ଓଡିଶା

odisha

By

Published : Dec 21, 2022, 11:06 AM IST

ETV Bharat / international

ତାଲିବାନର ନୂଆ କଟକଣା, ବିଶ୍ବ ବିଦ୍ୟାଳୟରେ ପଢିପାରିବେନି ମହିଳା

ମହିଳାମାନଙ୍କ ବିଶ୍ବ ବିଦ୍ୟାଳୟ ଶିକ୍ଷାରେ କଟକଣା ଲଗାଇଲେ ତାଲିବାନ ସରକାର । ବିଶ୍ବ ବିଦ୍ୟାଳୟରେ ପାଠ ପଢିପାରିବେନି ମହିଳା । ଅଧିକ ପଢନ୍ତୁ

ଆଫଗାନିସ୍ତାନରେ ଝିଅଙ୍କ ବିଶ୍ବ ବିଦ୍ୟାଳୟ ଶିକ୍ଷା ଉପରେ କଟକଣା
ଆଫଗାନିସ୍ତାନରେ ଝିଅଙ୍କ ବିଶ୍ବ ବିଦ୍ୟାଳୟ ଶିକ୍ଷା ଉପରେ କଟକଣା

କାବୁଲ:ମହିଳାଙ୍କ ପାଇଁ ନର୍କ ପାଲଟିଛି ଆଫଗାନିସ୍ତାନ । ତାଲିବାନର କବ୍‌ଜା ପରେ ଆଫଗାନିସ୍ତାନରେ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି । ପାଠପଢା ଠାରୁ ଆରମ୍ଭ କରି ବାହାରକୁ ଗୋଡ କାଢିବା ଉପରେ କଟକଣା ଲାଗିଛି । ଏହାର ଉଲ୍ଲଙ୍ଘନ ଫଳରେ ଅକଥନୀୟ ନିର୍ଯାତନାର ଶିକାର ହେବାକୁ ପଡୁଛି । ଏସବୁ ଭିତରେ ତାଲିବାନ ଶାସନର ଆଉ ଏକ ମହିଳା ବିରୋଧି କୁତ୍ସିତ ଚେହେରା ସାମ୍ନାକୁ ଆସିଛି । ଏଠାରେ ଏବେ ଝିଅମାନଙ୍କୁ ବିଶ୍ବ ବିଦ୍ୟାଳୟରେ ପାଠ ପଢିବାକୁ ବାରଣ କରାଯାଇଛି (Taliban Bans University Education For Afghan Girls)। ମହିଳାଙ୍କ ବିଶ୍ବବିଦ୍ୟାଳୟ ଶିକ୍ଷା ଉପରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ କଟକଣା ଲଗାଇଛନ୍ତି ତାଲିବାନ ସରକାର ।

ଆଫଗାନିସ୍ତାନରେ ଝିଅମାନଙ୍କ ବିଶ୍ବବିଦ୍ୟାଳୟ ଶିକ୍ଷା ଉପରେ ନିଷେଧାଦେଶ ଜାରି ହୋଇଛି । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ନେଦା ମହମ୍ମଦ ନଦୀମ(Neda Mohammad Nadeem) ସମସ୍ତ ସରକାରୀ ଘରୋଇ ବିଶ୍ବବିଦ୍ୟାଳୟଗୁଡିକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷେଧାଦେଶ ପତ୍ରକୁ ଟ୍ବିଟ୍ କରିଥିବା ମନ୍ତ୍ରଣାଳୟର ମୁଖପାତ୍ର ଜିୟାଉଲ୍ଲା ହାଶିମ୍ (Ziaullah Hashimi, spokesman for ministry ) ନ୍ୟୁଜ ଏଜେନ୍ସି ଫ୍ରାନ୍ସ ପ୍ରେସ୍‌କୁ ଏହି ନିଷେଧାଦେଶ ସତ ବୋଲି ସ୍ପଷ୍ଟ କରିଛନ୍ତି(Afghan women ban from university education) । ଗତକାଲି(ମଙ୍ଗଳବାର) ଠାରୁ ଏହି କଟକଣା ଲାଗୁ ହୋଇଛି । ତେବେ ଦେଶର ହଜାର ହଜାର ଛାତ୍ରୀ ବିଶ୍ବବିଦ୍ୟାଳୟ ପ୍ରବେଶ ପରୀକ୍ଷା ଦେବାର ତିନି ମାସ ପୁରି ନଥିବାବେଳେ ଏହି କଟକଣା ଲାଗୁ ହୋଇଛି । ଯାହାଫଳରେ ଏବେ ସେମାନଙ୍କର ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି । ପୂର୍ବରୁ ଦେଶରେ ମହିଳା ଓ ପୁରୁଷ ଗୋଟିଏ ଶ୍ରେଣୀରେ ବସି ପାଠ ପଢିବା ଉପରେ କଟକଣା ଲାଗୁ ହୋଇଥିଲା । ଝିଅମାନଙ୍କୁ କେବଳ ମହିଳା ପ୍ରଫେସର କିମ୍ବା ବୃଦ୍ଧ ପ୍ରଫେସର ପଢାଇବା ପାଇଁ ଅନୁମତି ରହିଥିଲା ।

