ଡୋଡୋମା:ତାଞ୍ଜାନିଆରେ ଭୂସ୍ଖଳନ । ବାରିଆଡି ଜିଲ୍ଲାର ଏକ ଖଣିରେ ଭୟଙ୍କର ଭୂସ୍ଖଳନ ହେବାରୁ 22 ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି । ସମସ୍ତ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କେତେ ନିଖୋଜ ଅଛନ୍ତି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଜାନୁଆରୀ 13 ତାରିଖରେ ହଠାତ୍ ଖଣିରେ ଭୂସ୍ଖଳନ ହୋଇଥିଲା । 2ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।
ଏହା ମଧ୍ୟ ପଢନ୍ତୁ- Sudan Gold Mine Collapsed: ସୁନା ଖଣିରେ ଭୂସ୍ଖଳନ, ୩୮ ମୃତ
ସିମିୟୁ ଆଞ୍ଚଳିକ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଟିମର କମାଣ୍ଡର ଫୌ ଷ୍ଟାଇନ୍ ମିତ୍ତୁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ କହିଛନ୍ତି ଯେ, ଜାନୁଆରୀ 13ରେ ସ୍ଥାନୀୟ ସମୟ ସକାଳ 11 ଟାରେ ବାରିଆଡି ଜିଲ୍ଲାର ଏକ ଖଣିରେ ଭୂସ୍ଖଳନ ହୋଇଥିଲା । ଏହା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । 2 ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିବା ପରେ 22 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।