ଓଡିଶା

odisha

ETV Bharat / international

Avalanches In Austria: ଅଷ୍ଟ୍ରିଆରେ ହିମସ୍ଖଳନ, ୮ ମୃତ - ଅଷ୍ଟ୍ରିଆରେ ହିମସ୍ଖଳନ

ଅଷ୍ଟ୍ରିଆରେ ପ୍ରବଳ ବରଫପାତ ଯୋଗୁଁ ହିମସ୍ଖଳନ ହୋଇ ୮ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Avalanches in Austria
Avalanches in Austria

By

Published : Feb 6, 2023, 12:20 PM IST

ଓ୍ବାଶିଂଟନ:ଅଷ୍ଟ୍ରିଆରେ ପ୍ରବଳ ବରଫପାତ ଯୋଗୁଁ ହିମସ୍ଖଳନ । ଏଥିରେ ଅନୁନ୍ୟ ୮ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଷ୍ଟ୍ରିଆର ପଶ୍ଚିମ ଭାଗରେ ଏହି ହିମସ୍ଖଳନ ହୋଇଥିବା ନେଇ ସ୍ଥାନୀୟ ରିପୋର୍ଟରେ ପ୍ରକାଶ ପାଇଛି ।

ତେବେ ଅଷ୍ଟ୍ରିଆରେ ଗତ କିଛିଦିନ ଧରି ବରଫପାତ ଲାଗି ରହିଛି । ପ୍ରବଳ ବରଫପାତ ଯୋଗୁଁ ହିମସ୍ଖଳନ ମଧ୍ୟ ହେଉଛି । ତେଣୁ ଭେନିଆରେ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । ବରଫପାତ ସାଙ୍ଗକୁ ପବନ ଯୋଗୁଁ ସେଠାକାର ସ୍ଥିତି ସାଂଘାତିକ ହୋଇଥିବା ନେଇ ସ୍ଥାନୀୟ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ଗତ ଡିସେମ୍ବର ମାସରୁ ଅଷ୍ଟ୍ରିଆରେ ବରଫପାତ ଆରମ୍ଭ ହୋଇଯାଇଥିଲା । ବରଫପାତ ଯୋଗୁଁ ଗତ ଡିସେମ୍ବର ୨୫ ଖ୍ରୀଷ୍ଟମାସ ଦି ୨ ଜଣ ନିଖୋଜ ହୋଇଥିବା ନେଇ ସ୍ଥାନୀୟ ଅଷ୍ଟ୍ରିୟାନ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: Grammy Award: ପୁଣି ଭାରତର ଗୌରବ ବଢାଇଲେ ରିକି କେଜ, 3ୟ ଥର ପାଇଁ ଜିତିଲେ ଗ୍ରାମୀ ପୁରସ୍କାର

ଏନେଇ ଉଦ୍ଧାରକାରୀ ଟିମ କହିଛନ୍ତି, "ବରଫ ଝଡ ସମୟରେ ଜିରସ ଏବଂ ଲେଚ ଏମ ଆଲବର୍ଗ ମଧ୍ୟରେ ରହିଥିବା ଟାଇଟ୍ରୋକୋପ ପର୍ବତରେ ୧୦ଜଣ ବିଚରଣ କରୁଥିବା ଦେଖାଯାଇଥିଲା । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।" ତେବେ ଅନେକ ଲୋକ ବରଫରେ ଫସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଅନୁନ୍ୟ ୨୦୦ ଉଦ୍ଧାରକାରୀ, ୭ ହେଲିକପ୍ଟର ସନ୍ଧାନକାରୀ କୁକୁରକୁ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Earthquake strikes: ଶକ୍ତିଶାଳୀ ଭୂକମ୍ପରେ ଥରିଲା ତୁର୍କୀ, 190ରୁ ଊର୍ଦ୍ଧ୍ବ ମୃତ

ପ୍ରକାଶଥାଉକି, ଗତ ଡିସେମ୍ବର ମାସରେ ଜାପାନରେ ମଧ୍ୟ ତାଣ୍ଡବ ରଚିଥିଲା ବରଫ ଝଡ । ଭୀଷଣ ବରଫପାତ ଯୋଗୁଁ ଅତି କମରେ 17 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 90ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ପ୍ରାୟ 100ରୁ ଊର୍ଦ୍ଧ୍ବ ଲୋକଙ୍କ ଘରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଥିବା ନେଇ ଜାପାନର ବିପର୍ଯ୍ୟୟ ପରିଚାଳନା ଅଧିକାରୀ ସୂଚନା ଦେଇଥିଲେ । ଶହ ଶହ ଯାନବାହନ ଫଶିରହିବା ସହ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସେହିପରି 93 ଜଣ ଆହତ ହୋଇଥିବା ଅଶ୍ନିଶମ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ସୂଚନା ଦେଇଥିଲେ । ଛାତରେ ବରଫ ସଫା କରୁଥିବା ସମୟରେ ତଳେ ପଡ଼ି ଅଧିକାଂଶଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟପଟେ ବରଫରେ ପୋତି ହୋଇ କେତେକଙ୍କ ମୃତ୍ୟୁ ହୋଇଥିଲା ।

ABOUT THE AUTHOR

...view details