ଓଡିଶା

odisha

ETV Bharat / international

ପାପୁଆ ନିଉ ଗିନିରେ ବଡ ଧରଣର ଭୂମିକମ୍ପ, ତୀବ୍ରତା ୬.୫ ରେକର୍ଡ

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ପାପୁଆ ନିଉ ଗିନି । ରିକ୍ଟର ସ୍କେଲରେ ତୀବ୍ରତା ୬.୫ ରେକର୍ଡ । ଅଧିକ ପଢନ୍ତୁ

By

Published : Feb 26, 2023, 7:38 AM IST

earthquake
earthquake

ପୋର୍ଟ ମୋରେସବାଏ: ପାପୁଆ ନିଉ ଗିନିରେ ଶକ୍ତିଶାଳୀ ଭୂକମ୍ପ ଝଟକା । ଭୂକମ୍ପରେ ଥରି ଉଠିଲା ପାପୁଆ ନିଉ ଗିନି ମାଟି । ଗତକାଲି(ଶନିବାର) ବିଳମ୍ବିତ ରାତିରେ ଏହି ଭୂକମ୍ପ ହୋଇଥିବା ଜଣାପଡିଛି । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ରବିବାର ଭୋର ୩.୧୩ ମିନିଟରେ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ପାପୁଆ ନିଉ ଗିନିର ନ୍ୟୁ ବ୍ରିଟେନ ରିଜନରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ରେକର୍ଡ କରାଯାଇଛି । ଏହାସହ ଗଭୀରତା ୬୫ କିମି ରେକର୍ଡ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ସୁନାମୀ କିମ୍ବା କ୍ଷୟକ୍ଷତି ନେଇ କୌଣସି ଆକଳନ କରାଯାଇ ନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ସେପ୍ଟେମ୍ବର ୧୧ ତାରିଖରେ ହୋଇଥିବା ଭୟଙ୍କର ଭୂକମ୍ପ: ପୂର୍ବାଞ୍ଚଳ ପାପୁଆ ନିଉ ଗିନିରେ ଗତ ୧୧ ତାରିଖ ସକାଳ ୬ଟା ୪୬ ମିନିଟ୍ ସମୟରେ ଶକ୍ତିଶାଳୀ ଭୂକମ୍ପ ସଂଗଠିତ ହୋଇଥିଲା । ରିକ୍ଟର ସ୍କେଲର ଏହାର ତୀବ୍ରତା ୭.୬ ରେକର୍ଡ କରାଯାଇଥିଲା । ଭୂମିକମ୍ପ ପରେ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୁନାମୀ ଆଲର୍ଟ ଜାରି କରାଯାଇଥିଲା । ଭୂକମ୍ପ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିଲା । ବିଲ୍ଡିଂଗୁଡିକ ସହ ରାସ୍ତାଘାଟରେ ମଧ୍ୟ ଫାଟ ସୃଷ୍ଟି ହୋଇଥିଲା । ଉପକୂଳବର୍ତ୍ତୀ ମଦଙ୍ଗର ସହରରେ କିଛି ଘରଦ୍ବାର ଭାଙ୍ଗି ଯାଇଥିବା ସହ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିଲା । ଭୂକମ୍ପର ତୀବ୍ରତା ଏତେ ଅଧିକ ଯେ ଘରଦ୍ବାର ସବୁ ଦୋହଲିବାକୁ ଲାଗିଥିଲେ । ଏଥିରେ ଭୟଭୀତ ହୋଇ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ । କିଛି ସମୟ ପରେ ଘରଦ୍ବାରରେ ଫାଟ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: Pakistan Economic Crisis: ଦେବାଳିଆ ସ୍ଥିତିରେ ପାକିସ୍ତାନ, ତଥାପି ଯାଇନି କାଶ୍ମୀର ଲୋଭ

୨୦୦୪ରେ ହୋଇଥିଲା ବିନାଶକାରୀ ଭୂକମ୍ପ:ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର 'ରିଙ୍ଗ ଅଫ୍ ଫାୟାର'ମଧ୍ୟରେ ଆସୁଥିବା ପାପୁଆ ନିଉ ଗିନିରେ ଅନେକ ସମୟରେ ଭୂକମ୍ପ ଆସିଥାଏ । ୨୦୦୪ ମସିହାରେ ପାପୁଆ ନିଉ ଗିନିର ପଡୋଶୀ ଇଣ୍ଡୋନେସିଆରେ ସବୁଠୁ ଭୟଙ୍କର ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ୯.୧ ରେକର୍ଡ ହୋଇଥିଲା । ଭୟଙ୍କର ଭୂକମ୍ପ ଯୋଗୁଁ ସୁନାମୀ ଆସିଥିଲା । ଫଳରେ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ପ୍ରକାଶଥାଉକି, ଶନିବାର ବିଳମ୍ବିତ ରାତି ପ୍ରାୟ ୨.୧୪ ମିନିଟ ସମୟରେ ଆଫଗାନିସ୍ତାନର ଫୟାଜାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୪.୩ ରହିଥିବା ବେଳେ ଗଭୀରତା ୧୮୦ କିମି ରିକର୍ଡ କରାଯାଇଥିଲା । ଏହାର ଅକ୍ଷାଂଶ ୩୮.୧୦ ଏବଂ ଦ୍ରାଘିମା ୭୩.୩୯ ରେକର୍ଡ କରାଯାଇଛି ।

ABOUT THE AUTHOR

...view details