କିନଶାସା:ଆଫ୍ରିକୀୟ ଦେଶ କଙ୍ଗୋରେ କରାଳ ରୂପ ଦେଖାଇଛି ପ୍ରକୃତି । ଲଗାଣ ବର୍ଷା ଯୋଗୁଁ କଙ୍ଗୋରେ ବଡ଼ ଧରଣର ଭୂସ୍ଖଳନ ଓ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏଥିରେ ପ୍ରାୟ ୨୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ତେବେ ୧୦୦ରୁ ଅଧିକ ନିଖୋଜ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ସୂଚନାଅନୁସାରେ, କଙ୍ଗୋରୋ ଲଗାତାର ଦୁଇଦିନ ଧରି ପ୍ରବଳ ବର୍ଷା ହୋଇଥିଲା । ଫଳରେ ପ୍ରଳୟଙ୍କାରୀ ବନ୍ୟା ହୋଇଥିଲା । ବନ୍ୟା ଆସିବା ସହ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିଲା । ଫଳରେ ଅନେକ ଲୋକ ପ୍ରାଣ ହରାଇଥିବା ହେଳେ ୧୦୦ରୁ ଅଧିକ ନିଖୋଜ ରହିଥିବା ନେଇ ଜଣାପଡିଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । କିନ୍ତୁ ସରକାରୀ ସ୍ତରରେ କମ ମୃତ୍ୟୁ ସଂଖ୍ୟା ଘୋଷଣା କରାଯାଇଛି । ୧୭୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଦକ୍ଷିଣ କିଭୁ ଗଭର୍ଣ୍ଣର ଘୋଷଣା କରିଛନ୍ତି । ଶୁକ୍ରବାର ଏନେଇ ସେ କହିଛନ୍ତି, "ପ୍ରଳୟଙ୍କାରୀ ବନ୍ୟାରେ ୧୦୦ରୁ ଅଧିକ ଘର ପ୍ରଭାବିତ ହୋଇଛି । ମୁଁ ପ୍ରଭାବିତ ହୋଇଥିବା ଅଞ୍ଚଳକୁ ପରିଦର୍ଶନରେ ଯାଇଥିଲି । ପ୍ରକୃତିର ଏହି କରାଳ ରୂପରେ ୧୭୬ଜଣ ପ୍ରାଣ ହରାଇଛନ୍ତି । ତେବେ ଦେଖିବାକୁ ଗଲେ ୧୦୦ରୁ ଅଧିକ ଲୋକ ନିଖୋଜ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।"