କାବୁଲ୍:ଆଫଗାନିସ୍ତାନର କାବୁଲ୍ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ କିଛି ଦର୍ଶକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣ ପରେ ସମସ୍ତ କ୍ରିକେଟର ଓ ଅଫିସିଆଲ୍ଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।
କାବୁଲ୍ କ୍ରିକେଟ ଷ୍ଟାଡିୟମରେ ଆତ୍ମଘାତୀ ବିସ୍ଫୋରଣ, ବଙ୍କରରେ ଲୁଚିଲେ ଖେଳାଳି - Kabul Bomb blast news
ଆଫଗାନିସ୍ତାନର କାବୁଲ୍ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆତ୍ମଘାତୀ ବିସ୍ଫୋରଣ । ଏହି ବିସ୍ଫୋରଣରେ କିଛି ଦର୍ଶକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ
ବର୍ତ୍ତମାନ କାବୁଲ୍ରେ ସ୍ପାଗିଜା କ୍ରିକେଟ ଲିଗ୍ ଜାରି ରହିଛି । ଏହି କ୍ରମରେ ଆଜି କାବୁଲ୍ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଉଥିଲା । ମ୍ୟାଚ୍ ଦେଖିବାକୁ ଏଠାରେ ଅନେକ ଦର୍ଶକ ପହଞ୍ଚିଥିଲେ । ଏହି ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ କିଛି ଦର୍ଶକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଦର୍ଶକ ଆହତ ହୋଇଛନ୍ତି ।
ବିସ୍ଫୋରଣ ହେବା କ୍ଷଣି ସମସ୍ତ ଖେଳାଳି ଏକ ବଙ୍କର ଭିତରେ ପଶି ଜୀବନ ରକ୍ଷା କରିଥିଲେ । ଶୁକ୍ରବାର ଲିଗ୍ରେ ବନ୍ଦ-ଏ-ଆମିର ଡ୍ରାଗନ୍ ଓ ପାମିର ଜାଲମି ମଧ୍ୟରେ ମ୍ୟାଚ ଖେଳାଯାଉଥିଲା । ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ଜାତିସଂଘର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ । ଏଠାରେ IPL ଢାଞ୍ଚାରେ ସ୍ପାଗିଜା କ୍ରିକେଟ ଲିଗ୍ ଆରମ୍ଭ ହୋଇଛି । ଏହି ବିସ୍ଫୋରଣ ଇସ୍ଲାମିକ ଷ୍ଟେଟ୍ Islamic State (IS) ପକ୍ଷରୁ କରାଯାଇଥିବା କୁହାଯାଉଛି । ଏହି ସଂଗଠନ ଲଗାତାର ତାଲିବାନକୁ ବିରୋଧ କରି ଆସୁଛି ।