ଓଡିଶା

odisha

ETV Bharat / international

Turkey Syria Earthquake update: ମୃତ୍ୟୁ ସଂଖ୍ୟା 50 ହଜାର ପାର୍‌ - ତୁର୍କୀ ସିରିଆ

ତୁର୍କୀ-ସିରିଆରେ ଜାରି ରହିଛି ମୃତ୍ୟୁ ବିଭୀଷିକା । ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୫୦ ହଜାର ଅତିକ୍ରମ କରିଛି । ଅଧିକ ପଢନ୍ତୁ

Turkey Syria earthquake update
Turkey Syria earthquake update

By

Published : Feb 25, 2023, 10:24 AM IST

ଅଙ୍କରା: ତୁର୍କୀ-ସିରିଆରେ ହୋଇଥିବା ବିନାଶକାରୀ ଭୂକମ୍ପରେ ସରୁନି ଉଦ୍ଧାର କାର୍ଯ୍ୟ । ୧୯ ଦିନ ବିତିଯାଇଥିଲେ ସୁଦ୍ଧା ଦିନକୁ ଦିନ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ଭୟଙ୍କର ଭୂକମ୍ପରେ ଅନେକ କୋଠା ଭୁଶୁଡି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଚାପି ହୋଇ ରହିଥିବା ଲୋକଙ୍କ ଜୀବିତ ଆଶଙ୍କା କମ ରହିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାରି ଭିତରେ ମୃତ୍ୟୁ ସଂଖ୍ୟା ୫୦ ହାଜର ଅତିକ୍ରମ କରିଛି ।

ତୁର୍କୀ ଏବଂ ସିରିଆର ସ୍ଥିତିକୁ ଦେଖିଲେ ମନେ ହେଉଛି ଯେପରି ପ୍ରକୃତି କୋପ କରିଛି । ଲଗାତାର ଭୂକମ୍ପରେ ଥରୁଛି ତୁର୍କୀ । ଆଜିଯାଏଁ ସରିଆରେ ଏଭଳି ଭୟଙ୍କର ଭୂକମ୍ପ ହୋଇନଥିବା ବେଳେ ଏହା ତୁର୍କୀ ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ଫେବୃଆରୀ ୬ ତାରିଖରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୫୦ ହଜାର ଅତିକ୍ରମ କରିଛି । ସୂଚନାଅନୁସାରେ ତୁର୍କୀ ସିରିଆରେ ଭୂକମ୍ପରେ ସମୁଦାୟ ୧ ଲକ୍ଷ ୬୦ ହଜାରରୁ ଊର୍ଦ୍ଧ୍ବ ବଡ ବଡ କୋଠା କ୍ଷତିଗ୍ରସ୍ତ ହୋଇଛି । ଏହାସହ ୫ ଲକ୍ଷ ୨୦ ହଜାରରୁ ଅଧିକ ଆପାଟମେଣ୍ଟ ଭୁଶୁଡି ପଡିଛି । ପୂର୍ବରୁ ମଧ୍ୟ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ନେଇ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଥିଲା । ମୃତ୍ୟୁ ସଂଖ୍ୟା ପ୍ରାୟ ୫୦ ହଜାର ଛୁଇଁବ ବୋଲି ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇଥିବା ୫୦ ହଜାର ମୃତକଙ୍କ ମଧ୍ୟରୁ କେବଳ ତୁର୍କୀରେ ହିଁ ୪୪ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ସପ୍ତାହେ ନହେଉଣୁ ପୁଣି ଥରିଲା ତୁର୍କୀ, ତୀବ୍ରତା ୪.୭ ରେକର୍ଡ: ମୃତ୍ୟୁ ସଂଖ୍ୟା ୩୪ ହଜାର ପାର

ଶୁକ୍ରବାର ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ପ୍ରାଧିକରଣ ତରଫରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଭୂକମ୍ପ ଯୋଗୁଁ ତୁର୍କୀରେ ମୃତ୍ୟୁ ସଂଖ୍ୟା 44,218କୁ ବୃଦ୍ଧି ପାଇଛି । ସିରିଆର ସଦ୍ୟତମ ତଥ୍ୟ ଅନୁଯାୟୀ 5,914 ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଉଭୟ ଦେଶରେ ମିଳିତ ମୃତ୍ୟୁ ସଂଖ୍ୟା 50,000 ଅତିକ୍ରମ କରିଛି ।

ତୁର୍କୀରେ ୫ ଲକ୍ଷ ଘରର ଆବଶ୍ୟକତା ରହିଛି:ତୁର୍କୀ ରାଷ୍ଟ୍ରପତି ରିସେପ ତୈୟପ ଏର୍ଦୋଗନ କହିଛନ୍ତି, ବର୍ତ୍ତମାନ ଅତି କମରେ 15 ବିଲିୟନ ବ୍ୟୟରେ 2ଲକ୍ଷ ଆପାର୍ଟମେଣ୍ଟ ଏବଂ 70,000 ଗ୍ରାମୀଣ ଘର ନିର୍ମାଣ କରାଯିବାର ଆବଶ୍ୟକତା ରହିଛି । ଆମେରିକୀୟ ବ୍ୟାଙ୍କ ଜେପି ମୋର୍ଗାନ ଦ୍ବାରା କରାଯାଇଥିବା ଆକଳନ ଅନୁସାରେ ଘର ଏବଂ ଭିତ୍ତିଭୂମିର ପୁନଃ ନିର୍ମାଣ ପାଇଁ 25 ବିଲିୟନ ଡଲାର ଖର୍ଚ୍ଚ ହେବ। ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ କହିଛି ଯେ, ଭୟଙ୍କର ଭୂକମ୍ପରେ ୧୫ ଲକ୍ଷ ଲୋକ ଭୂମିହୀନ ହୋଇ ରହିଛନ୍ତି । ଏହାସହ ୫ଲକ୍ଷ ଘରର ଆବଶ୍ୟକତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details