ଓଡିଶା

odisha

ETV Bharat / international

Sudan Fighting: ଅଶାନ୍ତ ସୁଦାନଙ୍କୁ ଫେରିବ ଶାନ୍ତି, ୭ଦିନ ଯୁଦ୍ଧ ବିରତି ନେଇ ସହମତି - ସୁଦାନରେ ଯୁଦ୍ଧ ବିରତି

୭ଦିନ ଯୁଦ୍ଧ ବିରତି ପାଇଁ ସେନା ଓ ଅର୍ଦ୍ଧ ସାମରିକ ବାହିନୀର ସହମତି । ଆସନ୍ତା ୪ରୁ ହେବ ଲାଗୁ । ଅଧିକ ପଢନ୍ତୁ

Sudan Fighting
Sudan Fighting

By

Published : May 3, 2023, 7:59 AM IST

ଖାର୍ତ୍ତୋମ:ମଧ୍ୟ-ଆଫ୍ରିକୀୟ ଦେଶ ସୁଦାନରେ ଦେଶର ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ରାଜଧାନୀ ଖାର୍ତ୍ତୋମରେ ସଂଘର୍ଷ ଜାରି ରହିଛି । ଫଳରେ ୪୦୦ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ଅନେକ ଲୋକ ଦେଶ ଛାଡିବା ପାଇଁ ବାଧ୍ୟ ହୋଇଛନ୍ତି । ଏହାରି ଭିତରେ ଦକ୍ଷିଣ ସୁଦାନ ସରକାର ସାତ ଦିନିଆ ଯୁଦ୍ଧ ବିରତି ପାଇଁ ସହମତି ପ୍ରକାଶ କରିଛନ୍ତି । ଆସନ୍ତା ୪ ତାରିଖରୁ ୧୧ ତାରିଖ ଯାଏଁ ଯୁଦ୍ଧ ବିରତି ଘୋଷଣା କରାଯାଇଛି । ଏନେଇ ଦକ୍ଷିଣ ସୁଦାନର ବୈଦେଶିକ ମନ୍ତ୍ରାଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏକ ରିପୋର୍ଟରେ କୁହାଯାଇଛି ଯେ, ଜେନେରାଲ୍ ଅବଦେଲ ଫତାହ ଅଲ ବୁରହାନ, ସାର୍ବଭୌମ ପରିଷଦର ଚେୟାରମ୍ୟାନ୍, ଏସଏଏଫର ଚିଫ କମାଣ୍ଡର ଏବଂ ଆରଏସଏଫର ଜେନେରାଲ ମହମ୍ମଦ ହାମଦାନ ଡାଗାଲୋ ନେତା ପ୍ରମୁଖ ସାତଦିନ ଯୁଦ୍ଧ ବିରତି ପାଇଁ ସହମତି ପ୍ରକାଶ କରିଛନ୍ତି । ଆସନ୍ତା ୪ରୁ ୧୧ ତାରିଖ ଯାଏଁ ଏହି ଚୁକ୍ତ ହୋଇଥିବା ବେଳେ କୌଣସି ପ୍ରକାପ ସଂଘର୍ଷ ହେବ ନାହିଁ । ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ଲାଗିରହିଥିବା ଯୁଦ୍ଧରେ ସୁଦାନରେ ରକ୍ତପାତ ହେଉଥିବା ବେଳେ ଏହି ଖବର ସାମ୍ନାକୁ ଆସିଛି । ଏହା ଏକ ପ୍ରକାର ଆଶ୍ବସ୍ତିର ବିଷୟ କୁହାଯାଇପାରେ ।

ରାଷ୍ଟ୍ରପତି ସାଲଭା କିର ଆଇଜିଏଡି ବିଧାନସଭାର ମୁଖ୍ୟ ରହିଛନ୍ତି । ତାଙ୍କୁ ସୁଦାନ ନେତାଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି । କାର୍ଯ୍ୟ ନିର୍ବାହୀ ମନ୍ତ୍ରୀ ଯୁଦ୍ଧ ବିରତି ପାଇଁ ଇଜିପ୍ଟ, ଉଗାଣ୍ଡା, କେନିଆ ଏବଂ କାନାଡାର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସହ ମାନବୀୟ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଏହାରି ଭିତରେ ଫସିରହିଥିବା ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି ।

ପ୍ରକାଶଥାଉକି, ସାମରିକ ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଯୋଗୁଁ ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ସୂଚନା ଅନୁସାରେ ଏହି ସଂଘର୍ଷରେ ଏଯାବତ୍ 400ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । 3500ରୁ ଅଧିକ ଆହତ ହୋଇଛନ୍ତି । ଏହାରି ଭିତରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଆରମ୍ଭ ହୋଇଛି । ଏବେ ସୁଦ୍ଧା ଅଢେଇ ହଜାରରୁ ଅଧିକ ଭାରତୀୟ ଉଦ୍ଧାର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details