲୋକ ଦେଶ ଛାଡ଼ି ଚାଲି ଗଲେଣି। ଜୀବନ ବଞ୍ଚାଇବାକୁ ସୀମା ପାର ହିଁ ଏକମାତ୍ର ବିକଳ୍ପର ବାଟ ବାଛିଛନ୍ତି ୟୁକ୍ରେନବାସୀ । ଶ୍ମଶାନ ପାଲଟିଲାଣି କିଭ ରାସ୍ତା । ଯେଉଁଆଡେ ଚାହିଁଲେ ଖାଲି ମାଳମାଳ ମୃତଦେହ। ଏଯାବତ 410 ସାଧାରଣ ନାଗରିକଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

ଋଷ ସେନା କିଭ୍‌ରୁ ଚାଲିଯିବା ପରେ ୟୁକ୍ରେନ୍‌ ସେନା କିଭରେ ପ୍ରବେଶ କରିଛନ୍ତି। ତେବେ କିଭ୍‌ରେ ପ୍ରବେଶ କରିବା ପରେ ସେଠାକାର ଦୃଶ୍ୟ ଥିଲା ହୃଦୟବିଦାରକ । କିଭ୍‌ ରାସ୍ତାରେ ମାଳ ମାଳ ମୃତଦେହ ପଡିଥିଲା । ଏହା ବର୍ଣ୍ଣନା କରୁଥିଲା ଯେ ଋଷ ସେନା କିଭଳି ନରସଂହାର କରିଛନ୍ତି। କିପରି ସାଧାରଣ ନାଗରିକଙ୍କୁ ନୃଶସ ଭାବରେ ହତ୍ୟା କରିଛନ୍ତି ।

ଇରିନା ଭେନେଡିକୋଭା ଫେସବୁକ ଜରିଆରେ କହିଛନ୍ତି ଯେ ଶୁକ୍ରବାର, ଶନିବାର ଏବଂ ରବିବାର ମୃତଦେହଗୁଡିକୁ ଉଦ୍ଧାର କରାଯାଇଛି। ସେ ଆହୁରି କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ 140 ଜଣଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ୟୁକ୍ରେନ ଉପପ୍ରଧାନମନ୍ତ୍ରୀ ଇରିନା ଭେରେଶଚୁକ କହିଛନ୍ତି ମୋଟିଜିନ୍ ଗାଁର ମେୟରଙ୍କୁ ଋଷ ସେନା ହତ୍ୟା କରିଛନ୍ତି । ୟୁକ୍ରେନରେ 11 ଜଣ ମେୟର ଏବଂ ସମ୍ପ୍ରଦାୟର ମୁଖ୍ୟ ଅଛନ୍ତି ।

ସେପଟେ ମାରିଓପୋଲରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ହଜାର ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ିଚାଲିଛି। ଏଭଳି ସ୍ଥିତିରେ ବି ସହରରେ ଲକ୍ଷାଧିକ ଲୋକ ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଖାଦ୍ୟ, ପାଣି, ବିଦ୍ୟୁତ, ଗ୍ୟାସ୍ କିଛି ବି ଜରୁରୀ ସାମଗ୍ରୀ ଉପଲବ୍ଧ ନାହିଁ। ତେବେ ମାରିଓପୋଲ୍‌ରେ ସହାୟତା ପହଞ୍ଚାଇବାକୁ ରେଡ୍ କ୍ରସର ପ୍ରୟାସ ଜାରି ରହିଛି ବୋଲି କୁହାଯାଉଛି ।

ଯୁଦ୍ଧର ଏପରି ପରିସ୍ଥତି ଭିତରେ ବି ମନୋବଳ ହରାଇନାହିଁ ୟୁକ୍ରେନ । ହୁଙ୍କାର ଦେଇଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଋଷ ବିରୋଧରେ ବିଜୟ ଛଡା ୟୁକ୍ରେନ ଅନ୍ୟ କିଛି ଚାହେଁନି । ଯେ କୌଣସି ପରିସ୍ଥିତିରେ ଦେଶ ହାର ମାନିବ ନାହିଁ । ଶେଷ ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ ବୋଲି କହିଛନ୍ତି ଜେଲେନସ୍କି ।

ABOUT THE AUTHOR

...view details