ଓ୍ବାସିଂଟନ: ଏୟାର ସୋ ବେଳେ ଦୁର୍ଘଟଣା । ଆମେରିକାରେ ଏୟାର ସୋ ବେଳେ ଧକ୍କା ହେଲା ଦୁଇ ବିମାନ (Military Planes Collide Mid Air at Dallas Airshow)। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟ ସାମରିକ ବିମାନ ମଧ୍ୟରେ ଧକ୍କା ହୋଇଛି । ଫଳରେ ଦୁଇଟି ବିମାନ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ, ୬ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।
ବୋଇଂ ବୋମା ବର୍ଷକ ବିମାନ B-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ P-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା ଦେଇଥିଲେ(B-17 and P-63 Planes Collide) । ଡଲାସ ଏକ୍ଜିକ୍ୟୁଟିଭ ଏୟାରପୋର୍ଟରେ ଏହି ଏୟାର ଶୋ ଚାଲିଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା । ମଧ୍ୟାହ୍ନ ପ୍ରାୟ ୧.୩୦ ମିନିଟ ସମୟରେ ଏହି ଦୁର୍ଘଟଣା ହୋଇଥିବା ନେଇ ଫେଡେରାଲ ଏଭିଏଶନ ଆଡିମିନଷ୍ଟ୍ରେସନ(FAA) ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: ଭାରସାମ୍ୟ ହରାଇ କେନାଲକୁ ଖସିପଡିଲା ବସ୍, ୨୨ ମୃତ
ଏନେଇ ବାୟୁସେନାର ମୁଖପାତ୍ର ଲେ ବ୍ଲକ କହିଛନ୍ତି, "B-୧୭ ବିମାନରେ ୫ଜଣ କ୍ର୍ୟୁ ସଦସ୍ୟ ଏବଂ P-୬୩ରେ ଜଣେ ଯାତ୍ରୀ ରହିଥିଲେ ।"