ଇସଲାମାବାଦ:ପାକିସ୍ତାନରେ ସେନା ଗାଡିରେ ଉପରେ ଆତଙ୍କୀ ଆକ୍ରମଣ । ଏହି ଆକ୍ରମଣରେ ପାଖାପାଖି 5 ଜଣ ପାକିସ୍ତାନୀ ଯବାନ ପ୍ରାଣ ହରାଇଛନ୍ତି । ବାଲୁଚିସ୍ତାନ କେଚ୍ ଜିଲ୍ଲାର ବୁଲେଦା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ନେଇ ଏକ ଗାଡି ଯାଉଥିବା ବେଳେ ଭୟଙ୍କର ଆଇଇଡି ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣ ପାକିସ୍ତାନ ଦ୍ୱାରା ଆତଙ୍କବାଦୀ ଘୋଷିତ ବାଲୁଚି ଆତଙ୍କୀ ସଂଗଠନ ଦ୍ୱାରା କରାଯାଇଥିବା ସୂଚନା ରହିଛି । ଅନ୍ୟପଟେ ଏହି ହାମଲା ପରେ ପାକିସ୍ତାନ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ତେବେ ସେନା ପକ୍ଷରୁ ପାଲଟା ଆକ୍ରମଣରେ 3 ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ପାକିସ୍ତାନ ଇଣ୍ଟର ସର୍ଭିସେସ ପବ୍ଲିକ ରିଲେସନ( ISPR)ର ସୂଚନା ଅନୁୟାୟୀ, ଶନିବାର ବିଳମ୍ୱିତ ରାତିରେ କେଚ୍ ଜିଲ୍ଲାର ବୁଲେଦା ଅଞ୍ଚଳରେ ବାଲୁଚି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡିକୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ କରିଥିଲେ । ଯେଉଁଥିରେ 5 ଜଣ ପାକ୍ ସୈନିକଙ୍କ ମୃତ୍ୟୁ ହୋଇଛି । ଏହାପରେ ସୁରକ୍ଷକର୍ମୀମାନେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରିଥିଲେ । ସେହି ସମୟରେ ଆତଙ୍କବାଦୀଙ୍କ ଦ୍ବାରା ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳିମାଡ କରାଯାଇଥିଲା । ଏହାର ଜବାବରେ ସେନା ପକ୍ଷରୁ ମଧ୍ୟ ଗୁଳିମାଡ କରାଯାଇଥିଲା । ଯେଉଁଥିରେ 3 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଏହାମଧ୍ୟ ପଢନ୍ତୁ...ପାକିସ୍ତାନ ସେନା କ୍ୟାମ୍ପରେ ଆତ୍ମଘାତୀ ଆକ୍ରମଣ: 20 ରୁ ଅଧିକ ଯବାନ ମୃତ