ଆବୁଧାବି:ଆରବ ଏମିରେଟ (ୟୁଏଇ)ର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହିନ (Sheikh Mohamed bin Zayed Al Nahyan)। ସ୍ଥାନୀୟ ଏକ ଗଣମାଧ୍ୟମ WAM ନ୍ୟୁଜରେ ପ୍ରକାଶିତ ଖବର ଅନୁସାରେ ଆଜି (ଶନିବାର) ତାଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି । ଆରବ ଏମିରେଟର ସଙ୍ଘୀୟ ସର୍ବୋଚ୍ଚ ପରିଷଦ (Federal Supreme Council convened) ଆଜି ଏହି ରାଷ୍ଟ୍ରପତି ନିର୍ବାଚନ କରାଇଛି ।
ୟୁଏଇର ଫେଡେରାଲ କାଉନସିଲର ଜଣେ ସଦସ୍ୟଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର ସାମ୍ବିଧାନିକ ବ୍ୟବସ୍ଥା ରହିଛି । ତେବେ ସେହି ଆଧାରରେ ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହିନଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି । ଶେଖ ମହମ୍ମଦ 2005 ମସିହା ଜାନୁୟାରୀ ଠାରୁ UAE ର ସଶସ୍ତ୍ର ବାହିନୀର ଡେପୁଟି ସୁପ୍ରିମ କମାଣ୍ଡର ଭାବରେ ମଧ୍ୟ କାର୍ଯ୍ୟ କରି ଆସୁଛନ୍ତି । ଆରବ ଏମିରେଟ ସେନାରେ ରଣନୀତିକ ଯୋଜନା, ତାଲିମ, ସାଂଗଠନିକ ସଂରଚନା ତଥା ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାରେ ତାଙ୍କର ଏକ ବଡ ଭୂମିକା ମଧ୍ୟ ରହିଛି । ସେ ବର୍ତ୍ତମାନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଆଗାମୀ 5 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ।