ଡାମାସକସ:ସିରିଆରେ ହୋଇଥିବା ଧ୍ବସଂକାରୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହୋଇନଥିବା ବେଳେ ପୁଣି ସିରିଆ ଉପରେ ଆକ୍ରମଣ ହୋଇଛି । ରବିବାର ସକାଳୁ ସିରିଆ ଉପରେ ମିସାଇଲ ମାଡ କରିଛି ଇସ୍ରାଇଲ । ଏଥରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ନେଇ ସୂଚନା ଦିଆଯାଇଛି ।
ସୂଚନାଅନୁସାରେ, ରବିବାର ସକାଳେ ସିରିଆର ରାଜଧାନୀ ଡାମାସକସ ଉପରେ ମିଶାଇଲ ଆଟାକ କରିଥିଲା ଇସ୍ରାଇଲ । ଆବାସିକ ଅଞ୍ଚଳରୁ ଲକ୍ଷ କରି ଏହି ଆକ୍ରମଣ କରାଯାଇଥିଲା । ଅଧିକାଂସ ସ୍ଥାନରେ ମିଶାଇଲ ମାଡ ଯୋଗୁଁ କିଛି କୋଠା ଧ୍ବସଂ ହୋଇଯାଇଥିଲା । ଏନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଥିଲା ।
ଦିଆଯାଇଥିବା ତଥ୍ୟ ଅନୁସାରେ, ଏକ କୋଠା ଉପରେ ମିସାଇଲ ମାଡ ଯୋଗୁଁ ୫ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ । ତେବେ ଏହି ଆକ୍ରମଣକୁ ନେଇ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ନିନ୍ଦା କରିଥିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ତଦନ୍ତ କରାଯାଇ ଇସ୍ରାଇଲ ଉପରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ଆଶାବାଦୀ ରହିଥିବା ନେଇ ମଧ୍ୟ କୁହାଯାଇଛି ।