ସିଙ୍ଗାପୁର: ବାରରେ ପ୍ରବେଶ ପାଇଁ ନକଲି କୋଭିଡ ଟିକା ପ୍ରମାଣ ପତ୍ର ଦେଖାଇବା ପଡିଲା ମହଙ୍ଗା । ଗିରଫ ହୋଇ ପାଞ୍ଚ ଦିନିଆ ଜେଲ ଗଲେ ଅଭିଯୁକ୍ତ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ସିଙ୍ଗାପୁରରେ । ବାର ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ଉଥେକୁମାର ନାଲାଥାମ୍ବି(୬୫) କିରଣ ସିଂ ରଗବୀର ସିଂ(୩୭)ର ପରିଚୟ ଦେଇଥିଲେ । ସିଂ କୋର୍ଟଙ୍କୁ କହିଛନ୍ତି ଯେ, ତାଙ୍କ ପ୍ରେମିକା ନାଲଥାମ୍ବିଙ୍କୁ ଗତ ବର୍ଷ ସେପ୍ଟେମ୍ବର 9ରେ ଭେଟିଥିଲେ । ପରେ ସେ ସେଣ୍ଟୋସା ନାମକ ଏକ ଦ୍ୱୀପପୁଞ୍ଜର ବିକିନି ବାରକୁ ଯିବାକୁ ସ୍ଥିର କରିଥିଲେ । କାରଣ ସେମାନଙ୍କର ଏହା ପ୍ରଥମ ପସନ୍ଦ ଥଲା ।
କିନ୍ତୁ ବିକିନି ବାରର ସହକାରୀ ପରିଚାଳକ ନାଲଥାମ୍ବିଙ୍କୁ ଟୀକାକରଣ ନକରିଥିବାରୁ ପ୍ରବେଶ ନିମନ୍ତେ ଅନୁମତି ଦେଇନଥିଲେ । ଡେପୁଟି ପବ୍ଲିକ ପ୍ରସିକ୍ୟୁଟର ଶେନ୍ ୱାନକିନ୍ ବିକିନି ବାର୍ ଛାଡିବା ପରେ ନାଲଥାମ୍ବିଙ୍କୁ ନକଲି ନାମ ଓ ଟୀକାକରଣ ପ୍ରମାଣ ପତ୍ର ଦେଖାଇ ଭିତରକୁ ଯିବାକୁ ପରାମର୍ଶ ଦେଇଥିଲେ । ସିଂହଙ୍କ ପରାମର୍ଶରେ ନାଲଥାମ୍ବି ରାଜି ହୋଇଥିଲେ । ଏହା ପରେ ସେ ମହିଳାଙ୍କ ସହ କୋଷ୍ଟେସ୍ ବାରକୁ ଯୋଇଥିଲେ, ଯେଉଁଠାରେ କି ସିଂ ବାହାରେ ଅପେକ୍ଷା କରିଥିଲେ ।