ଓଡିଶା

odisha

ETV Bharat / international

Ukraine Crisis: ଋଷରେ କାରବାର ବନ୍ଦ କରିବ ଟାଟା - ଋଷରେ କାରବାର ବନ୍ଦ କରିବ ଟାଟା

ୟୁକ୍ରେନ ଉପରେ ଆକ୍ରମଣ ପରେ ଗୋଟିଏ ପରେ ଗୋଟିଏ ଦେଶ ଓ କମ୍ପାନୀ ଋଷ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି । ଏପରି ସମୟରେ ଋଷକୁ ବଡ ଝଟକା ଦେଇଛି ଟାଟା କମ୍ପାନୀ । ଅଧିକ ପଢନ୍ତୁ

Ukraine Crisis: ଋଷରେ କାରବାର ବନ୍ଦ କରିବ ଟାଟା
Ukraine Crisis: ଋଷରେ କାରବାର ବନ୍ଦ କରିବ ଟାଟା

By

Published : Apr 21, 2022, 10:36 AM IST

ମସ୍କୋ:ଦିନକୁ ଦିନ ଉଗ୍ର ରୂପ ନେଉଛି ୟୁକ୍ରେନ-ଋଷ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣ ପରେ ଗୋଟିଏ ପରେ ଗୋଟିଏ ଦେଶ ଓ କମ୍ପାନୀ ଋଷ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି । ଏପରି ସମୟରେ ଇନଫୋସିସ ପରେ ଋଷକୁ ବଡ ଝଟକା ଦେଇଛି ଟାଟା କମ୍ପାନୀ। ଋଷରେ ସମସ୍ତ କାରବାର ବନ୍ଦ କରିବ ବୋଲି ଘୋଷଣା କରିଛି ଟାଟା କମ୍ପାନୀ । ଏନେଇ ବୁଧବାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।

ଟାଟା ଷ୍ଟିଲର ଋଷରେ କୌଣସି କର୍ମଚାରୀ ନାହାନ୍ତି । ଋଷ ସହିତ କାରବାର ବନ୍ଦ କରିବା ପାଇଁ ନିଷ୍ପତ୍ତି ବିଚାର କରି ନେଇଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ସୂଚନାଅନୁସାରେ, ଷ୍ଟିଲ ତିଆରି ପାଇଁ ଋଷ ଠାରୁ କୋଇଲା ଆମଦାନୀ କରିଥାଏ । ପାଶ୍ଚାତ୍ୟ ସହଯୋଗୀ ଦେଶ ଭାରତକୁ ଯୁଦ୍ଧ ବିରୋଧରେ ମତ ଦେବାକୁ ଆହ୍ୱାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Ukraine Crisis: ଋଷରେ ସମସ୍ତ ଅଫିସ ବନ୍ଦ କରିବ ଇନଫୋସିସ

ଏହାସହ ଅନେକ ପାଶ୍ଟାତ୍ୟ କମ୍ପାନୀ ଋଷରୁ କାର୍ଯ୍ୟ ବନ୍ଦ କରିଦେଉଥିବା ଜଣାପଡ଼ିଛି । ବର୍ତ୍ତମାନ ଷ୍ଟିଲ ତିଆରି ନିମନ୍ତେ କମ୍ପାନୀର ଭାରତ, ବ୍ରିଟେନ୍‌ ଏବଂ ନେଦରଲ୍ୟାଣ୍ଡର ସମସ୍ତ ଇସ୍ପାତ କାରଖାନାରେ କଞ୍ଚାମାଲ୍‌ର ବିକଳ୍ପର ବ୍ୟବସ୍ଥା କରାଯାଇଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details