ଓଡିଶା

odisha

By

Published : Nov 10, 2022, 1:31 PM IST

ETV Bharat / international

ମାଳଦ୍ୱୀପର ଲଜ୍‌ରେ ଭୟାବହ ଅଗ୍ନିକାଣ୍ଡ, ୯ ଭାରତୀୟ ଜୀବନ୍ତ ଦଗ୍ଧ ସୂଚନା

ମାଳଦ୍ୱୀପର ରାଜଧାନୀରେ ମାଲେର ଏକ ଲଜରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲେ ୭ଜଣ ଭାରତୀୟ । ଅଧିକ ପଢନ୍ତୁ

ମାଳଦ୍ୱୀପର ଲଜ୍‌ରେ ଭୟାବହ ଅଗ୍ନିକାଣ୍ଡ
ମାଳଦ୍ୱୀପର ଲଜ୍‌ରେ ଭୟାବହ ଅଗ୍ନିକାଣ୍ଡ

ମାଲେ: ମାଳଦ୍ବିପରେ ଭୟାବହ ଅଗ୍ନିକାଣ୍ଡ । ଲଜରେ ନିଆଁ ଲାଗି ଜଳିଗଲେ ୯ ଭାରତୀୟ । ମାଳଦ୍ୱୀପର ରାଜଧାନୀ ମାଲେରେ ବିଦେଶୀ ଶ୍ରମିକମାନେ ରହୁଥିବା ଲଜରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା(Fire Swept Through Lodgings of Foreign Workers in Male) । ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତକଙ୍କ ମଧ୍ୟରେ ୯ଜଣ ଭାରତୀୟ ରହିଥିଲେ । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହୀନିକୁ ୪ ଘଣ୍ଟା କସରତ କରିବାକୁ ପଡିଥିଲା ବୋଲି ଜଣେ କର୍ମଚାରୀ ସୂଚନା ଦେଇଛନ୍ତି । ମୃତ ୧୦ ଜଣଙ୍କ ମଧ୍ୟରେ ୯ଜଣ ଭାରତୀୟ ରହିଥିବା ବେଳେ ଜଣେ ବାଂଲାଦେଶର ବୋଲି ସୂଚନା ରହିଛି ।

ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଗତକାଲି ମଧ୍ୟରାତ୍ର ୧୨.୦୫ରେ ନିଆଁ ଲାଗିଯାଇଥିବା ସୂଚନା ରହିଛି । ଗ୍ରାଉଣ୍ଡ ଫ୍ଲୋରେ ଥିବା ଗ୍ୟାରେଜରୁ ପ୍ରଥମେ ନିଆଁ ଲାଗିଥିଲା । ଏହାପରେ ଏହା ଉପର ମହଲାକୁ ବ୍ୟାପିଯାଇଥିଲା । ଉପରମହଲାରେ ଝରକା ନଥିବା କାରଣରୁ ୧୦ଜଣଙ୍କ ମୃତ୍ୟୁ ହୋଇଯାଇଥିବା ନେଇ କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ୨୮ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ,୯ଜଣ ନିଖୋଜ ଥିବା ସୂଚନା ରହିଛି ।

ଏହି ଘଟଣାରେ ମାଳଦ୍ୱୀପରେ ଭାରତୀୟ ଦୂତାବାସ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ଦୂତାବାସର ଅଧିକାରୀମାନେ ମାଳଦ୍ୱୀପ ସରକାରଙ୍କ ସହ ଯୋଗାଯୋଗାରେ ରହିଛନ୍ତି । ଭାରତୀୟ ଅଧିକାରୀଙ୍କ ସହଯୋଗାଯୋଗ କରିବା ପାଇଁ ଦୂତାବାସ ପକ୍ଷରୁ ଗୋଟିଏ ନମ୍ବର ମଧ୍ୟ ଜାରି କରାଯାଇଛି । ଏନେଇ ମାଳଦ୍ୱୀପରେ ଭାରତୀୟ ଦୂତାବାସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ମାଳଦ୍ୱୀପର ରାଜନୈତିକଦଳମାନେ ଏବେ ବିଦେଶୀ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ମାଲେର ୨୫୦,୦୦୦ ଜନସଂଖ୍ୟାର ଅର୍ଦ୍ଧେକ ବିଦେଶୀ ଶ୍ରମଜୀବୀ । ଶ୍ରମିକମାନେ ମୁଖ୍ୟତଃ ବାଂଲାଦେଶ, ଭାରତ, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କାରୁ ‌ଯାଇଥିବା ସୂଚନା ରହିଛି ।

ABOUT THE AUTHOR

...view details