ଓଡିଶା

odisha

ETV Bharat / international

ନାଇଜେରିଆର ତେଲ ପାଇପ ଲାଇନରେ ବିସ୍ଫୋରଣ, ୧୨ ମୃତ - ନାଇଜେରିଆର ତେଲ ପାଇପ ଲାଇନରେ ବିସ୍ଫୋରଣ

ନାଇଜେରିଆର ତେଲପାଇପ ଲାଇନରେ ବିସ୍ଫୋରଣ ହୋଇ ୧୨ ମୃତ । ତେଲ ଚୋରି କରୁଥିବା ସମୟରେ ଏହି ବିସ୍ଫୋରଣ ହୋଇଥିବା ସୂଚନା । ଅଧିକ ପଢନ୍ତୁ

oil pipeline explosion in Nigeria
oil pipeline explosion in Nigeria

By

Published : Mar 4, 2023, 7:13 AM IST

ଆବୁଜା:ନାଇଜେରିଆର ଏକ ତେଲ ପାଇପ ଲାଇନରେ ବିସ୍ଫୋରଣ । ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲା ସୂଚନା । ଏନେଇ ସ୍ଥାନୀୟ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଗତକାଲି(ଶୁକ୍ରବାର) ରାତିରେ ନାଇଜେରିଆର ନାଇଜର ଡେଲଟା ରିଜନରେ ଥିବା ଏକ ତେଲ ପାଇପଲାଇନ ବିସ୍ଫୋରଣ ହୋଇଥିଲା । ଫଳରେ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏନେଇ ରାଜ୍ୟ ପୋଲିସ ମୁଖପାତ୍ର ଗ୍ରେସ ଇରିଙ୍ଗ-କୋକୋ କହିଛନ୍ତି," ଦକ୍ଷିଣ ରିଭର୍ସର ଇମୁହା ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ଏକ ବେଆଇନ ତୈଳ ପାଇପ ଲାଇନରେ ଏହି ଅଘଟଣ ଘଟିଛି । କିଛି ଲୋକ ପାଇପ ଲାଇନରୁ ତେଲ ଚୋରି କରୁଥିବାବେଳେ ହଠାତ ବିସ୍ଫୋରଣ ହୋଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ତେଲ ଚୋରି କରୁଥିବା ବେଳେ ଏହି ଅଘଟଣ ହୋଇଛି । କିନ୍ତୁ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ବିସ୍ଫୋରଣ ଏତେ ଭୟଙ୍କର ରହିଥିଲା ଯେ, ପାଞ୍ଚୋଟି ଗାଡି, ୪ଟି ଅଟୋ ରିକ୍ସା ଏବଂ ଗୋଟିଏ ମୋଟର ସାଇକଲ ଜଳିଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।"

ଏନେଇ ସ୍ଥାନୀୟ ଲୋକେ କହିଛନ୍ତି, "ତେଲ ଚୋରି କରିବା ପାଇଁ ପାଞ୍ଚୋଟି ଗାଡିରେ କିଛି ଯୁବକ ଆସିଥିଲେ । ଚୋରି କରୁଥିବା ସମୟରେ ହଠାତ ବିସ୍ଫୋରଣ ହୋଇଥିଲା । ଏକ ଡଜନରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସେଥିମଧ୍ୟରୁ ଅଧିକାଂଶ ଯୁବକ ରହିଛନ୍ତି । ଆମେ ଶବ୍ଦ ଶୁଣି ଲୋକଙ୍କୁ ବଞ୍ଚାଇବା ପାଇଁ ଯାଇଥିଲୁ । ନିଆଁର ଧାସ ଆମ ବିଲ୍ଡିଂ ଯାଏଁ ମଧ୍ୟ ଆସିଥିଲା ।"

ଏହା ମଧ୍ୟ ପଢନ୍ତୁ: Quad Meeting: ବୈଠକକୁ ନେଇ ବିଚଳିତ ଚୀନ, କହିଲା ଶାନ୍ତି ଓ ବିକାଶ ଉପରେ ହେଉ ଆଲୋଚନା

ପ୍ରକାଶଥାଉକି, ଗତ ଜାନୁଆରୀ ୨୬ ତାରିଖ ଦିନ ନାଇଜେରିଆରେ ବୋମା ବିସ୍ଫୋରଣ ହୋଇଥିଲା । ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏନେଇ ସ୍ଥାନୀୟ ପୋଲିସ ତରଫରୁ ସୂଚନା ଦିଆଯାଇଥିଲା । ଏନେଇ ଜଣେ ଅଧିକାରୀ କହିଥିଲେ ଯେ, "ବୁଧବାର ଦିନ ନାସାରାୱା ଏବଂ ବେନୁ ରାଜ୍ୟ ସୀମାରେ ଥିବା ଗ୍ରାମର ରୁକୁବିରେ ବିସ୍ଫୋରଣ ହେତୁ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ପଶୁ ଚରାଳି ରହିଥିଲେ । ସେମାନେ ଗାଇ ଚରାଇବାକୁ ଯାଇଥିବା ବେଳେ ବିସ୍ଫୋରଣ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।"

ABOUT THE AUTHOR

...view details