ଓଡିଶା

odisha

By

Published : Mar 10, 2023, 8:46 AM IST

ETV Bharat / international

ଲାଗୋସରେ ବସକୁ ଧକ୍କା ଦେଲା ଟ୍ରେନ, ୬ ମୃତ

ନାଇଜେରିଆର ଲାଗୋସରେ ବସକୁ ଧକ୍କା ଦେଲା ଟ୍ରେନ । ଫଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣରୁ ଅଧିକ ଆହତ ସୂଚନା । ଅଧିକ ପଢନ୍ତୁ

Lagos train bus crash
Lagos train bus crash

ଅବୁଜା:ନାଇଜେରିଆରେ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରେନ । ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା । ଗୁରୁବାର ନାଇଜେରିଆର ଲାଗୋସରେ ଏହି ଭୟାନକ ଦୁର୍ଘଟଣା ହୋଇଛି । ଏନେଇ ସ୍ଥାନୀୟ ଜରୁରୀରକାଳୀନ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଏକ ବସରେ ସରକାରୀ କର୍ମଚାରୀମାନେ କୌଣସି କାମରେ ଯାଉଥିବା ବେଳେ ମେଟ୍ରୋ ଟ୍ରେନ ସହ ଧକ୍କା ହୋଇଥିଲା ।

ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ: ନାଇଜେରିଆର ଜରୁରୀକାଳୀନ ପରିଚାଳନାର ମୁଖ୍ୟ ଇବ୍ରାହିମ ପରିନଲୋୟ କହିଛନ୍ତି, " ବର୍ତ୍ତମାନ ସୁଦ୍ଧା ୮୪ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ସମସ୍ତ ମୃତକ ବସ ଯାତ୍ରୀ ରହିଥିଲେ । ଟ୍ରେନରେ ରହିଥିବା ଯାତ୍ରୀମାନଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ । ବସରେ ସରକାରୀ କର୍ମଚୀରୀମାନେ କୌଣସି କାମକୁ ଯାଉଥିବା ବେଳେ ଲାଗୋସର ଇକେଜା କ୍ଷେତ୍ର ଅଞ୍ଚଳରେ ଇଣ୍ଟରସିଟି ସହ ଧକ୍କା ହୋଇଥିଲା । ତେବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ୮୪ ଜଣଙ୍କ ମଧ୍ୟରୁ ୧୦ରୁ ଅଧିରକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି ।"

ବସ ଚାଳକଙ୍କ ଅବହେଳା ପାଇଁ ଦୁର୍ଘଟଣା ହୋଇଛି:ଲାଗୋସ୍ ରାଜ୍ୟ ଜରୁରୀକାଳୀନ ପରିଚାଳନା ଏଜେନ୍ସିର ସଚିବ ଓଲୁଫେମି ଓକେ-ଓସାନିଣ୍ଟୋଲୁ କହିଛନ୍ତି, " ବସ ଚାଳକଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ହୋଇଛି । ବସ ଚାଳକ ଟ୍ରାଫିକ୍ ସଙ୍କେତକୁ ଅଣଦେଖା କରିଥିଲେ । ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭିଂ ଯୋଗୁଁ ଏହି ଦୁର୍ଘଟଣା ହୋଇଛି ।"

ଏହା ମଧ୍ୟ ପଢନ୍ତୁ: ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ INS Vikrant ବୁଲିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ପ୍ରକାଶଥାଉକି, ନାଇଜେରିଆରେ ସଡକ ଦୁର୍ଘଟଣା ଏକ ସାଧାରଣ ଘଟଣା ଭଳି ମନେ ହେଉଛି । ପ୍ରାୟ ଅନେକ ସମୟରେ ନାଇଜେରିଆରୁ ଟ୍ରେନ ଏବଂ ଟ୍ରକ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, " ନାଇଜେରିଆରେ ଟ୍ରାଫିକ ନିୟମ ପାଳନ କରାଯାଉ ନାହିଁ । ନାଇଜେରିଆର ବୃହତ୍ତମ ସହର ତଥା ବାଣିଜ୍ୟିକ ହବ୍ ଲାଗୋସରେ ଏହା ଏକ ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି । ଲୋକେ ଟ୍ରାଫିକ ନିୟମ ନମାନିବା ସହ ବେପରୁଆ ଗାଡି ଚାଳନା କରିବା ଯୋଗୁଁ ଏହି ଦୁର୍ଘଟଣା ହୋଇଛି । ତେବେ ଏହାକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନାହିଁ । "

ABOUT THE AUTHOR

...view details