ଏହାମଧ୍ୟ ପଢନ୍ତୁ: ଚୀନରେ ସାଙ୍ଘାତିକ କୋରୋନା ସ୍ଥିତି: ଜିନୋମ ସିକ୍ବେନ୍ସିଂ ପାଇଁ ନିର୍ଦ୍ଦେଶ, ଆଜି ସମୀକ୍ଷା କରିବେ ସ୍ବାସ୍ଥ୍ୟମନ୍ତ୍ରୀ

ଆଫଗାନିସ୍ତାନର ଜଣେ ୫୨ ବର୍ଷୀୟା ଅଧ୍ୟାପିକା ନିଜ ନାମକୁ ଗୋପନ ରଖି କହିଛନ୍ତି ଯେ, ''ଏହି କଟକଣା ପରେ ଛାତ୍ରୀମାନେ ନିଜ ଭବିଷ୍ୟତକୁ ନେଇ ବ୍ୟାକୁଳ ହୋଇପଡିଛନ୍ତି । ଏପରି ସ୍ଥିତିରେ ସେମାନଙ୍କୁ କେମିତି ବୁଝାଇବି ତାହା ମୁଁ ଜାଣିପାରୁନି । ଅନେକ ଛାତ୍ରୀ ଦେଶର ଦୂର ସ୍ଥାନରୁ କାବୁଲ ଆସି ଏଠାରେ ପ୍ରତିଷ୍ଠିତ ବିଶ୍ବ ବିଦ୍ୟାଳୟରେ ଆଡମିଶନ ପାଇଛନ୍ତି । ହେଲେ ଆଜି ସେମାନଙ୍କର ସବୁ ସ୍ବପ୍ନ ଭାଙ୍ଗି ଚୁର୍‌ମାର୍ ହୋଇଯାଇଛି ।''

୧୯୯୦ରେ ଯେତେବେଳେ ତାଲିବାନୀ ଦେଶରେ କବ୍‌ଜା କରିଥିଲେ ସେତେବେଳେ ଏହି ଅଧ୍ୟାପିକା ବିଶ୍ବ ବିଦ୍ୟାଳୟରେ ପଢୁଥିଲେ । ସେହି ସମୟରେ ସେ ଅନେକ ବର୍ଷ ଯାଏଁ ଶିକ୍ଷାରୁ ବଞ୍ଚିତ ରହିଥିଲେ । ତେଣୁ ଏବେ ଛାତ୍ରୀମାନଙ୍କ ମାନସିକ ସ୍ଥିତି କ'ଣ ତାହା ସେ ଭଲ ଭାବେ ବୁଝିପାରୁଛନ୍ତି ବୋଲି କହିଛନ୍ତି । ଆହୁରିମଧ୍ୟ ସେ କହିଛନ୍ତି ଯେ, ତାଲିବାନ ପୁଣିଥରେ କାବୁଲ ଦଖଲ କରିବା ପରେ ଝିଅମାନଙ୍କ ବିଶ୍ବ ବିଦ୍ୟାଳୟ ପାଠପଢା ବନ୍ଦ କରିଦିଆଯିବ ବୋଲି ସେ ଜାଣିଥିଲେ । ଏବେ ଏହି ଦୁର୍ଦ୍ଦିନ ଆସିଯାଇଛି ।

For All Latest Updates

ABOUT THE AUTHOR

...view details