ମସ୍କୋ:ଋଷରେ ଏକ ଆପାର୍ଟମେଣ୍ଟରେ ସିଲିଣ୍ଡର ବିସ୍ଫୋରଣ ଘଟି ୯ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ କିଛି ମଧ୍ୟ ଆହତ ହୋଇଛନ୍ତି । ବିସ୍ଫୋରଣଟି ଏତେ ଶକ୍ତିଶାଳୀ ଥିଲା ଯେ, ବହୁତଳ ଅଟ୍ଟାଳିକାଟିର ଅନେକ ମହଲା ଭୁଶୁଡି ପଡିଛି । ଘଟଣାସ୍ଥଳରେ ରେସକ୍ୟୁ ଟିମ ପହଞ୍ଚି ଉଦ୍ଧାର ଅପରେସନ ଜାରି ରଖିଛି । ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ପ୍ରକାଶ କରାଯାଇଛି (Several people died in a explosion in Moscow)।
ଋଷରେ ସିଲିଣ୍ଡର ବିସ୍ଫୋରଣ: ୯ ମୃତ, ଅନେକ ଆହତ - ମସ୍କୋ ବିସ୍ଫୋରଣରେ ଏକାଧିକ ମୃତ
ଋଷରେ ସିଲିଣ୍ଡର ବିସ୍ଫୋରଣ ୯ ମୃତ, ବହୁ ଆହତ । ବିସ୍ଫୋରଣରେ ଭୁଶୁଡିଲା ବହୁତଳ ଅଟ୍ଟାଳିକା (Several people died in a explosion in Moscow)। ଜାରି ରହିଛି ଉଦ୍ଧାର ଅପରେସନ । ଅଧିକ ପଢନ୍ତୁ

ମସ୍କୋରେ ସିଲିଣ୍ଡର ବିସ୍ଫୋରଣ: ୯ ମୃତ, ବହୁ ଆହତ
ପୂର୍ବ ଋଷର ଶାଖାଲିନ ଦ୍ବୀପରେ ଥିବା ଏହି ଅଟ୍ଟାଳିକାରେ ସ୍ଥାନୀୟ ସମୟ ସକାଳ ପ୍ରାୟ ୫ଟାରେ ବିସ୍ଫୋରଣ ଘଟିଥିଲା । ଆପାର୍ଟମେଣ୍ଟରେ ଥିବା ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ହୋଇ ଅଟ୍ଟାଳିକାଟି ଭୁଶୁଡି ପଡିଥିଲା । ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବାବେଳେ, ସେଥିରେ ୪ଜଣ ଶିଶୁ ମଧ୍ୟ ରହିଛନ୍ତି । କୋଠାର ଭଗ୍ନାବଶେଷ ତଳେ ଆଉ କିଛି ମୃତଦେହ ରହିଥିବା ସନ୍ଦେହ କରାଯାଉଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ମଧ୍ୟ ରହିଛି ।