ଓଡିଶା

odisha

ETV Bharat / international

Pakistan food crisis: ଖାଦ୍ୟ ବଣ୍ଟନ ବେଳେ ଦଳାଚକଟା, ୧୧ ମୃତ

ଖାଦ୍ୟ ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନରେ ରମଜାନରେ ସ୍ଥିତି ଆହୁରି ଭୟଙ୍କର ହୋଇପଡ଼ିଛି । ଖାଦ୍ୟ ବଣ୍ଟନ ବେଳେ ଦଳାଚକଟାରେ ଅକାଳରେ ଯାଇଛି ୧୧ ଜଣଙ୍କର ଜୀବନ । ଅଧିକ ପଢନ୍ତୁ

Pakistan food crisis
Pakistan food crisis

By

Published : Mar 31, 2023, 11:00 PM IST

ଇସଲାମବାଦ:ଭୟଙ୍କର ଆର୍ଥିକ ସ୍ଥିତି ଦେଇ ଗତି କରୁଛି ପଡୋଶୀ ଦେଶ ପାକିସ୍ତାନ । ଦିନକୁ ଦିନ ଖାଦ୍ୟ ସଙ୍କଟ ସହ ଅଧିକ କରୁଛି ସଂଘର୍ଷ । ସ୍ଥିତି ଏପରି ହୋଇଛି ଯେ ଲୋକେ ଓଳିଏ ଖାଇଲେ ଆର ଓଳିକୁ ଉପାସ । ଏଭଳି ସ୍ଥିତିରେ ଇସଲାମିକ ଧର୍ମର ପବିତ୍ର ମାସ ରମଜାନରେ ସ୍ଥିତି ଆହୁରି ଗମ୍ଭୀର ହୋଇଛି । ଦେଶର ପୋର୍ଟ ସିଟି କରାଚିରେ ଏକ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ଲୋକଙ୍କୁ ଖାଦ୍ୟ ବଣ୍ଟାଯାଉଥିବା ବେଳେ ସୃଷ୍ଟି ହୋଇଛି ଦଳାଚକଟା ପରିସ୍ଥିତି । ଯେଉଁଥିରେ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ସାମିଲ ରହିଥିବା ଜଣାପଡି଼ଛି । କିଛି ଲୋକ ଅଜାଣତରେ ଆଗକୁ ଠେଲାପେଲା ହୋଇ ମାଡ଼ି ଆସିବା ଫଳରେ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ଏଭଳି ଅଘଟଣ ଘଟିଛି । ଏହି ସମୟରେ ଠେଲାପେଲା ମଧ୍ୟରେ କିଛି ଲୋକ ତଳେ ପଡ଼ିଯାଇଥିଲେ । ଏହାପରେ ତାଙ୍କ ଉପରେ ଲୋକ ଚଢିଯିବାରୁ ଅଣନିଶ୍ବାସୀ ହୋଇ କିଛି ଲୋକଙ୍କ ଜୀବନ ଯାଇଛଇ । ସେପଟେ କିଛି ଲୋକ ଡ୍ରେନରେ ପଡ଼ିଯାଇଥିବା ମଧ୍ୟ ପୋଲିସ କହିଛି । ମହିଳା, ଶିଶୁଙ୍କ ସମେତ ୧୧ ଜଣଙ୍କର ଅକାଳରେ ପ୍ରାଣହାନି ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ-ପୃଥିବୀରେ ଆଉ କେହି ମରିବେନି ! ଏହି ଟେକ୍ନୋଲୋଜି ସାହାଯ୍ୟରେ ଅମର ହୋଇଯିବ ମଣିଷ

ମିଳିଥିବା ସୂଚନା ଅନୁସାରେ କରାଚିର ଫ୍ୟାକ୍ଟ୍ରି ବ୍ୟବସାୟୀ ହାଶମି ରମଜାନ ଅବସରରେ ଖାଦ୍ୟ ବଣ୍ଟନ କରୁଥିଲେ । ଏନେଇ ସେ ପୋଲିସକୁ ମଧ୍ୟ ପୂର୍ବରୁ ସୂଚିତ କରିନଥିଲେ । ଖାଦ୍ୟ ବଣ୍ଟନ ବେଳେ ହଠାତ ଶହଶହ ଲୋକେ ଖାଦ୍ୟ ନେବା ଲାଗି ପରସ୍ପରକୁ ଧକ୍କା ଦେଇଥିଲେ । ଏହି ସମୟରେ କିଛି ତଳେ ପଡ଼ିଯାଇଥିଲେ । ଅନ୍ୟପଟେ କିଛି ମହିଳା ଓ ଶିଶୁ ଡ୍ରେନରେ ପଡ଼ିଯାଇଥିଲେ । ଡ୍ରେନ ନିକଟରେ ଏକ କାନ୍ଥ ମଧ୍ୟ ଭୁଶୁଡ଼ିପଡ଼ିଥିଲା । ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଗଣମାଧ୍ୟମ ସଂସ୍ଥାର ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ୮ ଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି ।

ଏହି ଘଟଣାରେ ତଦନ୍ତ କରିବା ଲାଗି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ନିର୍ଦ୍ଦେଶ ଦେଇଛନ୍ତି । ରମଜାନ ଯୋଗୁଁ ମୁସଲିମ ଧର୍ମାବଲମ୍ବୀମାନେ ଗତ ସପ୍ତାହରୁ ଉପବାସ ଆରମ୍ଭ କରିଛନ୍ତି । ସେପଟେ ଏଭଳି ଅଘଟଣ ଘଟିବା ପରେ ଏ ନେଇ ଦୁଃଖ ପ୍ରକାଶ ମଧ୍ୟ କରାଯାଇଛି । ଗତ ସପ୍ତାହରେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ଖାଦ୍ୟ ବଣ୍ଟନ କେନ୍ଦ୍ରରେ ଦଳାଚକଟା ଭଳି ସ୍ଥିତି ଉପୁଜିଥିଲା । ତେବେ ଏହି ୧୧ ଜଣ ମୃତକଙ୍କ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି ।

ABOUT THE AUTHOR

...view details