କାବୁଲ:ଆଫଗାନିସ୍ତାନରେ ଅସରଫ ଘନି ସରକାରକୁ ଗାଦିଚ୍ଯୁତ କରି କ୍ଷମତା ହାତେଇବାର ଏକବର୍ଷ ପୂର୍ତ୍ତି ପାଳନ କରୁଛି ତାଲିବାନ (Taliban rules completes one year)। ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଅସରଫ ଘନି ତାଲିବାନ ଆକ୍ରମଣ ଭୟରେ ଦେଶ ଛାଡି ପଳାୟନ କରିଥିଲେ । ଏହାପରେ ରାଜଧାନୀ କାବୁଲ ଅକ୍ତିକାର କରିବା ସହ ସମଗ୍ର ଆଫଗାନିସ୍ତାନର କ୍ଷମତା ତାଲିବାନ ହାତକୁ ଆସିଥିଲା । ଆମେରିକା ମଧ୍ୟ ଗତ 20 ବର୍ଷର ସାମରିକ ମିଶନ ଶେଷ କରି ସୈନ୍ୟ ପ୍ରତ୍ୟାହାର କରିଥିଲା । 2021 ଆଜିର ଦିନରେ (ଅଗଷ୍ଟ-31) ଆମେରିକା ସୈନ୍ୟ ସମ୍ପୂର୍ଣ୍ଣ ଭାବେ ତାଲିବାନରୁ ପ୍ରତ୍ୟାହୃତ ହୋଇଥିବା ବେଳେ ବିଧିବଦ୍ଧ ଭାବେ ତାଲିବାନୀ ଶାସନ ଆରମ୍ଭ ହୋଇଥିଲା । ଆଜି ଶାସନର ଏକ ବର୍ଷ ପୂର୍ତ୍ତି ପାଳନ କରୁଛି ତାଲିବାନ ।
ଆମେରିକା ସେନାର କବ୍ଜାରେ ଥିବା ଆଫଗାନିସ୍ତାନର ବାଗରମ ଏୟାରବେସରେ ଉତ୍ସବ ପାଳନ କରୁଛି ତାଲିବାନ । ଏହି ଏୟାରବେସ ଆଫାଗାନିସ୍ତାନର ଏକ ପ୍ରମୁଖ ଏୟାରବେସ ମଧ୍ଯ । ଆଜି ସେଠାରେ ତାଲିବାନୀ ନେତା, ତାଲିବାନ ଫୋର୍ସର କମାଣ୍ଡର ଓ ଯୋଦ୍ଧାମାନେ ଏକତ୍ରୀତ ହୋଇ ଉତ୍ସବ ପାଳନ କରୁଛନ୍ତି । ସେଠାରେ ଆଫଗାନିସ୍ତାନ ସେନା ଦ୍ବାରା କରାଯାଇଥିବା ଫ୍ଲାଗମାର୍ଚ୍ଚର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତାଲିବାନ ଯୋଦ୍ଧାମାନେ ନିଜ ପତାକା ଓ ୟୁନିଫର୍ମରେ ପରେଡ ମଧ୍ୟ କରିଛନ୍ତି । ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ତାଲିବାନ ପ୍ରବକ୍ତା ହାଜିବୁଲା ମୁଜାହିଦ" Zabihullah Mujahid’’ ଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଦେଶୀ ଫୋର୍ସ ଆଫାଗାନିସ୍ତାନ ଛାଡିବାର ଏକ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ଆଜିର ଦିନକୁ ମଧ୍ୟ ତାଲିବାନ ଜାତୀୟ ଛୁଟି ଘୋଷଣା କରିଛି । ଏହି କାର୍ଯ୍ୟକ୍ରମରେ ତାଲିବାନ ସେନା ପରେଡ ମଧ୍ୟ ପ୍ରଦର୍ଶନ କରିଛି ।