ଓଡିଶା

odisha

ETV Bharat / international

ଭୂକମ୍ପ ପୀଡିତଙ୍କୁ ସାହାଯ୍ୟ ପାଇଁ ଆମେରିକାର ସହଯୋଗ ଲୋଡିଲା ଆଫଗାନିସ୍ତାନ

ଗତ ୨୨ ତାରିଖରେ ଆଫଗାନିସ୍ତାନରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ତାଲିବାନକୁ ଦୋହଲାଇ ଦେଇଛି । ଏଭଳି ସ୍ଥିତିରେ ଭୂକମ୍ପରେ ପୀଡିତ ଲୋକମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ଆମେରିକାର ସହଯୋଗ ଲୋଡିଛି ଆଫଗାନିସ୍ତାନ । ଅଧିକ ପଢନ୍ତୁ

By

Published : Jun 26, 2022, 2:29 PM IST

Updated : Jun 26, 2022, 3:02 PM IST

ଭୂକମ୍ପ ପୀଡିତଙ୍କୁ ସାହାଯ୍ୟ ପାଇଁ ଆମେରିକାର ସହଯୋଗ ଲୋଡିଲା ଆଫଗାନିସ୍ତାନ
ଭୂକମ୍ପ ପୀଡିତଙ୍କୁ ସାହାଯ୍ୟ ପାଇଁ ଆମେରିକାର ସହଯୋଗ ଲୋଡିଲା ଆଫଗାନିସ୍ତାନ

କାବୁଲ:ଗତ ୨୨ ତାରିଖରେ ଆଫଗାନିସ୍ତାନରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ତାଲିବାନକୁ ଦୋହଲାଇ ଦେଇଛି । ଏହି ଭୂକମ୍ପରେ ୧୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏବେ ବି ଭଗ୍ମାବଶେଷ ତଳେ ଅନେକ ମୃତଦେହ ଥିବା ସନ୍ଦେହ ଜାରି ରହିଛି । ଏଭଳି ପରିସ୍ଥିତିରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଗଭୀର ସମବେଦନା ଜଣାଇବା ସହ ସହଯୋଗର ହାତ ବଢାଇଥିଲା ।

ବର୍ତ୍ତମାନ ଭୂକମ୍ପରେ ପୀଡିତ ଲୋକମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ଆମେରିକାର ସହଯୋଗ ଲୋଡିଛି ପାକିସ୍ତାନ । ଦେଶର ଅଚଳ କରାଯାଇଥିବା ବିଦେଶୀ ମୁଦ୍ରା ପାଣ୍ଠିକୁ ଖୋଲିବା ଓ ଲଗାଯାଇଥିବା ଆର୍ଥିକ ପ୍ରତିବନ୍ଧକକୁ ଉଠାଇବା ପାଇଁ ଆଫଗାନିସ୍ତାନ ଆମେରିକାକୁ ଅନୁରୋଧ କରିଛି ତାଲିବାନ ।

ଏନେଇ ତାଲିବାନ ବିଦେଶମନ୍ତ୍ରୀ ଅମୀର ଖାନ ମୁତ୍ତାକି ଗତକାଲି(ଶନିବାର) ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏଭଳି ଘଡ଼ସନ୍ଧି ମୁହୂର୍ତ୍ତରେ ଆମେ ଆମେରିକାକୁ ଅନୁରୋଧ କରୁଛୁ ଯେ ଅଚଳ କରାଯାଇଛି ବା ସମ୍ପତ୍ତିକୁ ପୁଣିଥରେ ମୁକ୍ତ କରାଯାଉ । ତା’ ସହ ଆଫଗାନିସ୍ତାନ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଉଠାଯାଉ । ଯାହାଦ୍ୱାରା ଆମେ ଲୋକଙ୍କ ପାଖରେ ସହଯୋଗ ପଠାଇପାରିବୁ।” ଫେବ୍ରୁଆରୀରେ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର ଅଧା ସମ୍ପତ୍ତି ୭ ବିଲିୟନ ଆମେରିକୀୟ ଡଲାର ଛାଡ଼ କରିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦସ୍ତଖତ କରିଥିଲେ।

ଆଫଗାନିସ୍ତାନରେ ପ୍ରଭାବିତ ଲୋକମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ 30,000MT ଗହମ, 13 ଟନ୍ ଔଷଧ, 500,000 ଡୋଜ COVID-19 ଟିକା ଏବଂ ଶୀତକାଳୀନ ପୋଷାକ ସହାୟତା ପଠାଇଛି । ଏହି ସହାୟତା ସାମଗ୍ରୀକୁ ଇନ୍ଦିରା ଗାନ୍ଧୀ ଶିଶୁ ହସ୍ପିଟାଲ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଏବଂ ମିଳିତ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (UNWFP) ଭଳି ଜାତିସଂଘର ସ୍ବତନ୍ତ୍ର ଏଜେନ୍ସିକୁ ହସ୍ତାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ୟୁଏନଏସସିରେ ଆଫଗାନିସ୍ତାନ ଭୂକମ୍ପ ପୀଡିତଙ୍କ ପ୍ରତି ଭାରତର ଦୁଃଖ ପ୍ରକାଶ

ସୂଚନାଅନୁସାରେ, ଆଫଗାନିସ୍ତାନରେ ଗତ ୨୨ ତାରିଖରେ ୬.୧ ତୀବ୍ରତାର ଭୂକମ୍ପ ହୋଇଥିଲା । ଏଥିରେ ବିଶେଷ କରି ଆଫଗାନିସ୍ତାନର ଦକ୍ଷିଣ-ପୂର୍ବ ଅଞ୍ଚଳ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳୀ ଦକ୍ଷିଣ-ପୂର୍ବ ଆଫଗାନିସ୍ତାନର ଖୋଷ୍ଟ ସହରରୁ ୪୪କିମି ଦୂରରେ ରହିଥିବା ମଧ୍ୟ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ 1 ହଜାର ଆଫଗାନିସ୍ତାନବାସୀ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇସାରିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ ।

Last Updated : Jun 26, 2022, 3:02 PM IST

ABOUT THE AUTHOR

...view details