ଓଡିଶା

odisha

ETV Bharat / international

ପୁଣି ଅଶାନ୍ତ ଲୋହିତ ସାଗର: ହାଉତିର ୨୧ ଡ୍ରୋନକୁ ଖସାଇ ପକାଇଲେ ୟୁଏସ-ବ୍ରିଟେନ ସେନା

Red sea attack: ଦକ୍ଷିଣ ଲୋହିତ ସାଗରରେ ହାଉତି ବିଦ୍ରୋହୀଙ୍କ ଡ୍ରୋନ ଆଟାକ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 10, 2024, 3:00 PM IST

ଲୋହିତ ସାଗରରେ ଡ୍ରୋନ ଆଟାକ
ଲୋହିତ ସାଗରରେ ଡ୍ରୋନ ଆଟାକ

ଓ୍ବାଶିଂଟନ: ଲୋହିତ ସାଗରରେ ପୁଣି ଡ୍ରୋନ ଆକ୍ରମଣ । ୟେମେନରୁ ହାଉତି ବିଦ୍ରୋହୀ ଦକ୍ଷିଣ ଲୋହିତ ସାଗରରେ ଡ୍ରୋନ ଆକ୍ରମଣ କରିଛି । ପାଖାପାଖି 18ଟି ଡ୍ରୋନ ଆକ୍ରମଣ କରିଥିବା ଜଣାପଡିଛି । ଏନେଇ ଆମେରିକା ସେନା (ସେଣ୍ଟକମ୍) ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଡ୍ରୋନଗୁଡିକୁ ଆମେରିକା ଓ ଗ୍ରେଟ୍ ବ୍ରିଟେନ ସେନା, ଖସାଇ ପକାଇଥିବା ଦାବି କରିଛନ୍ତି । ଇସ୍ରାଏଲ- ହମାସ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଲୋହିତ ସାଗରରେ ହାଉତି ବିଦ୍ରୋହୀଙ୍କ ଆତଙ୍କରାଜ ବୃଦ୍ଧି ପାଇବାରେ ଲାଗିଛି । ଗତ 7 ସପ୍ତାହ ମଧ୍ୟରେ ପାଖାପାଖି 26 ଥର ଲୋହିତ ସାଗରରେ ଅନ୍ତର୍ଜାତିକ ବାଣିଜ୍ୟିକ ଚ୍ୟାନେଲରେ ଆକ୍ରମଣରେ ହୋଇଥିବା ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ କେବଳ 2 ଦେଶ ନୁହେଁ ବରଂ ସାରା ବିଶ୍ବରେ ଦେଖିବାକୁ ମିଳୁଛି । ଗାଜାରେ ଇସ୍ରାଏଲର ଆକ୍ରମଣକୁ ବିରୋଧ କରି ଇରାନର ସମର୍ଥିତ ହାଉତି ବିଦ୍ରୋହୀ ଲୋହିତ ସାଗରରେ ବାରମ୍ବାର ଆକ୍ରମଣ କରୁଛି । ମାତ୍ର 7 ସପ୍ତାହ ମଧ୍ୟରେ ପାଖାପାଖି 26 ଥର ଲୋହିତ ସାଗରର ଅନ୍ତର୍ଜାତିକ ବାଣିଜ୍ୟିକ ଚ୍ୟାନେଲରେ ଆକ୍ରମଣରେ ହୋଇଥିବା ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବୁଧବାର ଦିନ ସେଣ୍ଟକମ ପକ୍ଷରୁ କୁହାଯାଇଛି ଯେ, ଇରାନ ସମର୍ଥିତ ହାଉତି ବିଦ୍ରୋହୀ ପକ୍ଷରୁ ଡ୍ରୋନ ଆଟାକ କରାଯାଇଥିବା ବେଳେ ଏହାର ଜବାବ ଦେଇଛି ଆମେରିକା ଏବଂ ବ୍ରିଟେନ ସେନା । 2ଟି ଆଣ୍ଟି- ସିପ୍ କ୍ରୁଜ ମିଶାଇଲ ଓ ଗୋଟିଏ ଆଣ୍ଟି ସିପ ବାଲାଷ୍ଟିକ ମିଶାଇଲକୁ ଖସାଇ ଦିଆଯାଇଛି । ୟୁକେ ଓ ସେଣ୍ଟକମ ମିଳିତ ଭାବେ ଡ୍ରୋନଗୁଡ଼ିକ ଖସାଇ ପକାଇଥିବା କହିଛି ସେଣ୍ଟକମ୍ ।

ଏହାମଧ୍ୟ ପଢନ୍ତୁ.. ଲୋହିତ ସାଗରରେ ଆମେରିକା ନୌସେନା-ହାଉତି ବିଦ୍ରୋହୀ ମୁହାଁମୁହିଁ, ୧୦ ବିଦ୍ରୋହୀ ମୃତ

ନଭେମ୍ବର 19ରୁ ଏବେସୁଦ୍ଧା ଲୋହିତ ସାଗରରେ 26 ଥର ଆକ୍ରମଣ କରିଛନ୍ତି ହାଇତି ବିଦ୍ରୋହୀ । ଅକ୍ଟୋବର 7ରେ ଇସ୍ରାଏଲରେ ହମାସର ଆକ୍ରମଣ ପରେ ଇସ୍ରାଏଲ ପକ୍ଷରୁ ଯୁଦ୍ଧ ଘୋଷଣା କରାଯାଇଥିଲା । ହମାସ ଆକ୍ରମଣର ଜବାବ ଦେବାକୁ ଯାଇ ଅକ୍ଟୋବରରୁ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା 21 ହଜାରରୁ ଅଧିକ ଗାଜା ନାଗରିକଙ୍କ ଜୀବନ ଯାଇଛି । ଅନ୍ୟପଟେ ହମାସକୁ ସମର୍ଥନ କରି ଇରାନ ସମର୍ଥିତ ହାଉତି ଲୋହିତ ସାଗରରେ ଆକ୍ରମଣ ଜାରି ରଖିଛି । ଏହି ଆକ୍ରମଣ ଯୋଗୁ ଅନ୍ତର୍ଜାତୀୟ ସ୍ତରରେ ସାମଗ୍ରୀର ଦରଦାମ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।

ABOUT THE AUTHOR

...view details