ଓଡିଶା

odisha

ETV Bharat / international

Sri Lanka Crisis: ଶ୍ରୀଲଙ୍କାରେ ପୁଣି ଜରୁରୀ ପରିସ୍ଥିତି - ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି

ସୁଧୁରୁନି ଶ୍ରୀଲଙ୍କା ଦୁର୍ଦ୍ଦଶା । ଦେଶରେ ପୁଣି ଲାଗୁ ହେଲା ଜରୁରୀ ପରିସ୍ଥିତି । ଅଧିକ ପଢନ୍ତୁ

Sri Lanka Crisis: ଶ୍ରୀଲଙ୍କାରେ ପୁଣି ଜରୁରୀ ପରିସ୍ଥିତି
Sri Lanka Crisis: ଶ୍ରୀଲଙ୍କାରେ ପୁଣି ଜରୁରୀ ପରିସ୍ଥିତି

By

Published : May 7, 2022, 8:31 AM IST

Updated : May 7, 2022, 9:17 AM IST

କଲମ୍ବୋ: ସୁଧୁରୁନି ଶ୍ରୀଲଙ୍କାର ଦୁର୍ଦ୍ଦଶା । ଅନାହାର ମଧ୍ୟରେ ଉବୁଟୁବୁ ଶ୍ରୀଲଙ୍କା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାର ଲାଗିଛି । ଆର୍ଥିକ ସଙ୍କଟ ରାଜନୈତିକ ଅସ୍ଥିରତାର ରୂପ ନେଇଛି । ଫଳରେ ଦେଶକୁ ପୁଣି ଫେରିଛି ଜରୁରୀ ପରିସ୍ଥିତି । ଦେଶରେ ବିଗୁଡୁଥିବା ସ୍ଥିତିକୁ ଦେଖି ପୁଣିଥରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ (Gotabaya Rajapaksa) ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି(Sri Lanka President declares state of emergency)। ଶୁକ୍ରବାର ମଧ୍ୟ ରାତ୍ରିରୁ ଏହା ଲାଗୁ ହୋଇଥିବା ସୂଚନା ମିଳିଛି । ଦେଶବ୍ୟାପୀ ରାଷ୍ଟ୍ରପତି ଗୋଟାବାୟଙ୍କ ଇସ୍ତଫା ଦାବି ଜୋର ଧରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବାର ଜଣାପଡିଛି ।

ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ କୁହାଯାଇଛି, ଜନସାଧାରଣଙ୍କ ସୁରକ୍ଷା ଏବଂ ଦେଶରେ ଅତ୍ୟାବଶ୍ୟକୀୟ ସେବା ପରିଚାଳନା କରିବା ପାଇଁ ରାଷ୍ଟ୍ରପତି ଏହି ନିଷ୍ପତ୍ତି ନେଇଛନ୍ତି । ଜରୁରୀ ପରିସ୍ଥିତି ପୋଲିସ ଏବଂ ସୁରକ୍ଷାକର୍ମୀଙ୍କୁ ମନଇଚ୍ଛା ଯେକୌଣସି ଲୋକକୁ ଗିରଫ କରିବା ଏବଂ ଅଟକାଇବାର କ୍ଷମତା ପ୍ରଦାନ କରେ । ଗତ ପାଞ୍ଚ ସପ୍ତାହ ମଧ୍ୟରେ ଦ୍ବିତୀୟ ଥର ପାଇଁ ଶ୍ରୀଲଙ୍କାରେ ଏମରଜେନ୍ସି ଲାଗୁ ହୋଇଛି । ଏହାପୂର୍ବରୁ ଏପ୍ରିଲ 1 ତାରିଖରେ ରାଷ୍ଟ୍ରପତିଙ୍କ ବାସଭବନ ଆଗରେ ହଜାର ହଜାର ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ ପରେ ଜରୁରୀ ପରିସ୍ଥିତି ଲାଗୁ ହୋଇଥିଲା, ଯାହାକି 5 ତାରିଖରେ ପୁଣି ପ୍ରତ୍ୟାହାର କରାଯାଇଥିଲା ।

1948 ମସିହାରେ ଶ୍ରୀଲଙ୍କା ସ୍ବାଧୀନ ହେବା ପରଠାରୁ ବର୍ତ୍ତମାନ ଶ୍ରୀଲଙ୍କା ସବୁଠୁ ଖରାପ ସ୍ଥିତି ମଧ୍ୟ ଦେଇ ଗତି କରୁଛି । ସଙ୍କଟର ମୁକାବିଲା ଲାଗି ସରକାରଙ୍କ ବିଫଳତାକୁ ଦାୟୀ କରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜନଆକ୍ରୋଶ ବଢିବାରେ ଲାଗିଛି । ନେତୃତ୍ବ ପରିବର୍ତ୍ତନ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଉଛନ୍ତି । ବିରୋଧି ମଧ୍ୟ ସରକାରଙ୍କୁ ଶାସନରୁ ହଟାଇବା ପ୍ରଚେଷ୍ଟାରେ ଲାଗିଛନ୍ତି । ଯେଉଁଥିପାଇଁ ରାଷ୍ଟ୍ରପତି ପୁନର୍ବାର ଦେଶରେ ଜରୁରୀ ପରିସ୍ଥିତି ଜାରି କରିଛନ୍ତି ।

Last Updated : May 7, 2022, 9:17 AM IST

ABOUT THE AUTHOR

...view details