ଓଡିଶା

odisha

ETV Bharat / international

ଟ୍ରମ୍ପଙ୍କୁ ଘାରିଛି ଗିରଫ ଭୟ, ଗିରଫଦାରୀ ନେଇ ଏମିତି କିଛି କହିଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି - ଟ୍ରମ୍ପକୁ ଘାରିଲା ଗିରଫ ଭୟ

ଟ୍ରମ୍ପକୁ ଘାରିଲା ଗିରଫ ଭୟ । ୨୧ରେ ଗିରଫ ହେବେ ବୋଲି କହିବା ସହ ପ୍ରତିବାଦ କରିବା ପାଇଁ ସମର୍ଥକଙ୍କୁ ଅପିଲ କରିଛନ୍ତି । ଏନେଇ ସାମ୍ନାକୁ ଆସିଛି ଟ୍ବିଟର ସିଇଓଙ୍କ ପ୍ରତିକ୍ରିୟା । ଜାଣନ୍ତୁ କଣ କହିଲେ ଏଲନ ମସ୍କ

Elon Musk On Politics
Elon Musk On Politics

By

Published : Mar 19, 2023, 9:02 AM IST

ଓ୍ବାଂଶିଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଝୁଲୁଛି ଗିରଫଦାରୀର ଖଣ୍ଡା । ଆସନ୍ତା ମଙ୍ଗଳବାର ଦିନ ଗିରଫ ହୋଇପାରନ୍ତି ଟ୍ରମ୍ପ । ଏନେଇ ସେ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି । ଏହାସହ ସମର୍ଥକମାନେ ଏହାକୁ ବିରୋଧ କରିବା ପାଇଁ ଆହ୍ବାନ ଦେଇଛନ୍ତି । ମ୍ୟାନହାଟନ ଜିଲ୍ଲା ଆଟର୍ନିଙ୍କ କାର୍ଯ୍ୟାଳୟରୁ ବେଆଇନ ଭାବେ ଲିକ ହୋଇଥିବା ସୂଚନାକୁ ଜଣାପଡିଥିବା ନେଇ ସେ କହିଛନ୍ତି । ତେବେ କେଉଁ କାରଣରୁ ଗିରଫ କରାଯିବ ସେନେଇ କୌଣସି ସୂଚନା ଦେଇନାହାନ୍ତି ଟ୍ରମ୍ପ ।

ଟ୍ରମ୍ପଙ୍କ ପୋଷ୍ଟକୁ ନେଇ ଟ୍ବିଟର ସିଇଓ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ଟ୍ବିଟରେ ଦାବି କରି କହିଛନ୍ତି,"ଯଦି ଟ୍ରମ୍ପଙ୍କୁ ଗିରଫ କରାଯାଏ ତେବେ ଆସନ୍ତା ନିର୍ବାଚନରେ ଏକ ପାଖିଆ ବିଜୟ ହାସଲ କରିବେ ।" ସୂଚନାଅନୁସାରେ, ପୂର୍ବତନ ରାଷ୍ଟ୍ରପତି କହିଛନ୍ତି, "ନ୍ୟୁୟର୍କର ଓକିଲମାନେ ମହିଳାଙ୍କୁ ଦିଆଯାଇଥିବା ଟଙ୍କା ସହ ଜଡିତ ମାମଲାର ତଦନ୍ତ କରୁଛନ୍ତି । ଏହି ସମ୍ପର୍କରେ ତାଙ୍କୁ ଗିରଫ କରାଯାଇପାରେ । ଏହାକୁ ବିରୋଧ କରାଯାଉ ଏବଂ ଦେଶରୁ ରକ୍ଷା କର ।"

ଏହା ମଧ୍ୟ ପଢନ୍ତୁ: Toshakhana Case: ଆଜି କୋର୍ଟରେ ହାଜର ହେବେ ଇମ୍ରାନ ଖାନ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପିଟିଆଇ ନେତା

ଏହା ମଧ୍ୟ ପଢନ୍ତୁ: ଦୁଇ ବର୍ଷ ପରେ ଫେସବୁକ-ୟୁଟ୍ୟୁବକୁ ଫେରିଲେ ଟ୍ରମ୍ପ, ପୋଷ୍ଟ କରି ଲେଖିଲେ ଆଇ ଏମ ବ୍ୟାକ୍‌ !

ଅଭିଯୋଗ ହୋଇଛି ଯେ, ଯୌନ ସମ୍ପର୍କ ଖବର ପ୍ରଘଟ ନକରିବାରୁ ମହିଳାଙ୍କୁ ଟଙ୍କା ଦେଇଥିଲେ ଟ୍ରମ୍ପ । ଗତକାଲି ଡୋଲାଲ୍ଡ ଟ୍ରମ୍ପ ଟ୍ରୁଥ ସୋସିଆଲରେ ଏହି ପୋଷ୍ଟ କରିଛନ୍ତି । ତେବେ ଜିଲ୍ଲା ଆର୍ଟନି ଅଫିସ ମଧ୍ୟ ଏହା ଉପରେ ମନ୍ତବ୍ୟ ଦେବା ପାଇଁ ମନା କରିଦେଇଛନ୍ତି ।

ଟ୍ରମ୍ପଙ୍କ ବିରୋଧରେ କଣ ରହିଛି ମାମଲା: ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କ ସହ ଟ୍ରମ୍ପଙ୍କର ସମ୍ପର୍କ ରହିଥିଲା । ୨୦୧୬ ନିର୍ବାଚନ ପୂର୍ବରୁ ଟ୍ରମ୍ପ ତାଙ୍କୁ ଲାଞ୍ଚ ଦେଇ ମୁହଁ ବନ୍ଦ ରଖିବା ପାଇଁ କହିଥିଲେ । ଟ୍ରମ୍ପ ଷ୍ଟର୍ମି ଡାନିଏଲଙ୍କୁ ୧୩୦,୦୦୦ ଆମେରିକୀୟ ଡଲାର ଦେଇଥିବା ଅଭିଯୋଗ ହୋଇଛି । କିନ୍ତୁ ଏହି ଘଟଣାକୁ ନେଇ ପୂର୍ବରୁ ଟ୍ରମ୍ପ ଖଣ୍ଡନ କରିଛନ୍ତି । ଯଦି ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହାଲେ ଏହା ତାଙ୍କ ବିରୋଧରେ ପ୍ରଥମ ଅପରାଧିକ ମାମଲା ହେବ । ୨୦୧୭ ମସିହାରୁ ୨୦୨୧ ଯାଏଁ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details