ଓଡିଶା

odisha

ETV Bharat / international

ବ୍ରାଜିଲରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ: ଗଲାଣି ୨୧ ଜୀବନ, ୧୬୦୦ରୁ ଅଧିକ ଲୋକ ସ୍ଥାନାନ୍ତର - Several killed in Brazil storm

ଦକ୍ଷିଣ ବ୍ରାଜିଲରେ ଭୟଙ୍କର ଝଡ ପ୍ରଭାବରେ ବିଷମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ଅତିକମରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ବ୍ରାଜିଲରେ ସାମୁଦ୍ରିକ ଝଡ
ବ୍ରାଜିଲରେ ସାମୁଦ୍ରିକ ଝଡ

By ETV Bharat Odisha Team

Published : Sep 6, 2023, 10:47 AM IST

ବ୍ରାସିଲିଆ:ଦକ୍ଷିଣ ବ୍ରାଜିଲରେ ଭୟଙ୍କର ସାମୁଦ୍ରିକ ଝଡ ତାଣ୍ଡବ ରଚିଛି । ଝଡ଼ ତୋଫାନ ପ୍ରଭାବରେ ଦେଶରେ ଅନେକ ସହରରେ ସାଂଘାତିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏବେ ସୁଦ୍ଧା ଅତିକମରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ୧୬୦୦ରୁ ଅଧିକ ଲୋକ ଘରଦ୍ବାର ଛାଡି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି । ବନ୍ୟାରେ ରିଓ ଗ୍ରାଣ୍ଡେ ଡୁ ସୁଲ ରାଜ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୬୦ଟି ସହର ବନ୍ୟାରେ ଉବୁଟୁବୁ ହେଉଛି । ବନ୍ୟା ପ୍ରଭାବିତ ସହର ଗୁଡିକରେ ରେସ୍କ୍ୟୁ ଅପରେସନ ଜାରି ରହିଛି ।

ଏନେଇ ବ୍ରାଜିଲ ରିଓ ଗ୍ରାଣ୍ଡେ ଡୁ ସୁଲର ଗଭର୍ଣ୍ଣର ଏଡୁଆର୍ଡୋ ଲେଇଟ କହିଛନ୍ତି ଯେ, ବନ୍ୟାରେ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ମୁକୁମ ସହରରେ ଗୋଟିଏ ଘରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ରାସ୍ତାଘାଟ ଘରଦ୍ବାର ସବୁ ଜଳମଗ୍ନ ହୋଇଯାଇଛି । ଏଥିପାଇଁ ଲୋକମାନ ନିଜର ଘର ଛାଡି ଚାଲିଯିବାକୁ ବାଧ୍ୟ ହେଉଛନ୍ତି । ସୋମବାର ରାତିରୁ ପ୍ରାୟ ୧,୬୫୦ ଲୋକେ ଅନ୍ୟ ସ୍ଥାନକୁ ଚାଲି ଯାଇଛନ୍ତି । ଆହୁରି ଅନେକ ଲୋକ ଘର ଛାତ ଉପରେ ଫସି ରହିଥିବା ବେଳେ ସହାୟତା ନିବେଦନ କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ଲୋକଙ୍କ ଉଦ୍ଧାର କରିବା ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: କଙ୍ଗୋରେ ସେନା ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ, 26 ମୃତ

ଗଭର୍ଣ୍ଣର ସୋସିଆଲ ମିଡିଆ ଚ୍ୟାନେଲରେ କହିଛନ୍ତି, ରେସ୍କ୍ୟୁ ଅପରେସନ ସମୟରେ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରୁଥିବା ସମୟରେ ରଶି ଛିଡି ଯାଇଥିଲା ଫଳରେ ମହିଳା ପାଣିରେ ଖସି ପଡି ଭାସି ଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଜଣେ ଉଦ୍ଧାରକାରୀ ଗୁରୁତର ଆହତ ହୋଇଛନ୍ତି । ଯାହାକି ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ଗଭର୍ଣ୍ଣର କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ଗତ ଜୁନରେ ରିଓ ଗ୍ରାନଡେ ଡୁ ସୁଲ ରାଜ୍ୟରେ ସାମୁଦ୍ରିକ ଝଡ ଆସିଥିଲା । ଏଥିରେ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଟି ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଏବେ ୨ ମାସ ପରେ ପୁଣିଥରେ ଦକ୍ଷିଣ ବ୍ରାଜିଲ ଝଡ ବଡ ବିପର୍ଯ୍ୟୟ ଆଣିଛି ।

ଏହାମଧ୍ୟ ପଢନ୍ତୁ: Johannesburg: ୫ ମହଲା ଆବାସିକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ୬୪ ଜୀବନ୍ତ ଦଗ୍ଧ

ABOUT THE AUTHOR

...view details