ଓଡିଶା

odisha

ETV Bharat / international

ଜେରୁସାଲେମରେ ଆତତାୟୀର ଗୁଳିମାଡ, 7 ମୃତ ଏକାଧିକ ଆହତ - attack in Jerusalem

ଇସ୍ରାଏଲର ଜେରୁସାଲେମରେ ଜଣେ ଆତତାୟୀର ଗୁଳିମାଡରେ 7 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

shooting at Jerusalem
ଜେରୁଜେଲମରେ ଆତତାୟୀର ଗୁଳିମାଡ, 7 ମୃତ ଏକାଧିକ ଆହତ

By

Published : Jan 28, 2023, 9:06 AM IST

Updated : Jan 28, 2023, 9:32 AM IST

ଜେରୁସାଲେମ:ଜେରୁସାଲେମର ଏକ ମନ୍ଦିରରେ ଜଣେ ଆତତାୟୀ ଗୁଳିମାଡ କରିଛି । ଗୁଳିମାଡ଼ରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ପୂର୍ବ ଜେରୁସାଲମର ସ୍ୟାନାଗଜ୍‌ସ୍ଥିତ ୟେହୁଦିଙ୍କ ଉପାସନାସ୍ଥଳୀ ଉପରେ ଜଣେ ଆତତାୟୀ ଆଖିବୁଜା ଗୁଳିମାଡ କରିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଗୁଳି ଚଳାଇଥିବା ଆତତାୟୀ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମେଡିକାଲରେ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।

କାରରେ ଆସି ୟେହୁଦି ଉପାସନାସ୍ଥଳୀ ଭିତରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ କରିଥିଲା । ଏଥିରେ 7 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 10ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଖବର ପାଇଁ ପୋଲିସ ଅଭିଯୁକ୍ତକୁ ଧରିବାକୁ କର୍ଡନ କରି ଅପରେସନ ଆରମ୍ଭ କରିଥିଲା । ପରେ ପୋଲିସକୁ ସଫଳତା ମିଳିଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଗୁଳିମାଡ କରିଥିବା ଆତତାୟୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଆତତାୟୀ ଜଣଙ୍କ କାହିଁକି ଏପରି କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ହୋଇନାହିଁ । ଗୁଳିମାଡ ପାଇଁ କୌଣସି ସଂଗଠନ ଏଯାଏଁ ନିଜକୁ ଦାୟୀ କରିନାହିଁ ।

ଏହା ବି ପଢନ୍ତୁ...ଆମେରିକା ସେନା ଗୁଳିରେ ସଫା ISIS ଲିଡର ସୁଦାନି

ଗୁଳିକାଣ୍ଡକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବୋଞ୍ଜାମିନ ନେତାନ୍ୟାହୁ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହା ସହ ଆଇନକୁ ଆହତକୁ ନ ନେବାକୁ ଲୋକଙ୍କୁ ଅପିଲ କରିଛନ୍ତି । ପାଲେଷ୍ଟାଇନ ପଶ୍ଚିମ ବ୍ୟାଙ୍କରେ ଇସ୍ରାଏଲ ସେନା ଦ୍ବାରା 9 ଫିଲିସ୍ତାନୀ ମୃତ୍ୟୁ ପରେ ଏହି ଗୁଳିକାଣ୍ଡ ଘଟିଛି । ଜାନୁଆରୀ 26 ତାରିଖରେ ରିଫ୍ୟୁଜି କ୍ୟାମ୍ପ ଉପରେ ଚଢାଉ କରିଥିଲେ ଇସ୍ରାଏଲ ସୁରକ୍ଷାକର୍ମୀ ।

ଏହା ବି ପଢନ୍ତୁ...Russia Ukraine war: ୟୁକ୍ରେନରେ ଋଷର ମିସାଇଲ ମାଡ, 11 ମୃତ

ଇସ୍ରାଏଲ ସେନା ସୂଚନାଅନୁସାରେ, 9 ଆତଙ୍କୀଙ୍କୁ ଆମେ ନିପାତ କରିଛୁ । ଇସ୍ରାଏଲ ଦ୍ବାରା ଲଗାତାର ଆକ୍ରମଣରେ ଫିଲିସ୍ତାନୀ ପ୍ରଧାନମନ୍ତ୍ରୀ ମୁହମ୍ମଦ ଶତୟହ ସଯୁକ୍ତ ରାଷ୍ଟ୍ର ଏବଂ ଅନ୍ତରାଷ୍ଟ୍ରୀୟ ମାନବାଧିକାର ସଂଗଠନଠୁ ସୁରକ୍ଷା ପାଇଁ ହସ୍ତକ୍ଷେପ କରିଥିବା କହିଛନ୍ତି । ଟାଇମ୍ସ ଅଫ ଇସ୍ରାଏଲ ତା ରିପୋର୍ଟରେ କହିଛି ଇସ୍ରାଏଲ ସେନା ପକ୍ଷରୁ 26 ଜାନୁଆରୀରେ ରିଫ୍ୟୁଜି କ୍ୟାମ୍ପ ଉପରେ ଚଢାଉ କରାଯାଇଥିଲା । ସେଠାରେ ଫିଲିସ୍ତାନୀରେ ତାଙ୍କ ଉଫରେ ଆକ୍ରମଣ କରିଥିଲେ । ଅଚାନକ ସେମାନେ ଗୁଳି ଚଳାଇଥିଲେ । ଏହାପରେ ଇସ୍ରାଏଲ ସେନା ଜବାବ ଦେଇଥିଲା । ସେପଟେ ସ୍ୟାନାଗଜ୍‌ ଗୁଳିକାଣ୍ଡକୁ ନେଇ ଶୋକ ପ୍ରକାଶ କରିଛି ହ୍ୱାଇଟ୍‌ ହାଉସ । ହ୍ବାଇଟ ହାଉସ ସେକ୍ରେଟାରୀ ଇସ୍ରାଏଲ୍‌ ପ୍ରତି ସମବେଦନା ଜଣାଇଛନ୍ତି ।

Last Updated : Jan 28, 2023, 9:32 AM IST

ABOUT THE AUTHOR

...view details