ଓଡିଶା

odisha

ETV Bharat / international

Earthquake hits in Myanmar: ମିଆଁମାରରେ ତିନି ଥର ଭୂକମ୍ପ, ଭୟଭୀତ ଲୋକେ - ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର

ମିଆଁମାରରେ ଲଗାତାର 3ଥର ଭୂକମ୍ପ ହୋଇଥିବା ସୂଚନା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା। ଅଧିକ ପଢନ୍ତୁ

Earthquake hits in Myanmar
Earthquake hits in Myanmar

By

Published : Jun 22, 2023, 7:23 AM IST

ନାଏପିଦା: ମିଆଁମାରରେ ଭୂକମ୍ପ । ଲଗାତାର 3ଥର ଭୂକମ୍ପ ହୋଇଥିବା ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ 4.4, 4.2 ଓ 4.5 ରେକର୍ଡ କରାଯାଇଛି । ମିଆଁମାରର ଯାନଗୋନରରେ ଲଗାତାର ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି । ବାରମ୍ବାର ଭୂକମ୍ପ ହେବାରୁ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ-Earthquake hits in Philippines: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଫିଲିଫାଇନ୍ସ

ଗତକାଲି ବିଳମ୍ବିତ ରାତି 11 ଟା 56 ମିନିଟରେ ପ୍ରଥମେ 4.4 ତୀବ୍ରତାର ଭୂକମ୍ପ ହୋଇଥିଲା। ଯାହାର ଗଭୀରତା 25 କିଲୋମିଟର ରେକର୍ଡ କରାଯାଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାର ୟାନଗୋନଠାରୁ 227 କିମି ପଶ୍ଚିମରେ ରହିଛି । ଏହାର ଅକ୍ଷାଂଶ 14.83 ଏବଂ ଦ୍ରାଘିମା 96.56 ରହିଛି । ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

ଏହାର ଠିକ 3 ଘଣ୍ଟା ପରେ ଅର୍ଥାତ ରାତି 2ଟା 52 ମିନିଟ ସମୟରେ ଦ୍ବିତୀୟ ଥର ପାଇଁ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା 4.2 ରହିଥିବା ବେଳେ ଗଭିରତା 10 କିଲୋମିଟର ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାର ୟାନଗୋନ ଠାରୁ 160 କିମି ପଶ୍ଚିମରେ ରହିଛି । ଏହାର ଅକ୍ଷାଂଶ 15.40 ଏବଂ ଦ୍ରାଘିମା 96.19 ରହିଛି ।

ଏହା ମଧ୍ୟ ପଢନ୍ତୁ-Earthquake hits in Central Mexico: ସେଣ୍ଟ୍ରାଲ ମେକ୍ସିକୋରେ ଶକ୍ତିଶାଳୀ ଭୂକମ୍ପ

ପୁଣି ତୃତୀୟ ଥର ପାଇଁ ଆଜି ଭୋର 5ଟା 43 ମିନିଟରେ ମାଆଁମାରର ୟାନଗୋନରେ ଭୂକମ୍ପ ହୋଇଥିଲା। ଏହାର ତୀବ୍ରତା 4.5 ରହିଥିବା ବେଳେ ଗଭୀରତା 48 କିଲୋମିଟର ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାର ୟାନଗୋନଠାରୁ 174 କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ ରହିଛି । ଏହାର ଅକ୍ଷାଂଶ 15.32 ଏବଂ ଦ୍ରାଘିମା 96.56 ରହିଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଗତବର୍ଷ ସେପ୍ଟେମ୍ବର ମାସରେ ମିଆଁମାରର ବର୍ମାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରହିଥିଲା 5.2 । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ABOUT THE AUTHOR

...view details