ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ବୋକ୍ସବର୍ଗଠାରେ ପେଟ୍ରୋଲିୟମ ଗ୍ୟାସ ନେଇଯାଉଥିବା ଟ୍ରକରେ ବିସ୍ଫୋରଣ ଘଟିଛି (Truck with liquified gas explodes in South Africa) । ଏହି ଅଘଟଣରେ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଟ୍ରକଟି ଏକ ଓଭରବ୍ରିଜ ତଳେ ଯାଉଥିବା ବେଳେ ବ୍ରିଜରେ ଘର୍ଷଣ ହେବା ଫଳରେ ଗ୍ୟାସ ଲିକ୍ ହୋଇଥିଲା । ଏହାପରେ ବିସ୍ଫୋରଣ ଘଟିଛି । ଏ ନେଇ ଜରୁରୀକାଳୀନ ସେବା ଅଧିକାରୀ ସୂଚନା ଦେଇଛନ୍ତି ।
ଓଭରବ୍ରିଜଟି ରାସ୍ତାଠାରୁ ମାତ୍ର ଅଳ୍ପ ଦୂରରେ ନିର୍ମିତ ହୋଇଥିଲା । ଫଳରେ ଟ୍ରକ ଏହି ଓଭରବ୍ରିଜ ତଳେ ଯାଉଥିବା ବେଳେ ଟ୍ରକ ଉପର ବ୍ରିଜ ସହିତ ଘଷି ହୋଇଥିଲା (Truck scraped a low-lying bridge) । ଏହାପରେ ସ୍ପାର୍କଲ ଯୋଗୁଁ ପେଟ୍ରୋଲିୟମ ଗ୍ୟାସରେ ନିଆଁ ଲାଗିବା ପରେ ଘଟିଛି ବିସ୍ଫୋରଣ । ଏ ନେଇ ସ୍ଥାନୀୟ ବାସିନ୍ଦା ଏକ ଭିଡ଼ିଓ ସେୟାର କରିଛନ୍ତି । ବିସ୍ଫୋରଣ ଘଟିବା ପରେ ସେଠାରେ ଉପସ୍ଥିତ ପଦଯାତ୍ରୀମାନେ ଦୌଡ଼ିବା ଆରମ୍ଭ କରିଥିବା ବେଳେ କାରରେ ନିଆଁ ଲାଗିଯାଇଥିଲା । ଏହି ବିସ୍ଫୋରଣରେ ଅନେକ ଘର ଓ ଯାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।