ନୂଆଦିଲ୍ଲୀ:ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଛା ଛାଡୁନି ବିବାଦ । ତେବେ ଅନାସ୍ଥା ଭୋଟରେ ପରାଜୟ ପରେ ଆଜି ଏକ ଜନ ସମାବେଶରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଇମ୍ରାନ । ଏଥିସହ ଅନସ୍ଥା ଭୋଟରେ ପରାଜୟ ପରେ ଇମ୍ରାନଙ୍କ ଏହା ହେଉଛି ପ୍ରଥମ ଜନ ସମାବେଶ ।
ସେହିପରି ଆଜିର ଏହି ଜନ ସମାବେଶରେ ଇମ୍ରାନ ଖାନ କହିଛନ୍ତି ଯେ, ମୁଁ କେବେ ନିୟମ ଭାଙ୍ଗିଛି କି ବୋଲି ପ୍ରଶ୍ନ କରିଛନ୍ତି । ଏହା ସହିତ ଯେତେବେଳେ ମୁଁ କ୍ରିକେଟ୍ ଖେଳୁଥିଲି, କେହି ମୋ ନାଁରେ କେହି ମ୍ୟାଚ୍ ଫିକ୍ସିଂ ଅଭିଯୋଗ କରିଥିଲେ କି ବୋଲି କହିଛନ୍ତି । ସୂଚନା ଅନୁସାରେ, ଜୁଲଫିକର ବୁଖାରୀଙ୍କୁ ଇମ୍ରାନ ଖାନ ଏକ ହାର ତାଙ୍କୁ ଉପହାର ଦେଇଥିବା ଅଭିଯୋଗ କରାଯାଇଛି । ଏଥିସହ ଜୁଲଫିକର ବୁଖାରୀ ଏହି ହାରକୁ ଲାହୋରସ୍ଥିତ ଏକ ଅଳଙ୍କାର ଦୋକାନରେ ୧୮୦ କୋଟି ଟଙ୍କାରେ ବିକି ଦେଇଥିବା ନେଇ ଅଭିଯୋଗ ହୋଇଛି ।
ସେପଟେ ଏହି ଅଭିଯୋଗ ଆଧାରରେ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି ଇମ୍ରାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପ୍ରଥମ ସ୍ଥାନରେ ଏହି ହାରଟି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିଲା । ଏଥିସହ ଏହି ହାର ତୋସାଖାନାରେ ଜମା ହେବାର ଥିଲା ବୋଲି ପାକିସ୍ତାନର ଦି ଏକ୍ସପ୍ରେସ ଟ୍ରିବ୍ୟୁନା ରିପୋର୍ଟରେ କୁହାଯାଇଛି ।
ସେହିଭଳି ଜୁଲଫିକର ବୁଖାରୀ ଇମ୍ରାନ ଖାନଙ୍କ ବିଶେଷ ସହାୟକ ଥିଲେ । ଏପଟେ ଏହି ହାର ବଦଳରେ ଇମ୍ରାନ ଖାନ ପାକିସ୍ତାନୀ ନିୟମ ଅନୁଯାୟୀ ଧାର୍ଯ୍ୟ ମୂଲ୍ୟର ଅଧା ନୁହେଁ, କିଛି ଶହ ତଥା ହଜାର ଟଙ୍କା ଜମା କରିଥିଲେ ବୋଲି ଅଭିଯୋଗ ହୋଇଛି । ଏଥିସହ ଏକ ସର୍ଭେରେ ପାକିସ୍ତାନର ୪୩ ପ୍ରତିଶତ ଲୋକେ ଇମ୍ରାନ ଖାନ ପଦ ଛାଡିବାକୁ ନେଇ ଖୁସି ନଥିବା ଜଣାପଡିଛି ।
ଅନ୍ୟପଟେ ପାକିସ୍ତାନ ସରକାରୀ ଆଇନ ହିସାବରେ ପବ୍ଲିକ ଉପହାର ଦାଖଲ ସହ ଅଧା ଟଙ୍କା ଡିପୋଜିଟ କରିବା କଥା ବୋଲି କୁହାଯାଇଛି । ମାତ୍ର ଯଦି କେହି ଆଇନ ଅନୁସରଣ ନ କରିବ ତାହାକୁ ଆଇନ ବିରୋଧୀ କରାଯିବ ସହ ତାଙ୍କ ନାଁରେ ମାମଲା ରୁଜୁ କରାଯିବ । ସେପଟେ ଇମ୍ରାନଙ୍କ ବହିଷ୍କାର ପରେ ପୂର୍ବ ସରକାରରେ ଥିବା ମନ୍ତ୍ରୀ ଓ ଇମ୍ରାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଏକ ପିଟିସନ ଦାଖଲ କରାଯାଇଥିଲା । ମାତ୍ର କୋର୍ଟକୁ ଏହାକୁ ଖାରଜ କରି ଦେଇଥିଲେ ।