ଓଡିଶା

odisha

By

Published : Dec 13, 2022, 9:00 AM IST

ETV Bharat / international

କୁଇନ୍ସଲାଣ୍ଡରେ 2 ପୋଲିସ ଅଧିକାରୀଙ୍କ ସମେତ 6 ମୃତ, କାରଣ ଖୋଜୁଛି ପୋଲିସ

ଅଷ୍ଟ୍ରେଲିଆ କୁଇନ୍ସଲାଣ୍ଡ ରାଜ୍ୟର ଏକ ଶୂନଶାନ ସ୍ଥାନରେ ଦୁଇଜଣ ପୋଲିସ ଅଧିକାରୀଙ୍କ ସହିତ 6 ଜଣଙ୍କ ମୃତ୍ୟୁ ହୋଇଛି ( australia police officers killed ) । ଅଧିକ ପଢନ୍ତୁ

six-people-were-killed-including-two-police-officers-at-a-remote-property-in-australia
ଅଷ୍ଟ୍ରେଲିଆ କୁଇନ୍ସଲାଣ୍ଡରେ 2 ପୋଲିସ ଅଧିକାରୀଙ୍କ ସମେତ 6 ମୃତ

କାନବେରା: ଅଷ୍ଟ୍ରେଲିଆ କୁଇନ୍ସଲାଣ୍ଡ ରାଜ୍ୟର ଏକ ଶୂନଶାନ ସ୍ଥାନରେ ଦୁଇଜଣ ପୋଲିସ ଅଧିକାରୀଙ୍କ ସହିତ 6 ଜଣଙ୍କ ମୃତ୍ୟୁ ହୋଇଛି ( australia police officers killed ) । ଜଣେ ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପୋଲିସ ସେହି ସ୍ଥାନକୁ ଯିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ତେବେ ଘଟଣା ପଛର କାରଣ କଣ ତାର ତଦନ୍ତ କରୁଛି ପୋଲିସ ।

ପୋଲିସ ସୂଚନାଅନୁସାରେ, ସେମାନେ ଜଣେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ନେଇ ଅନୁସନ୍ଧାନ କରୁଥିଲେ । ପଶ୍ଚିମ ବ୍ରିସବେନ୍‌ କୁଇନ୍ସଲ୍ୟାଣ୍ଡ ଅଞ୍ଚଳରେ ଦୁଇ ପୋଲିସ ଅଧିକାରୀଙ୍କ ସମେତ 6 ଜଣଙ୍କ ମୃତଦେହ ମିଳିଛି । 3 ଜଣଙ୍କର ପୋଲିସ ଗୁଳିରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ପଛର କାରଣ ଜଣା ପଡିନାହିଁ । 4 ଜଣ କୁଇନ୍ସଲାଣ୍ଡ ପୋଲିସ ଅଧିକାରୀ ସୋମବାର ଅପରାହ୍ଣରେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାକୁ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବେନ୍ସ ଅଷ୍ଟ୍ରେଲିଆ ପାଇଁ ଏହା ଏଖ ଦୁଃଖଦ ଦିନ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ...କାନାଡାରେ ଶିଖ୍ ଯୁବକଙ୍କୁ ଗୁଳି କରି ହତ୍ୟା

ମୃତ ଦୁଇ ପୋଲିସ ଅଧିକାରୀ ହେଲେ 26 ବର୍ଷୀୟ କନଷ୍ଟେବଳ ମାଥ୍ୟୁ ଅରନୋଲ୍ଡ ଓ 29 ବର୍ଷୀୟା ରାଚାଲ ମାକ୍ରାଓ । ସେମାନଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । କୁଇନ୍ସଲାଣ୍ଡ ପୋଲି କମିଶନର କାଟାରିନା କାରୋଲ କହିଛନ୍ତି ଏହା ଏକ ବଡ ଟ୍ରାଜେଡି । ଅଧିକାରୀଙ୍କୁ ହରାଇବା ବଡ କ୍ଷତି ।

ABOUT THE AUTHOR

...view details