ଓଡିଶା

odisha

ETV Bharat / international

ଭୟଙ୍କର ଭୂକମ୍ପ ପରେ ସୁନାମି ଆଲର୍ଟ: ତୁର୍କୀରେ 912 ମୃତ, ସିରିଆରେ ଗଲାଣି 326 ଜୀବନ, ପ୍ରଧାନମନ୍ତ୍ରୀଙ୍କ ଶୋକ - ତୁର୍କୀ ଭୂକମ୍ପ ଖବର

ତୁର୍କୀ ଓ ସିରିଆରେ ଭୟଙ୍କର ଭୂକମ୍ପ ଝଟକା ପରେ ସୁନାମି ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା ୫୬୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ

Turkey Earthquake
Turkey Earthquake

By

Published : Feb 6, 2023, 12:16 PM IST

Updated : Feb 6, 2023, 3:56 PM IST

ଅଙ୍କାରା:ତୁର୍କୀରେ ତାଣ୍ଡବ ରଚିଲା ଭୂକମ୍ପ । ସୋମବାର ସକାଳୁସକାଳୁ ବଡ ଧରଣର ଭୂକମ୍ପରେ ଥରିଥିଲା ତୁର୍କୀ ଏବଂ ସିରିଆ । ବର୍ତ୍ତମାନ ସୁଦ୍ଧା 912ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ୧୦୦୦ ଛୁଇଁପାରେ ବୋଲି କୁହାଯାଉଛି । ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଥିବା ବେଳେ US ଜିଓଲୋଜିକାଲ ସର୍ଭେ ପକ୍ଷରୁ ଭୂକମ୍ପ ପରେ ସୁନାମି ଆଲର୍ଟ ଜାରି କରାଯାଇଛି । ସାରା ଦେଶକୁ ହାଇ ଆଲର୍ଟ ଜାରି ହୋଇଥିବା ବେଳେ ଇଟାଲୀକୁ ମଧ୍ୟ ସୁନାମି ଆଲର୍ଟ ଜାରି କରାଯାଇଛି ।

ସୂଚନାଅନୁସାରେ, ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପର ପ୍ରଭାବ ଇସ୍ରାଏଲ ଏବଂ ଇଟାଲୀରେ ବି ଦେଖିବାକୁ ମିଳିଛି । ତେବେ ତୁର୍କୀରେ ବର୍ତ୍ତମାନ ସୁଦ୍ଧା 912 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ହଜାର ୩୦୦ରୁ ଅଧିକ ଆହତ ହୋଇଛନ୍ତି । ଏହାସହ ଅନେକ ବଡ଼ବଡ଼ ଅଟ୍ଟାଳିକା ମଧ୍ୟ ଭୁଶୁଡି ଯାଇଥିବା ଦେଖାଯାଇଛି । ଅନେକ ଲୋକ କୋଠା ତଳେ ଗାଡି ଚାପି ହୋଇ ରହିଥିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି । ୧୭୦୦ରୁ ଅଧିକ ଅଟାଳିକା ଭୁଶୁଡି ଯାଇଥିବା ନେଇ ସୂଚନା ରହିଛି । ତେବେ ମୃତ୍ୟୁସଂଖ୍ୟା ୧୦୦୦ ଛୁଇଁପାରେ ବୋଲି ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଆଶଙ୍କା କରାଯାଉଛି । ସିରିଆରେ ଏପର୍ଯ୍ୟନ୍ତ 326 ଲୋକଙ୍କ ଜୀବନ ଗଲାଣି ବୋଲି ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: Earthquake strikes: ଶକ୍ତିଶାଳୀ ଭୂକମ୍ପରେ ଥରିଲା ତୁର୍କୀ, 190ରୁ ଊର୍ଦ୍ଧ୍ବ ମୃତ

ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଅନେକ ଉଦ୍ଧାରକାରୀ ଦଳ ସାମିଲ ହୋଇଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ କରାଯାଇଛି । ଜନଦାରିସ ସହରରେ ଅନେକ କୋଠା ଭୁଶୁଡି ପଡିଛି । ଉଦ୍ଧାରକାରୀ ଦଳ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ନୁରଦଗୀର ୨୩ କିଲୋମିଟର ପୂର୍ବରେ ଏକ ଭୂକମ୍ପ ହୋଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ମଧ୍ୟ ଭୂକମ୍ପ ଅନୁଭୁତ ହୋଇଛି । ନୁରଦଗୀରେ ଭୂକମ୍ପର ତୀବ୍ରତା ୭.୮ ରେକର୍ଡ କରାଯାଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ସୂଚନାଥାଉକି, ଏହା ପୂର୍ବରୁ ୨୦୨୨ ନଭେମ୍ବର ମାସରେ ଭୂକମ୍ପ ଅନୁଭୂତ ହୋଇଥିଲା । ନୁରଦଗୀରେ ଭୂକମ୍ପର ଗଭୀରତା ୧୭.୯ କିମି ରେକର୍ଡ କରାଯାଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ଗଭୀରତା ୯.୯ କିମି ରେକର୍ଡ କରାଯାଇଥିଲା ।

ସ୍ଥାନୀୟ ଲୋକଙ୍କ ମୁତାବକ,"ଭୂକମ୍ପର ତୀବ୍ରତା ଏତେ ମାତ୍ରାରେ ରହିଥିଲା ଯେ ୪୦ ସେକେଣ୍ଡ ଯାଏଁ ଘର, ବେଡ ସବୁ ଦୋହଲିଥିଲା । ଫଳରେ ଦେଖୁଦେଖୁ ଅନେକ କୋଠା ମଧ୍ୟ ଭୁଶୁଡି ଯାଇଥିଲା । କାରଗୁଡିକ କୋଠା ତଳେ ଚାପି ହୋଇ ରହିଥିଲା ।

୧୯୯୯ରେ ମଧ୍ୟ ଯାଇଥିଲା ଅନେକ ଜୀବନ:ଜାପାନ-ଇଣ୍ଡୋନେସିଆ ପରି ତୁର୍କୀରେ ମଧ୍ୟ ଅଧିକାଂଶ ସମୟରେ ବଡଧରଣର ଭୂକମ୍ପ ହୋଇଥାଏ । ୧୯୯୯ ମସିହାରେ ତୁର୍କୀରେ ପ୍ରକୃତି ତାଣ୍ଡବ ରଚିଥିଲା । ୭.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଅନୁନ୍ୟ ୧୮୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିଲା । ବିଶାଳ ଅଟ୍ଟାଳିକା ମଧ୍ୟ ଭୁଶୁଡ଼ି ପଡିଥିଲା ।

ତେବେ ତୁର୍କୀରେ ଭୟଙ୍କର ଭୂକମ୍ପକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ଟ୍ବିଟକରି ଦୁଃଖ ପ୍ରକାଶ କରି ଲେଖିଛନ୍ତି, "ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପରେ ଲୋକେ ପ୍ରାଣ ହରାଇଛନ୍ତି । ତା ସହିତ ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ଖବର ଶୁଣି ମୁଁ ମର୍ମାହତ । ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଭାରତ ସର୍ବଦା ତୁର୍କୀବାସୀଙ୍କ ସହ ଛିଡା ହୋଇଛି । ଯଥାସମ୍ଭବ ସାହାଯ୍ୟ ଯୋଗାଇବା ପାଇଁ ଭାରତ ପ୍ରସ୍ତୁତ ରହିଛି ।"

Last Updated : Feb 6, 2023, 3:56 PM IST

ABOUT THE AUTHOR

...view details