ଓଡିଶା

odisha

ETV Bharat / international

ପୁଣି କ୍ରିମିଆକୁ ନେଇ ଉତ୍ତେଜନା: 6 ଡ୍ରୋନକୁ ଖସାଯାଇଥିବା ଦାବି - କ୍ରିମିଆରେ ପୁଣି ବିବାଦ

ପୁଣି ଋଷ ଅଧିକୃତ କ୍ରିମିଆକୁ ନେଇ ଉତ୍ତେଜନା । 6 ଡ୍ରୋନକୁ ଖସାଯାଇଥିବା ଦାବି । ଅଧିକ ପଢନ୍ତୁ

କ୍ରିମିଆରେ 6 ଡ୍ରୋନକୁ ଖସାଯାଇଥିବା ସୂଚନା
କ୍ରିମିଆରେ 6 ଡ୍ରୋନକୁ ଖସାଯାଇଥିବା ସୂଚନା

By

Published : May 25, 2023, 5:23 PM IST

ହାଇଦ୍ରାବାଦ:ପୁଣି ରଷ ଅଧିକୃତ କ୍ରିମିଆରେ ୟୁକ୍ରେନର ଆକ୍ରମଣ ଅଭିଯୋଗ । କ୍ରମିଆର ବିଭିନ୍ନ ସ୍ଥାନରେ ଗତ ରାତିରେ 6ଟି ଡ୍ରୋନକୁ ଖସାଯାଇଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ମୋଟ 6ଟି ଡ୍ରୋନକୁ ସେନା ଖସାଇ ଦେଇଥିବା କ୍ରିମିଆ ଗଭର୍ଣ୍ଣର ଦାବି କରିଛନ୍ତି । ତେବେ ଏଥିପାଇଁ ସେ ୟୁକ୍ରେନ୍‌କୁ ଦାୟୀ କରୁଥିବା ବେଳେ ୟୁକ୍ରେନ ଏହାକୁ ସ୍ବୀକାର କରିନାହିଁ । କିଛି ମାସ ପୂର୍ବରୁ ମଧ୍ୟ ଋଷରୁ କ୍ରିମିଆକୁ ସଂଯୋଗ କରୁଥିବା ପୋଲରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହା ୟୁକ୍ରେନର ଆକ୍ରମଣ ବୋଲି ଅଭିଯୋଗ କରି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲା ମସ୍କୋ ।

କ୍ରିମିଆ ୟୁକ୍ରେନର ଏକ ଅଂଶ ହୋଇଥିବା ବେଳେ 2014ରେ ଦେଶର ଦେଖାଯାଇଥିବା ବିଦ୍ରୋହରେ ଋଷ ଏହାକୁ ଅକ୍ତିଆର କରିନେଇଥିଲା । କ୍ରିମିଆର ଅଧିକାଂଶ ଜନତା ଋଷ ସମର୍ଥନରେ ଥିବା କାରଣରୁ ଋଷ ଏହାକୁ କବଜା କରି ନେଇ ନିଜ ଅଞ୍ଚଳ ବୋଲି ଘୋଷଣା କରିଥିଲା । ସେବେଠୁ ଏହା ଋଷ ଅଧୀନରେ ରହି ଆସିଛି । ୟୁକ୍ରେନ-ଋଷ ଯୁଦ୍ଧ ପରେ ଏହି କ୍ରିମିଆ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହାର ତିନି ପାଖରେ ସମୁଦ୍ର ରହିଥିବା କାରଣରୁ ଏହା ସାମରିକ ଭାବେ ଋଷ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଆସିଛି । କିଛି ମାସପୂର୍ବରୁ ଋଷକୁ କ୍ରିମିଆକୁ ସଂଯୋଗ କରୁଥିବା ପୋଲରେ ବିସ୍ଫୋରଣ ହୋଇଥିଲା । ଏଥିରେ ଏକ ତେଲ ଟ୍ୟାଙ୍କର ଟ୍ରେନ୍‌ରେ ନିଆଁ ଲାଗି ଯାଇଥିଲା । ଋଷ୍‌ ଏହାକୁ ୟୁକ୍ରେନର ଆତଙ୍କବାଦ ବୋଲି କହିବା ସହ ଦୃଢ଼ କାର୍ଯ୍ଯାନୁଷ୍ଠାନ ଚେତାବନୀ ଦେଇଥିଲା ।

ଗତବର୍ଷ ଫେବୃଆରୀରେ ଋଷ ୟୁକ୍ରେନ ବିରୋଧରେ ସ୍ବତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହା ଏବେ ମଧ୍ୟ ଜାରି ରହିଛି । ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି । ପ୍ରାଥମିକ ଭାବେ ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନ ଧରାଶାୟୀ ହେବା ନେଇ ଯେଉଁ ପୂର୍ବାକଳନ ପ୍ରକାଶ ପାଇଥିଲା, ତାହା ଭୁଲ ପ୍ରମାଣିତ ହୋଇଛି । ପଶ୍ଚିମରାଷ୍ଟ୍ର ସମୂହଙ୍କ ସମର୍ଥନରେ ୟୁକ୍ରେନ ଶକ୍ତିଶାଳୀ ଋଷକୁ କଡା ଜବାବ ଦେବାରେ ଲାଗିଛି । ନିକଟରେ ମସ୍କୋରେ ଥିବା ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବାସଭବନ ଉପରେ ଉଡୁଥିବା ଦୁଇଟି ଡ୍ରୋନ୍‌କୁ ନଷ୍ଟ କରାଯାଇଥିଲା । ଏହା ପୁଟିନଙ୍କୁ ହତ୍ୟା କରିବା ପାଇଁ ୟୁକ୍ରନର ଷଡଯନ୍ତ୍ର ଥିବା ମସ୍କୋ ଦାବି କରିଥିବା ବେଳେ କିଭ ଏହାକୁ ଖଣ୍ଡନ କରି ପାଲଟା ଋଷର ଷଡଯନ୍ତ୍ର ବୋଲି କହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details