ଓଡିଶା

odisha

ETV Bharat / international

ଚୀନକୁ ଝଟକା, ପୁଣି ତାଇୱାନର ରାଷ୍ଟ୍ରପତି ହେଲେ ତାଇ ଇଙ୍ଗ ୱେନ - ସାଇ ଇଙ୍ଗ ବେନ୍

ପୁଣି ଥରେ ତାଇ ଇଙ୍ଗ ୱେନଙ୍କୁ ରାଷ୍ଟ୍ରପତି ଭାବେ ବାଛିଛନ୍ତି ତାଇୱାନ ଜନତା । ପ୍ରାୟ 57 ପ୍ରତିଶତ ଭୋଟ ଅର୍ଥାତ  80 ଲକ୍ଷରୁ ଅଧିକ ଭୋଟ ହାତେଇଥିଲେ ତାଇ ଇଙ୍ଗ ୱେନ । ଆଗକୁ ପଢନ୍ତୁ...

Tsai Ing wen re elected Taiwan President
ତାଇୱାନର ରାଷ୍ଟ୍ରପତି ହେଲେ ସାଇ ଇଙ୍ଗ ବେନ୍

By

Published : Jan 12, 2020, 10:03 AM IST

ତାଇପେଇ: ତାଇୱାନର ଜନତା ଶନିବାର ରାଷ୍ଟ୍ରପତି ଚୟନ କରିଛନ୍ତି । ପୁଣି ଥରେ ତାଇ ଇଙ୍ଗ ୱେନଙ୍କୁ ରାଷ୍ଟ୍ରପତି ଭାବେ ବାଛିଛନ୍ତି । ପ୍ରାୟ 57 ପ୍ରତିଶତ ଭୋଟ ଅର୍ଥାତ 80 ଲକ୍ଷରୁ ଅଧିକ ଭୋଟ ହାତେଇଥିଲେ ତାଇ ଇଙ୍ଗ ୱେନ।

ସେ କହିଛନ୍ତି, ‘ଜନତା ମତେ ପୁଣି ଭୋଟ ଦେଇ ବେଜିଂକୁ ସତର୍କ କରାଇଛନ୍ତି। ଚୀନର ଅଧିକାରୀ ଏହା ବୁଝିବା ଉଚିତ୍ କି ଲୋକତନ୍ତ୍ର ତାଇୱାନ ସେମାନଙ୍କ ଧମକକୁ କେବେବି ଗ୍ରହଣ କରିବ ନାହିଁ ।’

ରିପୋର୍ଟ ଅନୁସାରେ, ବିରୋଧି ଦଳରେ ଥିବା ଖାନ୍ ଗୋ ପ୍ରାୟ 38 ପ୍ରତିଶତ ଭୋଟ ହାତେଇପାରିଥିଲେ । ନିର୍ବାଚନ ରାଲି ସମୟରେ ଖାନ୍ ଗୋଙ୍କ ଦଳ ଚୀନ ସହ ତିକ୍ତତାକୁ କମ୍ କରିବାକୁ ଚେଷ୍ଟା କରିବ ।

ପ୍ରକାଶଥାଉକି, ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା ଓ ରିପବ୍ଲିକ୍ ଚାଇନ ପରସ୍ପରର ସଂସ୍କୃତିକୁ ମାନ୍ୟତା ଦିଅନ୍ତି ନାହିଁ । ପରସ୍ପର ନିଜକୁ ଚୀନର ଅଫିସିଆଲ ରିପ୍ରେନେଜଟିଭ୍ ଭାବୁଥିବା ବେଳେ ମେନଲ୍ୟାଣ୍ଡ ଚାଇନା ଓ ତାଇୱାନ ଦ୍ବୀପ ପରସ୍ପର ନିଜକୁ ଅଫିସିଆଲ ଚୀନ ବୋଲି ଭାବନ୍ତି । ଆମେ ଯାହାକୁ ଚୀନ ବୋଲି ଜାଣିଛେ ତାହା ହେଉଛି ‘ପିପୁଲ୍ସ ରିପବ୍ଲିକ ଅଫ୍ ଚାଇନା’ ।

ଅନ୍ୟପକ୍ଷେ ତାଇୱାନ ହେଉଛି ‘ରିପବ୍ଲିକ ଅଫ୍ ଚାଇନା’ । ଦୁଇଜଣଙ୍କ ନାମରେ ଚାଇନା ଥିବା ବେଳେ ତାଇୱାନ 1950ରେ ସ୍ବତନ୍ତ୍ର ହୋଇଥିଲା ଓ ଚୀନ ଏହାକୁ ବିଦ୍ରୋହୀ ରାଜ୍ୟ ବୋଲି ମାନେ ।

ABOUT THE AUTHOR

...view details