ଓଡିଶା

odisha

ETV Bharat / international

Diwali 2023: ବ୍ରିଟେନରେ ଦୀପାବଳି ପାଳିଲେ ସୁନକ, ସାମିଲ ହେଲେ ହିନ୍ଦୁ ସମ୍ପ୍ରଦାୟ - ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ଋଷି ସୁନକ

Sunak Celebrates Diwali: ବ୍ରିଟେନର ଡାଉନିଂ ଷ୍ଟ୍ରିଟ୍‌ରେ ହିନ୍ଦୁ ସମ୍ପ୍ରଦାୟଙ୍କ ସହ ଦୀପାବଳି ପାଳିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଅଧିକ ପଢ଼ନ୍ତୁ

Rishi Sunak celebrate Diwali
Rishi Sunak celebrate Diwali

By ETV Bharat Odisha Team

Published : Nov 9, 2023, 2:05 PM IST

ହାଇଦ୍ରାବାଦ:ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି । ବ୍ରିଟେନର ଡାଉନିଂ ଷ୍ଟ୍ରିଟ୍‌ରେ ହିନ୍ଦୁ ସମ୍ପ୍ରଦାୟଙ୍କ ସହ ଦୀପାବଳି ମନାଇଛନ୍ତି ସୁନକ । ଯାହାର ଫଟୋ ସେ ଟ୍ବିଟରରେ ସେୟାର ମଧ୍ୟ କରିଛନ୍ତି । ସୁନକ ଓ ତାଙ୍କ ପତ୍ନୀ ଦୀପ ପ୍ରଜ୍ବଳନ କରିବା ସହ ଇଂଲଣ୍ଡ ଓ ପୁରା ବିଶ୍ବକୁ ଦୀପାବଳିର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଦୀପାବଳି ଅବସରରେ ବ୍ରିଟେନର ଟେନ୍‌ ଡାଉନିଂ ଷ୍ଟ୍ରିଟକୁ ଫୁଲ ଓ କ୍ୟାଣ୍ଡେଲରେ ସଜା ଯାଇଥିଲା।

ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟର ହ୍ୟାଣ୍ଡଲରେ ସେୟାର ହୋଇଥିବା ଫଟୋରେ ଉଲ୍ଲେଖ ରହିଛି ଯେ, ଅନ୍ଧକାର ଉପରେ ଆଲୋକର ବିଜୟ ପର୍ବ ଦୀପାବଳି ଅବସରରେ ଗତ ରାତିରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତୀୟ ସମ୍ପ୍ରଦାୟଙ୍କୁ ଡାଉନିଂ ଷ୍ଟ୍ରିଟ୍‌କୁ ସ୍ବାଗତ କରିଥିଲେ । ଚଳିତ ସପ୍ତାହର ଶେଷ ଦିନରେ ଦୀପାବଳି ପାଳନ କରିବାକୁ ଥିବା ଇଂଲଣ୍ଡ ଓ ସମଗ୍ର ବିଶ୍ବବାସୀଙ୍କୁ ଦୀପାବଳି ଶୁଭେଚ୍ଛା । କିଛି ଫଟୋ ମଧ୍ୟ ଟ୍ବିଟର ହ୍ୟାଣ୍ଡଲରେ ସେୟାର କରାଯାଇଛି । ଯେଉଁଥରେ, ସୁନକ ଓ ତାଙ୍କ ପତ୍ନୀ ଦୀପ ପ୍ରଜ୍ବଳନ କରୁଥିବା ଦେଖିବାକୁ ମିଳିଥିବା ବେଳେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଦୀପାବଳି ମନାଉଥିବା ଦେଖିବାକୁ ମିଳିଛି । ଆଉ ଏକ ଫୋଟରେ ସୁନକ ଓ ଅକ୍ଷତା ମୂର୍ତ୍ତି ଛିଡ଼ା ହୋଇଥିବା ବେଳେ ଡାଉନିଂ ଷ୍ଟ୍ରିଟ୍‌ ଫୁଲ ଓ କ୍ୟାଣ୍ଡେଲରେ ସଜା ହୋଇଛି ।

ଏହା ମଧ୍ୟ ପଢନ୍ତୁ-SC on Firecrackers: ସାରା ଦେଶରେ ଫୁଟିବନି ବିପଜ୍ଜନକ ବାଣ

ଆସନ୍ତା 12 ତାରିଖରେ ଦେଶର କୋଣଅନୁକୋଣରେ ଦୀପାବଳି ପର୍ବ ପାଳନ କରାଯିବ । ଆନନ୍ଦ ଉଲ୍ଲାସ, ଶ୍ରଦ୍ଧା ଓ ଭକ୍ତିର ପର୍ବ ଦୀପାବଳୀ । ଏହି ଦିନ ମା' କାଳୀଙ୍କୁ ଆରାଧନା କରାଯାଏ । ରାତିରେ ଘରେ ଘରେ ଦୀପ ଜାଳି, ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସି ଉଠିବ ଗାଁଠୁ ସହର । ଭଳିକି ଭଳି ବାଣ ଫୁଟାଇ ସଭିଏଁ ଏହି ପର୍ବକୁ ପାଳନ କରିବେ । ହିନ୍ଦୁ ପରମ୍ପରା ଅନୁସାରେ ଅନ୍ଧାର ଉପରେ ଆଲୋକର ବିଜୟ ହିଁ ଏହି ଉତ୍ସବର ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

ଚଳିତ ବର୍ଷ ରାଜଧାନୀ ଦିଲ୍ଲୀ-ଏନସିଆର ନୁହେଁ ବରଂ ସମଗ୍ର ଦେଶରେ ବ୍ୟାନ୍‌ ହୋଇଛି ରାସାୟନିକ ଉପାଦାନ ଥିବା ବିପଜ୍ଜନକ ବାଣ । ପୂର୍ବରୁ ଦିଲ୍ଲୀ ପାଇଁ ଜାରି କରାଯାଇଥିବା ଗାଇଡଲାଇନ କେବଳ ଦିଲ୍ଲୀ-NCR ପାଇଁ ନୁହେଁ ବରଂ ସମଗ୍ର ଦେଶରେ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଥିବା ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି ।

ABOUT THE AUTHOR

...view details