ଓଡିଶା

odisha

By

Published : Jul 11, 2022, 11:22 AM IST

ETV Bharat / international

ଆସନ୍ତା 13ରେ ଇସ୍ତଫା ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ କଲେ ଅବଗତ

ଆନ୍ଦୋଳନ ଓ ଚାପ ମଧ୍ୟରେ ଇସ୍ତଫା ଦେବା ନେଇ ଘୋଷଣା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି । 13 ତାରିଖରେ ଇସ୍ତଫା ଦେବା ନେଇ ଔପଚାରିକ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ଇସ୍ତଫା ଘୋଷଣା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି
ଇସ୍ତଫା ଘୋଷଣା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲୋମ୍ବୋ:ପ୍ରତିବାଦକାରୀଙ୍କ ପ୍ରବଳ ଚାପ ଆଗରେ ନଇଁବାକୁ ବାଧ୍ୟ ହୋଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକସେ । ସେ ନିଜ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ଏନେଇ ସେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେଙ୍କୁ ଅବଗତ କରିଥିବା ସୂଚନା ମିିଳିଛି । ଆସନ୍ତା 13 ତାରିଖରେ ସେ ପଦ ଛାଡିବା ନେଇ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା କଲୋମ୍ବୋ ଗେଜେଟ ପକ୍ଷରୁ ଖବର ପ୍ରସାରିତ ହୋଇଛି ।

ରାଷ୍ଟ୍ରପତି ଗୋଟୋବାୟାଙ୍କ ଆତ୍ମଗୋପନ ପରେ ତାଙ୍କ ସରକାରୀ ବାସବଭନ ସମେତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ଅନ୍ୟ ପ୍ରମୁଖ ସରକାରୀ ଅଫିସଗୁଡିକ ଏବେ ଆନ୍ଦୋଳନକାରୀଙ୍କ କବଜାରେ ରହିଛି । ସେନା ବାରମ୍ବାର ଉକ୍ତ ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଭୁକ୍ଷେପ କରୁନାହାନ୍ତି ଆନ୍ଦୋଳନକାରୀ । ରାଷ୍ଟ୍ରପତି ପଦ ଛାଡିବା ପରେ ସେମାନେ ରାଷ୍ଟ୍ରପତି ଭବନ ଖାଲି କରିବା ନେଇ ମଧ୍ୟ ଆନ୍ଦଳନକାରୀ ଚେତାବନୀ ଦେଇଛନ୍ତି ।

ତେବେ ବିଗୁଡୁଥିବା ସ୍ଥିତି ଓ ଚାପକୁ ଦେଖି ଆତ୍ମଗୋପନ କରିଥିବା ରାଷ୍ଟ୍ରପତି ନିଜ ଇସ୍ତଫା ଘୋଷଣା କରିଛନ୍ତି । 13 ତାରିଖରେ ସେ ସାର୍ବଜନୀନ ଭାବେ ଇସ୍ତଫା ଦେବେ । ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ଅନ୍ୟ କିଛି ବରିଷ୍ଠ ରାଜନେତା କେଉଁ ଠାରେ ରହିଛନ୍ତି ତାହା ସ୍ପଷ୍ଟ କରାଯାଉନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details