ଓଡିଶା

odisha

ETV Bharat / international

ଗାଜାର ଶରଣାର୍ଥୀ ଶିବିରରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, 70 ମୃତ

Israel airstrike in Gaza: ଉଗ୍ରରୂପ ନେଇଛି ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ । ଗାଜାର ଏକ ଅଲ ମଗାଜୀ ଶରଣାର୍ଥୀ ଶିବିରରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ କରିବାରୁ 70 ମୃତ । ଅଧିକ ପଢନ୍ତୁ

ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ
Israeli airstrike in Gaza

By ETV Bharat Odisha Team

Published : Dec 25, 2023, 10:28 AM IST

ଗାଜା: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଜାରି ରହିଛି ଘମାସନ ଲଢ଼େଇ । ଦିନ ଗଡ଼ିବା ସାଙ୍ଗକୁ ଉଗ୍ର ରୂପ ନେଉଛି ଦୁଇ ଦେଶ ମଧ୍ୟରେ ସଂଘର୍ଷ । ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଦିନ ଗଡ଼ିବା ସାଙ୍ଗକୁ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାର ଲାଗିଛି । ଗାଜାରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଗାଜାର ଏକ ଅଲ ମଗାଜୀ ଶରଣାର୍ଥୀ ଶିବିରରେ ଏୟାର ଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ । ଏଥିରେ 70 ଜଣ ପାଲେଷ୍ଟେନୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି ।

ଗାଜା ସ୍ଥିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଆଶ୍ରାଫ ଅଲ୍‌ କେଡ୍ରା ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ରବିବାର ଦିନ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ କରିବାରୁ 70ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ଇସ୍ରାଏଲ ସେନା ଅଲ ମଗାଜୀ ଶରଣାର୍ଥୀ ଶିବିରରେ ବୋମା ମାଡ଼ କରିଛି । ରାସ୍ତା ଉପରେ ବୋମା ମାଡ଼ କରୁଥିବାରୁ ଯାତାୟତରେ ବାଧା ଉପୁଜିଛି ।

ଏହା ମଧ୍ୟ ପଢନ୍ତୁ-ଗାଜାରେ ବିଧ୍ବଂସଲୀଳା ଜାରି, ଗତ ୨୪ଘଣ୍ଟାରେ ୧୬୬ ପାଲେଷ୍ଟିନୀୟଙ୍କ ଜୀବନ ନେଲା ଇସ୍ରାଏଲ

ଅଲ-ମାଗାଜୀ ଶରଣାର୍ଥୀ ଶିବିର ବ୍ୟତୀତ ଇସ୍ରାଏଲ ସେନା ମଧ୍ୟ ଗାଜାର ଅଲ-ବୁରିଜ ଶରଣାର୍ଥୀ ଶିବିର ଏବଂ ଖାନ ୟୁନିସ ଉପରେ ଆକ୍ରମଣ କରିଥିଲେ ଇସ୍ରାଏଲ ସେନା । ରବିବାର ଦିନ ଗାଜା ସ୍ଥିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ରିପୋର୍ଟରେ ଦର୍ଶାଇଛି ଯେ, ଇସ୍ରାଏଲର ଆକ୍ରମଣ ପରେ ପାଲେଷ୍ଟାଇନରେ ମୃତ୍ୟୁସଂଖ୍ୟା 20,424ରେ ପହଞ୍ଚିଛି ଓ 54,036 ଜଣ ଆହତ ହୋଇଛନ୍ତି । ଗତ ସପ୍ତାହରେ ଗାଜାରେ 15 ଇସ୍ରାଏଲ୍ ସୈନ୍ୟଙ୍କର ମୃତ୍ୟୁ ହୋଇଥିବା ଇସ୍ରାଏଲ୍ ସେନା ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ 154 ଜଣ ଇସ୍ରାଏଲ ସେନାଙ୍କ ଗାଜାରେ ମୃତ୍ୟୁ ହୋଇଛି ।

ଗତ ଅକ୍ଟୋବର ୭ ତାରିଖରେ ଗାଜାରେ ହମାସ ଆତଙ୍କବାଦୀ ସଂଗଠନ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏହାପରେ ପ୍ରତି ଆକ୍ରମଣ କରିଥିଲା ଇସ୍ରାଏଲ । ସେଦିନ ଠାରୁ ଆଜି ପର୍ଯ୍ୟନ୍ତ ଉଭୟ ରାଷ୍ଟ୍ର ମଧ୍ୟରେ ଜାରି ରହିଛି ଯୁଦ୍ଧ । ହଜାର ହଜାର ନାଗରିକଙ୍କ ଜୀବନ ହାନି ଘଟୁଥିବା ବେଳେ ପରସ୍ପର ନିଜର ଅସ୍ଥିତ୍ବ ବଜାୟ ରଖିବା ଲାଗି ଯୁଦ୍ଧ ଜାରି ରଖିଛନ୍ତି । ଗତ କିଛି ଦିନ ଧରି ଇସ୍ରାଏଲ ଗାଜାର ଉତ୍ତରାଞ୍ଚଳରେ ଆକ୍ରମଣ ଜାରି ରଖିଛି । ହମାସ ଆତଙ୍କବାଦୀଙ୍କ ନିପାତ ଲାଗି ଏହି ଅଞ୍ଚଳରେ ଗ୍ରାଉଣ୍ଡ୍‌ ଆକ୍ରମଣ ଆରମ୍ଭ କରିବ ଲାଗି ଇସ୍ରାଏଲ ପ୍ରସ୍ତୁତ ହେଉଛି । ଏହି ଅଞ୍ଚଳରେ ଶନିବାର ସହର ଭିତରକୁ ଇସ୍ରାଏଲର ଟ୍ୟାଙ୍କ୍‌ ପ୍ରବେଶ କରି ବୋମାମାଡ଼ କରୁଥିବା ସ୍ଥାନୀୟ ଅଧିବାସୀ କହିଥିଲେ ।

ABOUT THE AUTHOR

...view details