ଢାକା:ବାଂଲାଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ମିନି ବସକୁ ଧକ୍କା ଦେଲା ଟ୍ରେନ । ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି ।
ରେଳ ଟ୍ରାକରେ ବସ୍କୁ ଧକ୍କା ଦେଲା ଟ୍ରେନ, 11 ମୃତ - ବାଂଲାଦେଶରେ ମର୍ମନ୍ତୁଦ ଦୁର୍ଘଟଣା
ବାଂଲାଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ଚଟ୍ଟଗ୍ରାମ ଜିଲ୍ଲାରେ ଥିବା ରେଳ କ୍ରସିଙ୍ଗ୍ରେ ଏକ ମିନି ବସକୁ ଧକ୍କା ଦେଲା ଟ୍ରେନ । ଟ୍ରେନ ଧକ୍କାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ସୂଚନା । ଅଧିକ ପଢନ୍ତୁ
ସୂଚନାନୁସାରେ, ଗତକାଲି(ଶୁକ୍ରବାର)ବାଂଲାଦେଶର ଚଟ୍ଟଗ୍ରାମ ଜିଲ୍ଲାରେ ଥିବା ରେଳ କ୍ରସିଙ୍ଗ୍ରେ ଏକ ମିନି ବସ ରେଳଧାରଣା ପାର ହେଉଥିବା ବେଳେ ଟ୍ରେନ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ଆହତକୁ ଉଦ୍ଧାର କରାଯାଇ ଆହତମାନଙ୍କୁ ଚଟ୍ଟଗ୍ରାମ ମେଡିକାଲ୍ କଲେଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତିଙ୍କ ବୟସ ୧୧ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ନେଇ ସୂଚନା ରହିଛି ।
ତେବେ ଦୁର୍ଘଟଣା ସମୟରେ ରେଳ ଫାଟକ ଖୋଲାଥିବା ନେଇ ଅଭିଯୋଗ ହୋଇଥିଲା । ସେହି ସମୟରେ ଫାଟକ ନିକଟରେ କେହି ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ କି ନାହିଁ ସେ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ । ଖବରପାଇ ବାଂଲାଦେଶ ଷ୍ଟେସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଓ ଶିକ୍ଷକ ରହିଥିବା ବେଳେ ସେମାନେ ଅମନ ବଡାର ଅଞ୍ଚଳର ଆର ଆଣ୍ଡ ଜୋ ଶିକ୍ଷାନୁଷ୍ଠାନର ହୋଇଥିବା ନେଇ ସୂଚନା । ଏନେଇ ଏକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ‘ସମସ୍ତେ କୋହିଆଚେରା ଜଳପ୍ରପାତ ବୁଲି ଫେରିବା ସମୟରେ ପ୍ରଭାତୀ ଏକ୍ସପ୍ରେସ ବସକୁ ଧକ୍କା ଦେଇ ୧ କିଲୋମିଟର ପର୍ଯ୍ୟନ୍ତ ଘୋଷାରୀ ନେଇଥିଲା ।’ ତେବେ ଘଟଣାର ତଦନ୍ତ ପାଇଁ ରେଳ ବିଭାଗ ପକ୍ଷରୁ ୫ଜଣିଆ ଟିମ ଗଠନ କରାଯାଇ ତଦନ୍ତ କରାଯାଉଛି ।