ଓଡିଶା

odisha

By

Published : Nov 20, 2022, 9:12 PM IST

ETV Bharat / international

Turkey launches airstrikes: ସିରିଆ ଉପରେ ତୁର୍କୀର ଏୟାର ଷ୍ଟ୍ରାଇକ

ସିରିଆର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ କଲା ତୁର୍କୀ (Airstrikes over Northern Syria)। ଇସ୍ତାନବୁଲ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଏୟାର ଷ୍ଟ୍ରାଇକ ସୂଚନା । ମୃତାହତ ନେଇ ମିଳିନି ସୂଚନା । ଅଧିକ ପଢନ୍ତୁ

ସିରିଆରେ ତୁର୍କୀର ଏୟାର ଷ୍ଟ୍ରାଇକ
ସିରିଆରେ ତୁର୍କୀର ଏୟାର ଷ୍ଟ୍ରାଇକ

ଇସ୍ତାନବୁଲ:ପୁଣି ମଧ୍ୟପ୍ରାଚ୍ୟରେ ଉତ୍ତେଜନା (Airstrikes over northern Syria)। ସିରିଆ ଉପରେ ଏୟାର ଷ୍ଟ୍ରାଇକ କରିଛି ତୁର୍କୀ । ଗତକାଲି (ଶନିବାର) ସିରିଆର ଉତ୍ତରାଞ୍ଚଳରେ ଥିବା ଅନେକ ସହର ଉପରେ ତୁର୍କୀ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି । ଏଥିରେ ମୃତାହତ ନେଇ କୌଣସି ସୂଚନା ମିଳନି । ସିରିଆରୁ ଅପରେଟ ହେଉଥିବା କିଛି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିବା ତୁର୍କୀ କହିଛି । ଏକାଧିକ ସ୍ଥାନରେ ଏୟାର ଷ୍ଟ୍ରାଇକ ହୋଇଥିଲେ ସୁଦ୍ଧା ମୃତାହତ ନେଇ ତୁର୍କୀ କିମ୍ବା ସିରିଆ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

ସିରିଆରେ ତୁର୍କୀର ଏୟାର ଷ୍ଟ୍ରାଇକ

ଗତ ସପ୍ତାହରେ ତୁର୍କୀର ଇସ୍ତାନବୁଲ ସହରରେ ବିସ୍ଫୋରଣ ହୋଇଥିଲା । ଏଥିରେ 6ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ପ୍ରାୟ 80ରୁ ଅଧିକ ଆହତ ହୋଇଥିଲେ । ଏହି ଆକ୍ରମଣ ସିରିଆରୁ ସଂଞ୍ଚାଳିତ ହେଉଥିବା କୁର୍ଦ୍ଦ ଆତଙ୍କବାଦୀ ସଂଗଠନ ଦ୍ବାରା କରାଯାଇଥିବା ତୁର୍କୀ ସନ୍ଦେହ କରୁଥିଲା । ତେବେ ଏପରି ଆକ୍ରମଣକୁ କୁର୍ଦ୍ଦ ସଂଗଠନ କିନ୍ତୁ ସ୍ବୀକାର କରିନଥିଲା । ଏହି ଆତଙ୍କବାଦୀ ସଂଗଠନର ଏକାଧିକ ଆଡ୍ଡା ସିରିଆର ଉତ୍ତରାଞ୍ଚଳରେ ରହିଛି । ଯାହାକୁ ଗତକାଲି ତୁର୍କୀ ବାୟୁସେନା ଟାର୍ଗେଟ କରିଛି ।

ଗତକାଲିର ଏୟାର ଷ୍ଟ୍ରାଇକ ନେଇ ତୁର୍କୀ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ପ୍ରଦାନ କରାଯାଇଛି । ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଏୟାର ଷ୍ଟ୍ରାଇକ ସମୟର ଫଟୋ ସହ ସିରିଆ ଆକାଶରେ ତୁର୍କୀ ବାୟୁସେନାର ବିମାନର ଫଟୋ ମଧ୍ୟ ଜାରି କରି ଅପରେସନ ସମ୍ପର୍କରେ ସୂଚନା ଦେଇଛି ।

ABOUT THE AUTHOR

...view details