ଓଡିଶା

odisha

ETV Bharat / international

ଶ୍ରୀଲଙ୍କା ସଂକଟ: ମ୍ୟାଚ ବେଳେ ଷ୍ଟାଡିୟମ ଘେରାଉ, ରାଷ୍ଟ୍ରପତିଙ୍କ ସୁଇମିଂ ପୁଲରେ ଗାଧେଇଲେ ଆନ୍ଦୋଳନକାରୀ - ଆର୍ଥିକ ସଙ୍କଟ କାରଣରୁ ଗାଲେ ଷ୍ଟାଡିୟମ ଘେରାଉ କଲେ ଶ୍ରୀଲଙ୍କା ବାସୀ

ଶ୍ରୀଲଙ୍କାରେ ଚାଲିଥିବା ଆର୍ଥିକ ସଙ୍କଟ କାରଣରୁ ଶ୍ରୀଲଙ୍କା ଜନତାଙ୍କ ଭିତରେ ଏବେ ନିଆଁ ଜଳୁଛି । ଆଜି ଶ୍ରୀଲଙ୍କାର ଗାଲେ ଷ୍ଟାଡିୟମକୁ ଘେରି ନେଇଛନ୍ତି ଆନ୍ଦୋଳନକାରୀ । ଗାଲେ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ମ୍ୟାଚ ଜାରି ରହିଛି । ଅଧିକ ପଢନ୍ତୁ

ଶ୍ରୀଲଙ୍କା ସଂକଟ: ମ୍ୟାଚ ବେଳେ ଷ୍ଟାଡିୟମ ଘେରାଉ, ରାଷ୍ଟ୍ରପିତଙ୍କ ସୁଇମିଂ ପୁଲରେ ଗାଧେଇଲେ ଆନ୍ଦୋଳନକାରୀ
ଶ୍ରୀଲଙ୍କା ସଂକଟ: ମ୍ୟାଚ ବେଳେ ଷ୍ଟାଡିୟମ ଘେରାଉ, ରାଷ୍ଟ୍ରପିତଙ୍କ ସୁଇମିଂ ପୁଲରେ ଗାଧେଇଲେ ଆନ୍ଦୋଳନକାରୀ

By

Published : Jul 9, 2022, 7:48 PM IST

ହାଇଦ୍ରାବାଦ: ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଗାଲେ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ ଜାରି ରହିଛି । ଶ୍ରୀଲଙ୍କାରେ ଚାଲିଥିବା ଆର୍ଥିକ ସଙ୍କଟ କାରଣରୁ ଶ୍ରୀଲଙ୍କାରେ ଜନତାଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଜଳିବାରେ ଲାଗିଛି । ଦେଶରେ ଚାଲିଥିବା ତୈଳ ସଙ୍କଟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ପାଇଁ ଶ୍ରୀଲଙ୍କାର ଲୋକମାନେ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ଏହି କାରଣରୁ ଶ୍ରୀଲଙ୍କାର ଗାଲେ ଷ୍ଟାଡିୟମକୁ ଘେରି ନେଇଛନ୍ତି । ଖେଳ ଉପରେ ଏହାର ପ୍ରଭାବ ପଡିବାର ଆଶଙ୍କା ରହିଛି ।

ସେମାନେ ତାଙ୍କ ମୁଦ୍ଦାକୁ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ଚତୁରାତାର ସହ ଗାଲେ କ୍ରିକେଟ ଷ୍ଟାଡିୟମକୁ ଘେରିବାକୁ ଚେଷ୍ଟା କରିବାରେ ଲାଗିଛନ୍ତି । ଏହା ସହିତ ବର୍ତ୍ତମାନ ଷ୍ଟାଡିୟମ ପାଖାପାଖି ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଛି । ଷ୍ଟାଡିୟମ ପାଖରେ ସେମାନେ ତାଙ୍କର ମୁଦ୍ଦା ପୁରା କରିବା ପାଇଁ ସରକାର ବିରୋଧୀ ସ୍ଲୋଗାନ ଦେବାରେ ଲାଗିଛନ୍ତି । ଆନ୍ଦୋଳନକାରୀମାନେ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚକୁ ବାଧା ଦେଇ ନାହାଁନ୍ତି । ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି । ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଚିନ୍ତାରେ ପଡିଛି । ଶ୍ରୀଲଙ୍କା ଜନତାଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ମ୍ୟାଚକୁ ଅଧାରୁ ବନ୍ଦ କରିବାକୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ନିଷ୍ପତ୍ତି ନେଇପାରେ ।

ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ଶ୍ରୀଲଙ୍କା ସହିତ ତିନୋଟି ଟି-ଟ୍ବେଣ୍ଟି ମ୍ୟାଚ, ପାଞ୍ଚଟି ଦିନିକିଆ ମ୍ୟାଚ ଏବଂ ଦୁଇଟି ଟେଷ୍ଟ ସିରିଜ ଖେଳିବାକୁ ଶ୍ରୀଲଙ୍କା ଯାଇଛି । ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ସିରିଜରେ ୨-୧ରେ ବିଜୟ ହାସଲ କରିଥିଲା । ସେହିପରି ଶ୍ରୀଲଙ୍କା ଦିନିକିଆ ସିରିଜରେ ୩-୨ରେ ସିରଜ କବଜା କରିଥିଲା ।

ଶ୍ରୀଲଙ୍କାର ବିଭିନ୍ନ ସହରରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନରେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ ଜୟସୂର୍ଯ୍ୟ ମଧ୍ୟ ଏହି ସାମିଲ ହୋଇଛନ୍ତି । କୋଲମ୍ବ ରାଷ୍ଟ୍ରପତି ଭବନ ପାଖରେ କ୍ରିକେଟର ସନଥ ଜୟସୁରିଆ ଆନ୍ଦୋଳନକାରୀମାନଙ୍କ ସହିତ ଆନ୍ଦୋଳନରେ ସାମିଲ ରହିଛନ୍ତି ।

ABOUT THE AUTHOR

...view details