ଓଡିଶା

odisha

ETV Bharat / international

ତୁର୍କୀରେ ସଂସଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ, ଦେହରେ ବୋମା ରଖି ନିଜକୁ ଉଡାଇ ଦେଲା ଆତଙ୍କବାଦୀ

ତୁର୍କୀରେ ସଂସଦ ନିକଟରେ ଆତ୍ମଘାତି ବିସ୍ଫୋରଣ । ନିଜ ଦେହରେ ବୋମା ରଖି ନିଜ ଉଡାଇ ଦେଲା ଆତଙ୍କବାଦୀ । କ୍ୟାମେରାରେ କଏଦ ହେଲା ଦୃଶ୍ୟ । 2 ପୋଲିସ କର୍ମୀ ଆହତ । ଅଧିକ ପଢନ୍ତୁ

ତୁର୍କୀରେ ସଂସଦ ନିକଟରେ ଆତ୍ମଘାତି ବିସ୍ଫୋରଣ, ନିଜ ଦେହରେ ବୋମା ରଖି ନିଜ ଉଡାଇ ଦେଲା ଆତଙ୍କବାଦୀ
ତୁର୍କୀରେ ସଂସଦ ନିକଟରେ ଆତ୍ମଘାତି ବିସ୍ଫୋରଣ, ନିଜ ଦେହରେ ବୋମା ରଖି ନିଜ ଉଡାଇ ଦେଲା ଆତଙ୍କବାଦୀ

By ETV Bharat Odisha Team

Published : Oct 1, 2023, 10:55 PM IST

Updated : Oct 1, 2023, 11:06 PM IST

ଇସ୍ତାନବୁଲ:ତୁର୍କୀ ରାଜଧାନୀ ଆଙ୍କରାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଛି । ଦୁଇ ଜଣ ଆକଙ୍କୀ କାରରେ ଆସି ସଂସଦ ନିକଟରେ ବିସ୍ଫୋରଣ କରିଛନ୍ତି । ନିଜ ଦେହରେ ବୋମା ରଖି ନିଜକୁ ଉଡାଇ ଦେଇଛି ଜଣେ ଆତଙ୍କବାଦୀ । ଯାହାର ଭିଡିଓ ନିକଟରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି । ତେବେ ଏଥିରେ ସମ୍ପୃକ୍ତ ଆତଙ୍କୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେହି ପ୍ରାଣ ହରାଇନାହାନ୍ତି । ସଂସଦ ନିକଟରେ ସୁରକ୍ଷା ଦାୟିତ୍ବରେ ଥିବା ଦୁଇ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ପାଇଁ ତୁର୍କୀରେ ଆତଙ୍କବାଦୀ ଘୋଷିତ କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟି (PKK) ନିଜକୁ ଦାୟୀ କରିଛି ।

ଆକ୍ରମଣ ବେଳର ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣାକ୍ରମ ଅନୁସାରେ, ଏକ କାରରେ ଦୁଇ ଜଣ ଦୁର୍ବୃତ୍ତ ଆସି ସଂସଦ ଗେଟ ନିକଟରେ ଅଟକୁଛନ୍ତି । ଏହା ପରେ ଜଣେ ଦୁର୍ବୃତ୍ତ କାରରୁ ବାହାରି ସଂସଦ ମଧ୍ୟରୁ ଦୌଡିବାକୁ ଆରମ୍ଭ କରୁଛି । ନିକଟରେ ଥିବା ଲୋକେ ମଧ୍ୟ ଭୟରେ ଧାଇଁ ପଳାଇବାକୁ ପ୍ରୟାସ କରୁଛନ୍ତି । ତେବେ ଗେଟ ନିକଟରେ ଦୁର୍ବୃତ୍ତ ଜଣକ ବିସ୍ଫୋରଣରେ ଉଡିଯାଉଛି । ଘଟଣା ସମ୍ପର୍କରେ ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ କହିବାନୁସାରେ, ବିସ୍ଫୋରଣରେ ଦୁଇ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅନ୍ୟ କେହି ସାଧାରଣ ନାଗରିକ ମୃତାହତ ହୋଇନାହାନ୍ତି ।

ଏହା ମଧ୍ୟ ପଢନ୍ତୁ:- Manipur Students killing: 4 ଉଗ୍ରବାଦୀଙ୍କୁ ଗିରଫ କଲା CBI, ସମସ୍ତଙ୍କୁ ଆସାମ ସ୍ଥାନାନ୍ତର

ଏହି ଆକ୍ରମଣରେ ତୁର୍କୀର ବିଛିନ୍ନତାବାଦୀ ତଥା ସ୍ଥାନୀୟ ସରକାର ଦ୍ବାରା ଆତଙ୍କବାଦୀ ଘୋଷିତ PKK ନିଜକୁ ଦାୟୀ କରିଛି । ଏହି ସଂଗଠନ 1984ରେ ଦକ୍ଷିଣ-ପୂର୍ବ ତୁର୍କୀରେ ସଶସ୍ତ୍ର ବିଦ୍ରୋହ ଆରମ୍ଭ କରିଥିଲା । ଏହି ସଂଗଠନକୁ ତୁର୍କୀ ସରକାର ସମେତ ଏହାର ସହଯୋଗୀ ରାଷ୍ଟ୍ରମାନେ ଆତଙ୍କୀ ସଂଗଠନ ଘୋଷଣା କରିଛନ୍ତି । 1984 ରେ ଦକ୍ଷିଣ ପୂର୍ବ ତୁର୍କୀରେ ସଶସ୍ତ୍ର ସଂଗ୍ରାମ ବେଳେ ପ୍ରାୟ 40,000ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଏ । ଏହା ବ୍ୟାନ ଘୋଷିତ ହେବା ପରେ ମଧ୍ୟ ତୁର୍କୀରେ କ୍ରମାଗତ ହିଂସା ଓ ଆକ୍ରମଣ ପରି ଘଟଣା ଘଟାଇବା ଜାରି ରଖିଛି । ବିସ୍ଫୋରଣ ପରେ ସମ୍ପୂର୍ଣ୍ଣ ସହରରେ ହାଇଆଲର୍ଟ ଜାରି କରାଯାଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆତଙ୍କବାଦୀମାନେ କେଉଁଠୁ, କିପରି ବୋମା ଓ ବିସ୍ଫୋରକ ସହ ସେଠାରେ ପହଞ୍ଚିଲେ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 1, 2023, 11:06 PM IST

ABOUT THE AUTHOR

...view details