ଓଡିଶା

odisha

By

Published : Jan 15, 2023, 9:29 AM IST

ETV Bharat / international

ୟୁକ୍ରେନରେ ଭୟଙ୍କର ମିଶାଇଲ ମାଡ: ୧୨ ମୃତ, ଏକାଧିକ ଆହତ

ୟୁକ୍ରେନରେ ଭୟଙ୍କର ମିଶାଇଲ ମାଡ । ଶନିବାର ଏହି ମିଶାଇଲ ମାଡ ହୋଇଥିବା ବେଳେ ଏଥିରେ ୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଅଧିକ ପଢନ୍ତୁ

Russian strikes hit
Russian strikes hit

କିଭ:ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୁରିବାକୁ ବସିଥିବା ବେଳେ ଥମିବାର ନାଁ ନେଉନାହିଁ । କିଛି ଦିନର ବ୍ୟବଧାନ ପରେ ପୁଣି ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି ଋଷ । ଶନିବାର ଦିନ ଋଷ ସେନା ପକ୍ଷରୁ ୟୁକ୍ରେନର ବିଭିନ୍ନ ସ୍ଥାନରେ ମିଶାଇଲ ମାଡ କରାଯାଇଛି । ଫଳରେ ୧୨ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି ।

ଋଷ ସେନା ଶନିବାର ଦିନ ନିପ୍ରୋ ସହରର ଏକ ୯ ମହଲା କୋଠା ଉପରେ ମିଶାଇଲ ମାଡ କରିଥିଲେ । ୟୁକ୍ରେନର ଅଧିକ ସ୍ଥାନରେ ମିଶାଇଲ ମାଡ ହୋଇଥିବା ବେଳେ ନିପ୍ରୋ ସହର ଅଧିକ ମାତ୍ରାରେ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି । ମିସାଇଲ ମାଡ ଯୋଗୁଁ ବିଲଡିଂରେ ନିଆଁ ଲାଗିଯାଇଥିଲା । ଫଳରେ ଲୋକମାନଙ୍କୁ ଉଦ୍ଧାର କରିବା ଏକ ଚାଲେଞ୍ଜ ସୃଷ୍ଟି କରିଥିଲା । ନିଆଁକୁ ଆୟତ୍ତ କରିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତେବେ ଆକ୍ରମଣ ପରେ ରେସ୍କ୍ୟୁ ଟିମ ଶୌଚାଳୟରୁ ଲୋକମାନଙ୍କୁ ଉଦ୍ଧାର କରିଥିଲେ । ରାତିସାରା ଥଣ୍ଡାରେ ରହିଥିଲେ ଲୋକେ ।

ଏହା ମଧ୍ୟ ପଢନ୍ତୁ: ପୁଣି ୟୁକ୍ରେନକୁ ସହାୟତାର ହାତ ବଢାଇଲା ଆମେରିକା, ଦେବ ୩ ବିଲିୟନ ଡଲାର

ନିପ୍ରୋ ସହର ବ୍ୟତିତ କିଭର ମଧ୍ୟ ଅନେକ ସ୍ଥାନରେ ମିଶାଇଲ ମାଡ କରାଯାଇଛି । ଏନେଇ ୟୁକ୍ରେନର ଶକ୍ତିମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ଏହା ବହୁତ କଠିନ ପରିସ୍ଥିତି । ବିଜୁଳି, ପାଣି ଭିତ୍ତିଭୂମୀ କ୍ଷତିଗ୍ରସ୍ତ ହୋଇଛି । ରାଷ୍ଟ୍ରପତି ଜେଲେନକ୍ସିଙ୍କ ସହରରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୬ଟି କୋଠା କ୍ଷତିଗ୍ରସ୍ତ ହୋଇଛି ।"

ଏନେଇ ରାଷ୍ଟ୍ରପତି ଜେଲେନକ୍ସି କହିଛନ୍ତି, "ନିପ୍ରୋ ସହରର ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି । ପଶ୍ଚିମ ଦେଶର ଶାସନ କର୍ତ୍ତା ଆମକୁ ସହଯୋଗ କରନ୍ତୁ ।" ମୋଲଡୋଭା ରାଷ୍ଟ୍ରପତି ମାଇଆ ସାଣ୍ଡୁ କହିଛନ୍ତି, "ଋଷ ଯୁଦ୍ଧର ପ୍ରଭାବ ପୁଣି ଥରେ ମାଲଡୋଭା ସହର ଉପରେ ପଡିଛି । ଲାର୍ଜା ଗ୍ରାମ ନିକଟରୁ ପୋଲିସ ରକେଟ ଖଣ୍ଡ ପାଇଛି । ଋଷର ଏଭଳି ଆକ୍ରମଣକୁ ମୁଁ ତୀବ୍ର ନିନ୍ଦା କରୁଛି । ପ୍ରାଣ ହରାଇଥିବା ପ୍ରିୟଜନଙ୍କ ସାଥ ଦେବା ଆବଶ୍ୟକ । ଶାନ୍ତି ରହିବା ନିହାତି ଆବଶ୍ୟକ ।"

ଏହା ମଧ୍ୟ ପଢନ୍ତୁ: ପୋଙ୍ଗଲରେ ତେଲେଙ୍ଗାନାକୁ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି, ଆଜିଠୁ ଟ୍ରାକରେ ଦୌଡିବ ଟ୍ରେନ

ତେବେ ପ୍ରକାଶ ଥାଉକି, ଅନ୍ୟପଟେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନକୁ ୨ଟି ଟ୍ୟାଙ୍କ ଏବଂ ଆର୍ଟିଲରି ସିଷ୍ଟମ ଯୋଗାଇ ଦେବା ପାଇଁ ଆଜି ଘୋଷଣା କରିଛନ୍ତି ।

ABOUT THE AUTHOR

...view details