ଇସଲାମାବାଦ:ଟ୍ବିଟରରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ ଓ ଇମ୍ରାନ ଖାନ । ପାକ ପିଏମ ସେହେବାଜ ସରିଫ 30 ବର୍ଷ ଧରି ପାକିସ୍ତାନକୁ ଲୁଟୁଥିବା ଏବଂ ବର୍ତ୍ତମାନ ଆର୍ଥିକ ସଙ୍କଟ ନିମନ୍ତେ ଦାୟୀ ବୋଲି ଅଭିଯୋଗ କରିଛନ୍ତି ଇମ୍ରାନ ଖାନ । ଆମ ରାଷ୍ଟ୍ରୀୟ ସମ୍ପତିକୁ ବିକ୍ରୀ କରିବା ପାଇଁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ପାକର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ (ପାକିସ୍ତାନ ତହରିକ-ଏ-ଇନସାଫ)ର ପ୍ରମୁଖ ଇମ୍ରାନ ଖାନ ।
ପାକ ପିଏମ ସେହେବାଜ ଓ ଇମ୍ରାନଙ୍କ ମଧ୍ଯରେ ଟ୍ବିଟର ୱାର - ସେହେବାଜ ଓ ଇମ୍ରାନଙ୍କ ଟ୍ବିଟର ୱାର
ଟ୍ବିଟରରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ ଓ ଇମ୍ରାନ ଖାନ। ଅଧିକ ପଢନ୍ତୁ
ସେହେବାଜ ସରିଫ ଓ ଇମ୍ରାନ ଖାନଙ୍କ ମଧ୍ୟରେ ଟ୍ବିଟରରେ ବାକଯୁଦ୍ଧ ହୋଇଛି । ରାଷ୍ଟ୍ରୀୟ ସମ୍ପତ୍ତିକୁ ବିଦେଶରେ ବିକ୍ରୀ କରିବାର ସବୁ ପ୍ରକ୍ରିୟାକୁ ନେଇ ସେହେବାଜଙ୍କୁ ଟାର୍ଗେଟ କରିଛନ୍ତି ଇମ୍ରାନ । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ କ୍ୟାବିନେଟ ଦ୍ବାରା ଅଧ୍ୟାଦେଶ ମଞ୍ଜୁରୀ ହୋଇଥିବା କିଛି ଘଣ୍ଟା ପରେ ଟ୍ବିଟରରେ ପାକ ପୂର୍ବତମ ପିଏମ ଇମ୍ରାନ ଖାନ ରାଷ୍ଟ୍ରୀୟ ସମ୍ପତ୍ତି ବିକ୍ରୀକୁ ନେଇ ସରକାରଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଇମ୍ରାନ କହିଛନ୍ତି ସେହେବାଜ ସରିଫଙ୍କ ଉପରେ 30 ବର୍ଷ ହେବ ପାକିସ୍ତାନକୁ ଲୁଟିବା ଓ ଆର୍ଥିକ ସଙ୍କଟ ନେଇ ଅଭିଯୋଗ ଆଣିଛନ୍ତି । ଇମ୍ରାନଙ୍କ ଏ ଅଭିଯୋଗର ଜବାବ ଦେଇଛନ୍ତି ପାକ ପିଏମ ସେହେବାଜ ସରିଫ । ସେ କହିଛନ୍ତି, ଇମ୍ରାନ ସ୍ମୃତି ଶକ୍ତି ହରାଇଛନ୍ତି ତାଙ୍କୁ ମନେପକାଇ ଦେବାର ଆବଶ୍ୟକତା ଅଛି । ସେ ଆହୁରି କହିଛନ୍ତି, ଟ୍ରନ୍ସପରେନ୍ସି ଇଣ୍ଟରନ୍ୟାସନାଲ ରିପୋର୍ଟ ଅନୁସାରେ, ଇମ୍ରାନଙ୍କ ଶାସନ ସମୟରେ ଦୁର୍ନିତୀ ବଢିଥିଲା । ଖାଲି ସେତିକି ନୁହେଁ ନିଯୁକ୍ତି ଓ ସ୍ତାନାନ୍ତରଣର ମଧ୍ୟ ବିକ୍ରୀ ହେବା ଭଳି ବଡ ଭ୍ରଷ୍ଟାଚାର ହୋଇଛି ଯାହା ଦେଶ ପାଇଁ ମହଙ୍ଗା ପଡିଛି । ଏହା ସହିତ ଦେଶର ବିଶ୍ବ ପ୍ରତିଷ୍ଠା, ସ୍ଥିତି ଏବଂ ମିତ୍ର ଦେଶ ସହିତ ସମ୍ପର୍କ ଦେଶକୁ ବିପଦ ଆଣିଥିବା ଅଭିଯୋଗ ଆଣିଛନ୍ତି ସେହେବାଜ ।