ଓଡିଶା

odisha

By

Published : Jul 1, 2023, 9:09 AM IST

ETV Bharat / international

ପଥଚାରୀଙ୍କ ଉପରେ ମାଡି ଗଲା ଦ୍ରୁତଗାମୀ ଟ୍ରକ, 48 ମୃତ

କେନିଆରେ ଭାରସାମ୍ୟ ହରାଇ ମିନି ବସକୁ ଧକ୍କା ଦେବା ପରେ ପଥଚାରୀଙ୍କ ଉପରକୁ ମାଡିଗଲା ଟ୍ରକ । ଦୁର୍ଘଟଣାରେ 48 ମୃତ । ଅଧିକ ପଢନ୍ତୁ

several killed in Kenya road crash
several killed in Kenya road crash

ନାଇରୋବି: କେନିଆରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ବସକୁ ଧକ୍କା ହେବା ପରେ ପଥଚାରୀଙ୍କ ଉପରେ ମାଡି ଗଲା ଦ୍ରୁତଗାମୀ ଟ୍ରକ । ୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 30 ଜଣ ଆହତ ହୋଇଥିବା ସୂଚନା । ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମ କେନିଆର ଏକ ବ୍ୟସ୍ତବହୁଳ ଜଙ୍କସନରେ ଏହି ଦୁର୍ଘଟଣା ଘଟିଥିଲା । ପ୍ରଥମେ ଟ୍ରକଟି ଭାରସାମ୍ୟ ହରାଇ ମିନି ବସକୁ ଧକ୍କା ଦେବା ପରେ ପଥଚାରୀଙ୍କ ଉପରକୁ ମାଡିଯାଇଥିଲା । ଫଳରେ ଘଟଣା ସ୍ଥଳରେ 48 ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ସ୍ଥାନୀୟ ପୋଲିସ କମାଣ୍ଡର ଜିଓଫ୍ରେ ମାୟେକ କହିଛନ୍ତି ଯେ, ଶୁକ୍ରବାର ବିଳମ୍ବିତ ରାତିରେ କେରିଚୋ ଏବଂ ନାକୁରୁ ସହର ମଝିରେ ଏକ ଟ୍ରକ ଭାରସାମ୍ୟ ହରାଇ ଏକ ମିନି ବସକୁ ଧକ୍କା ଦେଇଥିଲା । ଏହାପରେ ପଥଚାରୀଙ୍କ ଉପରେ ମାଡିଯିବାରୁ 48 ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଏବେ ବି ଟ୍ରକ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ସଂଖ୍ୟା ଆଗକୁ ବୃଦ୍ଧି ହେବା ଆଶଙ୍କା ରହିଛି । 30 ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କେନିଆରେ ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । କେରିଚୋର ଏକ ବସ ଷ୍ଟପରେ ମିନିବସରେ ଯାତ୍ରୀ ଭର୍ତ୍ତୀ ହୋଇଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା । ଏହାପରେ ସେଠାରେ ଛିଡା ହୋଇଥିବା ଯାତ୍ରୀଙ୍କ ଉପରେ ମଧ୍ୟ ମାଡି ଯାଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

ଏହା ମଧ୍ୟ ପଢନ୍ତୁ-ଅଷ୍ଟ୍ରେଲିଆରେ ଓଲଟିଲା ବସ, ଚାଲିଗଲା 10 ଜୀବନ

ବସର ଡ୍ରାଇଭର କହିଛନ୍ତି, ‘‘ଟ୍ରକଟି ଦ୍ରୁତ ଗତିରେ ଆସି ବସକୁ ଧକ୍କା ଦେଇଥିଲା । ଏହା ପରେ ଉପସ୍ଥିତ ଥିବା ଲୋକଙ୍କ ଉପରେ ମାଡିଯାଇଥିଲା । ପରେ ଆଉ କିଛି ଗାଡିକୁ ଧକ୍କା ଦେଇଥିଲା । ମୋ ଆଖି ଆଗରେ 20 ଜଣଙ୍କର ଜୀବନ ଚାଲିଗଲା । ଅନେକ ଲୋକ ଏବେବି ଟ୍ରକ ତଳେ ଚାପି ହୋଇ ରହିଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ଆହତଙ୍କ ଚିକିତ୍ସା ଜାରି ରହିଛି ।’’ ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଗତ ଜୁନ 10 ତାରିଖରେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ ହଣ୍ଟର ଭ୍ୟାଲିରେ ଯାତ୍ରୀବାହୀ ବସ ଓଲଟି ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 25ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ବସରେ 50ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ବିବାହ ଭୋଜିରେ ସାମିଲ ହୋଇ ଫେରୁଥିବା ବେଳେ ଯାତ୍ରୀବାହୀ ବସଟି ଓଲଟି ପଡିଥିଲା ।

ABOUT THE AUTHOR

...view details