ଓଡିଶା

odisha

ETV Bharat / international

ଉଗାଣ୍ଡା ଚର୍ଚ୍ଚ ଉପରେ ବୋମା ବିସ୍ଫୋରଣ କଲେ ଆତଙ୍କୀ: 10 ମୃତ, 39 ଆହତ - ଉଗାଣ୍ଡାର କାସିଣ୍ଡିରେ ଭୟଙ୍କର ବୋମା ବିସ୍ଫୋରଣ

ଉଗାଣ୍ଡାର କାସିଣ୍ଡିରେ ଭୟଙ୍କର ବୋମା ବିସ୍ଫୋରଣ । ଏକ ଚର୍ଚ୍ଚ ଉପରେ ଆତଙ୍କବାଦୀ ଗୋଷ୍ଠୀଙ୍କ ଆକ୍ରମଣରେ 10 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 39 ଆହତ । ଅଧିକ ପଢ଼ନ୍ତୁ

bomb attack in uganda
ଉଗାଣ୍ଡାରେ ବୋମା ବିସ୍ଫୋରଣ

By

Published : Jan 16, 2023, 7:32 AM IST

Updated : Jan 16, 2023, 11:31 AM IST

କାମ୍ପାଲା: ଉଗାଣ୍ଡାରେ ବୋମା ବିସ୍ଫୋରଣ । ଉଗାଣ୍ଡା ସୀମାରେ ଅବସ୍ଥିତ ପୂର୍ବ କଙ୍ଗୋ ସହର କାସିଣ୍ଡିର ଏକ ଚର୍ଚ୍ଚରେ ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅତିକମରେ 10 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 39 ଜଣ ଆହତ ହୋଇଛନ୍ତି । ଏନେଇ ଉଗାଣ୍ଡା ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ରବିବାର କାସିଣ୍ଡିର ଏକ ଚର୍ଚ୍ଚରେ ଏଭଳି ଅଘଟଣ ଘଟିଛି । ଇସଲାମିକ ସନ୍ତ୍ରାସବାଦ ବୋମା ଆକ୍ରମଣ ଘଟାଇଥିବା କୁହାଯାଉଛି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଗାଣ୍ଡା ସେନା ମୁଖପାତ୍ର କହିଛନ୍ତି, "ସନ୍ତ୍ରାସବାଦୀ ଗୋଷ୍ଠୀ ଆଲାଇଡ ଡେମୋକ୍ରାଟ୍ ଫୋର୍ସ (ADF) ଦ୍ବାରା ଏଭଳି କାଣ୍ଡ କରାଯାଇଥାଇପାରେ । ଅନ୍ୟପଟେ ବିସ୍ଫୋରଣ ଘଟିବା ପରେ ସେନା ପକ୍ଷରୁ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ପରେ ତଦନ୍ତ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ:Nepal Plane Crash History: ୧୨ ବର୍ଷରେ ୮ ବଡ ବିମାନ ଦୁର୍ଘଟଣା, ଯାଇଛି ୧୬୬ ଜୀବନ

ଏନେଇ କାସିଣ୍ଡିର ଜଣେ ବାସିନ୍ଦା କହିଛନ୍ତି, "ବିସ୍ଫୋରଣ ଅତ୍ୟନ୍ତ ଭୟଙ୍କର ଥିଲା । ମୁଁ ଘଟଣାସ୍ଥଳରୁ ଫେରିବା ବେଳେ ଏହି ଅଘଟଣ ଘଟିଥିଲା । ବିସ୍ଫୋରଣ ପରେ ଚାରିଆଡ଼େ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲି । ଏହାପରେ ଉକ୍ତ ସ୍ଥାନରେ ଉତ୍ତେଜନମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।" ଏହା ପୂର୍ବରୁ 2014 ମସିହାରେ ଏହି ଅଞ୍ଚଳରେ ଆକ୍ରମଣ ହୋଇଥିଲା । ସନ୍ତ୍ରାସବାଦୀ ଗୋଷ୍ଠୀ ଆଲାଇଡ ଡେମୋକ୍ରାଟ୍ ଫୋର୍ସ ପ୍ରଥମ ଥର ପାଇଁ କାସିଣ୍ଡି ଉପରେ ଆକ୍ରମଣ କରିଥିଲା । ଏଥିରେ ଅତିକମରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ତେଣୁ କଙ୍ଗୋ ଏବଂ ଉଗାଣ୍ଡା ସୈନ୍ୟ ବାହିନୀ ଏଡିଏଫ ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:Pakistan Food Crisis: ଭୋକରେ ଆଉଟୁପାଉଟୁ ପାକିସ୍ତାନ, ଅଟା ଟ୍ରକ ପଛରେ ଗୋଡାଇଲେ ଲୋକେ

ସୂଚନା ଥାଉକି, ନିକଟରେ ଆଫଗାନିସ୍ଥାନର ଏକ ମସଜିଦ ଉପରେ ବୋମା ବିସ୍ଫୋରଣ ହୋଇଥିଲା । ଗତ ଅକ୍ଟୋବର 2022ରେ ଆଫଗାନିସ୍ତାନର କାବୁଲ ସ୍ଥିତ ମସଜିଦରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ବୋମା ବିସ୍ଫୋରଣରେ 25 ଜଣ ଆହତ ହୋଇଥିବାବେଳେ 3 ଜଣଙ୍କ ମୃତ୍ୟୁ ଘଟିଥିଲା । କାବୁଲର ଏକ ମସଜିଦରେ କିଛି ପରିଦର୍ଶକ ଓ ଅନ୍ୟ କର୍ମଚାରୀ ପ୍ରାର୍ଥନା କରୁଥିଲେ । ଏହି ସମୟରେ ଅଚାନକ ବିସ୍ଫୋରଣ ହୋଇଥିଲା । ସେହିପରି ଗତ ସେପ୍ଟେମ୍ବର 30 ତାରିଖରେ କାବୁଲର ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା ।

Last Updated : Jan 16, 2023, 11:31 AM IST

ABOUT THE AUTHOR

...view details