କିଭ:ଋଷ ଓ ୟୁକ୍ରେନ୍ ମଧ୍ୟରେ ପ୍ରାୟ ଦେଢ଼ ମାସ ହେବ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ଅଚାନକରେ ୟୁକ୍ରେନ୍ର ରାଜଧାନୀ କିଭ୍ ଗସ୍ତ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍। ସେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ବୁଲି ଋଷ ଆକ୍ରମଣର ଧ୍ୱଂସଲୀଳା ଦେଖିଛନ୍ତି । ଶୁନଶାନ କିଭ ରାସ୍ତାରେ ଚାଲି ଚାଲି ବୁଲିଛନ୍ତି ଜନ୍ସନ୍ । ଏଥିସହ ସବୁ ସାମରିକ ଓ ଆର୍ଥିକ ସହାୟତା ଯୋଗାଇବା ପାଇଁ ସେ ଜେଲେନସ୍କିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏ ନେଇ ବୋରିସ ଜନସନ ଟ୍ବିଟ କରି ସୂଚନା ଦେଇଛନ୍ତି ।
କିଭରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଜେଲେନସ୍କିଙ୍କ ସହ ବୁଲି ଦେଖିଲେ ଋଷର ଧ୍ବଂସଲୀଳା - କିଭରେ ବ୍ରିଟେନ ପ୍ରଧାନମନ୍ତ୍ରୀ
ରୁଷ ଓ ୟୁକ୍ରେନ୍ ମଧ୍ୟରେ ପ୍ରାୟ ଦେଢ଼ ମାସ ହେବ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ଅଚାନକରେ ୟୁକ୍ରେନ୍ର ରାଜଧାନୀ କିଭ୍ ଗସ୍ତ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍। ସେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ବୁଲି ରୁଷ ଆକ୍ରମଣର ଧ୍ୱଂସଲୀଳା ଦେଖିଛନ୍ତି । ଅଧିକ ପଢନ୍ତୁ
କିଭ୍ ରାସ୍ତାରେ ବୁଲିବାର ଭିଡିଓ ସେୟାର କରିଛନ୍ତି ବୋରିସ୍ ଜନ୍ସନ୍ । ଭିଡିଓରେ ଦୁଇ ନେତା ସୁରକ୍ଷା ବଳ ସହ ଋଷର ରକେଟ୍ ମାଡରେ ଧ୍ୱଂସ ହୋଇଯାଇଥିବା କିଭ୍ ସହରର ବୁଲି ଦେଖିଛନ୍ତି । କିଭ୍ ମୁଖ୍ୟ ସଡକ କ୍ରେଶ୍ଚେଟିକ୍ ଯିବାବେଳେ ଉଭୟ ପଥଚାରୀଙ୍କୁ ଭେଟି ସେମାନଙ୍କୁ ଅଭିବାଦନ ମଧ୍ୟ ଜଣାଇଛନ୍ତି । ୟୁକ୍ରେନକୁ ଏକ ସୁନ୍ଦର ଦେଶ ବୋଲି କହିଛନ୍ତି ଜନସନ । ପଥିକମାନଙ୍କୁ ସେମାନଙ୍କ ସହାୟତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଉତ୍ତରରେ ଜନ୍ସନ୍ ଆପଣଙ୍କ ସହ ମିଶି ଭଲ ଲାଗିଲା ବୋଲି କହିଛନ୍ତି । ମୋତେ ସହାୟତା କରିବାର ସୌଭାଗ୍ୟ ମିଳିଛି। ଆପଣଙ୍କ ପାଖରେ ଜଣେ ଭଲ ରାଷ୍ଟ୍ରପତି ଜେଲେନସ୍କି ଅଛନ୍ତି ବୋଲି ଜନ୍ସନ୍ କହିଛନ୍ତି ।
ସେ ଆହୁରି କହିଛନ୍ତି,ସୂର୍ଯ୍ୟ ଉଦୟ ହେବ ୟୁକ୍ରେନ ପୁଣି ପୂର୍ବ ସ୍ଥିତିକୁ ଫେରିବ । ଦେଶର ଏଭଳି ସ୍ଥିତିରେ ହିରୋ ଭଳି ଲଢିଥିବା ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ଜନସନ। ଫେବ୍ରୁଆରି ୨୪ରେ ରୁଷ୍ ଆକ୍ରମଣ ଆରମ୍ଭ କରିବା ପରଠାରୁ ୟୁକ୍ରେନ୍ ଗସ୍ତ କରିବାରେ ଜନ୍ସନ୍ ହେଉଛନ୍ତି ପ୍ରଥମ ‘ଜି୭’ ନେତା। ୧୨୦ଟି ଯୁଦ୍ଧ ଯାନ ଏବଂ ନୂଆ ଆଣ୍ଟି-ସିପ୍ ମିସାଇଲ୍ ସିଷ୍ଟମ୍ ଭଳି ୧୦୦ ନିୟୁତ ପାଉଣ୍ଡର ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଜନ୍ସନ୍ ୟୁକ୍ରେନ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଋଷ ସେନା କିଭରୁ ହଟିବା ପରେ ଜନସନଙ୍କ ଏହି ଗସ୍ତ ସହଜ ହୋଇଥିଲା ।